ଟାଟା ଷ୍ଟିଲ ବିଏସଏଲ “Run A Thon “ରେ 3500 ପ୍ରତିଯୋଗୀଙ୍କ ଅଂଶଗ୍ରହଣ

ଢେଙ୍କାନାଳ(ଏନଟିପି):

.ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଭାଗିତାରେ ଆୟୋଜିତ


.ହରିୟାନାର ପ୍ରିତୀ ଲାମ୍ବା ମହିଳା ଓ ଉତ୍ତରପ୍ରଦେଶର ରଂଜିତ କୁମାର ପଟେଲ ପୁରୁଷ ବର୍ଗର 10 କିଲୋମିଟର ଓ ଓଡିଶାର ସନ୍ତୋଷ ବେହେରା ବାଳକ ଓ ଲକ୍ଷ୍ଗୀ ମାଝୀ ବାଳିକା ବର୍ଗରେ 5 କିଲୋମିଟର ଦୌଡରେ ବିଜୟୀ


ମୋଟ 20 ପ୍ରତିଯୋଗୀଙ୍କୁ 3 ଲକ୍ଷ ଟଙ୍କାର ପୁରସ୍କାର ରାଶି

ଟାଟା ଷ୍ଚିଲ ବିଏସଲ ରନାଥନର ଦ୍ବିତୀୟ ସଂସ୍କରଣରେ 3500 ପ୍ରତିଯୋଗୀ ଅଁଶ ଗ୍ରହଣ କରିଛନ୍ତି। ଢେଙ୍କାନାଳ-ଅନୁଗୁଳ-ତାଳଚେର ଅଂଚଳର ସର୍ବବୃହତ କ୍ରୀଡା କାର୍ଯ୍ୟକ୍ରମଭାବେ ଆଦୃତ ହୋଇଥିବା ଏହି ପ୍ରଥମ ପ୍ରଫେସନାଲ ରନ ଆଜି ଢେଙ୍କାନାଳ ଜିଲ୍ଲା ନରେନ୍ଦପୁରଠାରେ ଥିବା କଂପାନିର ପ୍ଲାଣ୍ଚ ଗେଟ ନିକଟରେ ସକାଳ 6ଟାରେ 10 କିଲୋମିଟର ଓ 6.45 ମିନିଟରେ 5 କିଲୋମିଟରର ଦୌଡ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରଦୀପ୍ତ ମହାନ୍ତି, ଟାଟା ଷ୍ଚିଲ ବିଏସଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜୀବ ସିଂଘଲ, କଂପାନିର ସିଓଓ ଶ୍ରୀ ସୁବୋଧ ପାଣ୍ଡେ, ସିଏଫଓ ଶ୍ର ସଂଜୀବ ନନ୍ଦ, ସିଏଚଆରଓ ସନ୍ଦୀପ ଧୀର, କର୍ପୋରେଟ ସେବା ବିଭାଗ ମୁଖ୍ୟ ମଣିକାନ୍ତ ନାୟକ, ଏମଜିଏମ ମିନେରାଲସର ଅଧକ୍ଷ୍ୟ ଶ୍ରୀ ପଙ୍କଜ ଲୋଚନ ମହାନ୍ତି, ଇଡି ଶ୍ରୀ ଜେପି ଶର୍ମା, ନାଲକୋ ଇଡି ଶ୍ରୀ ମନସା ମିଶ୍ର, ଶ୍ରୀ ମନୋଜ ମିଶ୍ର, ଭିଜି, ଓଏନଏସ, ଜିଏମଆର, ବିଶିଷ୍ଟ ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର, ଓ ଅର୍ଚ୍ଚିତା ସାହୁ ପତାକା ହଲାଇ ଦୌଡର ଶୁଭାରମ୍ଭ କରିଥିଲେ।.

