ଅନୁଗୋଳ ବିଧାୟକ ତଥା ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ ଅନୁଗୋଳ ବ୍ଲକରେ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୋଳ(ଏନ ଟି ପି):

ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକର ଜିଲ୍ଲା ପରିଷଦ ଯୋନ ନଂ ୪ ରେ ମାନ୍ୟବର ବିଧାୟକ ଅନୁଗୋଳ ତଥା ଓଡିଶା ବିଧାନସଭା ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଓଡିଶା ସରକାରଙ୍କ 5T ମୋ ସରକାର ଅନ୍ତର୍ଗତ ଅନୁଗୋଳ ଜିଲ୍ଲାର ଦ୍ଵିତୀୟ ପର୍ଯ୍ୟାୟ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ୩ଟି ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ଓ ସମ୍ପ୍ରସାରଣ ନିମନ୍ତେ ଭୂମି ପୂଜନ ଅନୁଷ୍ଠିତ ହେଇଯାଇଛି ଅର୍ଥାତ ବନ୍ତଳା ବାଳିକା ଉଚ୍ଚ ବିଦ୍ୟାଳୟ, ବାରଗୌଣିଆ ଉଚ୍ଚ ବିଦ୍ୟାଳୟ ଓ ବଡକନ୍ତକୁଳ ଉଚ୍ଚ ବିଦ୍ୟାଳୟ।

ଏଥି ସହିତ ବଡ଼କନ୍ତକୁଳ ଗ୍ରାମ ପଞ୍ଚାୟତରେ ବହୁ ପ୍ରତୀକ୍ଷିତ ନୂଆଖେତା-ବଡକନ୍ତକୁଳ ରାସ୍ତା ଉପରେ ୨ଗୋଟି ସେତୁର ଅର୍ଥାତ ନୂଆଘାଇ ନାଳ(୨ କୋଟି ୩୮ ଲକ୍ଷ) ଓ ଅନ୍ଧାରି ନାଳ(୧ କୋଟି ୭୪ ଲକ୍ଷ) ଭିତ୍ତି ପ୍ରସ୍ତର ସ୍ଥାପନ ଶ୍ରୀ ସିଂହଙ୍କ କରକମଳରେ ଅନୁଷ୍ଠିତ ହେଇଯାଇଛି। ଏଥି ସହିତ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ନୂଆଖେତା ଗ୍ରାମ ଓ ନୂଆ ରାଇଗୁଡା ଗ୍ରାମ ରେ ୨ଗୋଟି ପ୍ରକଳ୍ପର ଭୂମି ପୂଜନ ମଧ୍ୟ ଅନୁଷ୍ଠିତ ହେଇଯାଇଛି। ଅନୁଗୋଳ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ଅରୁଣାଭ ସିଂହ, ଜିଲ୍ଲା ପରିଷଦ ସୁକାନ୍ତିବାଳା ନାୟକ, ରୁବି ସାହୁ,ହାଡ଼ିବନ୍ଧୁ ଦେହୁରୀ, ଭାଗିରଥି ମାଝୀ, ଦୁର୍ୟୋଧନ ସାହୁ, ମୋହନ ସାହୁ, ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ବଡ଼କନ୍ତକୁଳ ସରପଞ୍ଚ ଧୁର୍ବଚରଣ ଦେହୁରୀ, ବନ୍ତଳା ସରପଞ୍ଚ ହରିହର ସାହୁ, ପ୍ରିୟବ୍ରତ ସାହୁ, ଟୁନା ପ୍ରଧାନ, କେଦାର ପ୍ରଧାନ,ବିରେନ ବିଶ୍ୱାଳ , ବାବୁଲା ପ୍ରଧାନ, କ୍ଷୀରୋଦ ବିଶ୍ୱାଳ, ରାକେଶ ନନ୍ଦ, ସରୋଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ନୂଆଖେତା ଗ୍ରାମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଯୋଉ ଥିରେ ମାନ୍ୟବର ବିଧାୟକ ପଞ୍ଚାୟତର ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ବାରଗୌଣିଆ ପଂଚାୟତର ମା ପାଣ୍ଡୁରିଶୁଣୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଓ ମାଗୁରଖୋଲ ଗ୍ରାମ ରେ ଲୋକଙ୍କ ସହିତ ଆଲୋଚନା କରିଥିଲେ।

Follow by Email
WhatsApp