ଏଥରର ଥିମ ଥିଲା ଏକ ସବୁଜ ବିଶ୍ବ ପାଇଁ ଦୌଡ। ଏହି ଅବସରରେ ଶ୍ରୀ ପ୍ରଦୀପ ମହାନ୍ତୀ କହିଥିଲେ ଏଭଳି କ୍ରୀଡ କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳରେ କ୍ରୀଡା ବିକାଶରେ ସହାୟକ ହେବ।

ଶ୍ରୀ ସିଂଘଲ କହିଥିଲେ ସୁସ୍ଥ ରହିବା ତଥା ପରିବେଶ ପ୍ରତି ସଚେତନତାର ବାର୍ତ୍ତା ରଖି ଏହି ରନାଥନ ଆୟୋଜିତ କରାଯାଇଛି ଓ ଆଗକୁ ମଧ୍ୟ ଏଭଳି କାର୍ୟକ୍ରମ ଜାରି ରହିବ।
ହରିୟାନାର ପ୍ରିତୀ ଲାମ୍ବା ମହିଳା ଓ ଉତ୍ତରପ୍ରଦେଶର ରଂଜିତ କୁମାର ପଟେଲ ପୁରୁଷ ବର୍ଗର 10 କିଲୋମିଟର ଓ ଓଡିଶାର ସନ୍ତୋଷ ବେହେରା ବାଳକ ଓ ଲକ୍ଷ୍ଗୀ ମାଝୀ ବାଳିକା ବର୍ଗରେ 5 କିଲୋମିଟର ଦୌଡରେ ବିଜୟୀ ହୋଇଥିଲେ। ପ୍ରତିଟି ବର୍ଗରେ ମୋଟ 5 ଜଣ ଲେଖାଏଁ 20 ଜଣ ପ୍ରତିଯଓଗୀଙ୍କୁ ମୋଟ 3 ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
ଏଥର ରନାଥନ ପାଇଁ ଏମଜିଏମ ମିନେରାଲସ, ଜେଏସପିଏଲ, ନବ ଭାରତ ଭେଞ୍ଚରସ , ଆକ୍ସିସ ବ୍ୟାଙ୍କ, ଟାଟା ମୋଟର୍ସ ଓ ଆମରୀ ହସପିଟଲା ବି ସହଯୋଗର ହାତ ବଢାଇଥିଲେ। ଏମଜିଏମ ଟି ସାର୍ଟ ଓ ନଭଭାଗତ ଭେଞ୍ଚରସ ପ୍ରତି ବିଭାଗର ବିଜୟୀଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ।

ପ୍ରତିଯୋଗୀଙ୍କ ସୁବିଧା ପାଇଁ ରାସ୍ତାରେ ପାଣି, ଫାଷ୍ଟ ଏଡ ପଏଣ୍ଟ, ଆମ୍ବଲାନସ ଆଦିର ବ୍ୟବସ୍ତା କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଇ ଶାନ୍ତି ଶଂଖଳା ରକ୍ଷା କରାଯାଇଥଲା। ଅତ୍ୟାଧୁନୀକ ଜ୍ଞାନକୌଶଳର ସ୍ମାର୍ଟ ଟାଇମିଂ ମ୍ୟାଟସ, ରେଡିଓ ଫ୍ରିକ୍ୟୁୟୋନସି ଚିପ, ଟ୍ରାକିଂ କ୍ୟାମେରା, ୱାଇ ଫାଇ ନେଟୱୋର୍କ ଭଳି ଅନ୍ତର୍ଜାତୀୟ ମାନର ସମସ୍ତ ବ୍ୟବସ୍ତାର ଆୟୋଜନ କରାଯାଇଥିଲା

In 5 kilometer Female Winner

FIRST Laxmi Majhi,SECOND Suhana Parkin,THIRD Nehaa Kumari,FOURTH Jumana Prasad, FIFTH Monalisha Bhoi,Sixth Dibyansi Prasad

In 5 Kilometer Male Winner List

1.Santosh Behera,2.Rohit Kumar ,3..Bhima Hembram 4..Subhankar Biswal 5..Jayprakash Sinha

In 10 Kilometer Female Winner List

1.Preeti Lambha 2. Samsad Ara Bugum 3.Puja Parida 4.Itishree Jhankar 5..Madhusmita Samal

In 10 Kilometer Male Winner List

1.Ranjeet Patel 2.. Birendra Pal 3. Rahul Rajbhar 4..Vicky Tomar 5..Rashmiranjan Nayak

Follow by Email
WhatsApp