ରକ୍ତ କର୍କଟ କେମିତି ଜାଣିବେ….

ଏନଟିପି(Health):

👉୧.ରକ୍ତ କର୍କଟ ରୋଗ ହେବା ମାତ୍ରେ ଆରମ୍ଭରୁ ଏନେମିୟା ହେବା ଭଳି ସଂକେତ ମିଳିଥାଏ । ସବୁବେଳେ ଥକା ଲାଗିବା ସହ ଦୁର୍ବଳ ଲାଗିବା ବା ଥଣ୍ଡା ହେବା ଏହି ରୋଗର ଲକ୍ଷଣ ହୋଇପାରେ ।
👉୨.ରକ୍ତ କର୍କଟ ହୋଇଥିଲେ ଆରମ୍ଭ ଦିନମାନଙ୍କରେ ଆପଣଙ୍କ ଗଳା ଏବଂ କାଖ ତଳ ଦରଜ ହେବାକୁ ଲାଗିଥାଏ। ଏହା ସହ ଯଦି ଆପଣ ଗୋଡ଼ ବିନ୍ଧା ଏବଂ ଛାତି ପୋଡ଼ାଜଳା ହେଉଛି ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
👉୩. ଯଦି ଆପଣଙ୍କ ନାକ, ପାଟି ବା ଶୌଚ କରିବା ସମୟରେ ରକ୍ତ ବାହାରୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ତୁରନ୍ତ ଡ଼ାକ୍ତରଖାନା ଯାଇ ରକ୍ତ କର୍କଟ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ ।
👉୪.ନିମୋନିଆ ହେବା, ମୁହଁରେ ଘା’ ହେବା, ଚର୍ମ ଲାଲ ପଡ଼ିଯିବା,ମୁଣ୍ଡ ବିନ୍ଧା ହେବା ଭଳି ଲକ୍ଷଣ ଦେଖା ଗଲେ ଏହାକୁ ଅଣଦେଖା ଜମା ବି କରନ୍ତୁ ନାହିଁ ।
👉୫. ହଠାତ୍‌ ଓଜନ କମିଯିବା ବା ଭୋକ ନ ଲାଗିବା ଭଳି ସମସ୍ୟା ଦେଖାଗଲେ ସତର୍କ ହୋଇଯାଆନ୍ତୁ । ରକ୍ତ କର୍କଟ ହେଲେ ରୋଗୀର ଶରୀର ଅସାଧାରଣ ଭାବରେ କମ ହୋଇ ଯାଇଥାଏ । ଏପରି ହେଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
👉୬. ପାଗ ଥଣ୍ଡା ଥାଇ ମଧ୍ୟ ଯଦି ଆପଣଙ୍କ ଶରୀରରୁ ଝାଳ ବାହାରୁଛି ତେବେ ଏହା ରକ୍ତ କର୍କଟର ଲକ୍ଷଣ ବୋଲି ଜାଣି ରଖନ୍ତୁ ।
👉୭.ରକ୍ତରେ ପ୍ଲେଟ୍‌ଲେଟ୍‌ସର ପରିମାଣ କମ ହୋଇଯିବା ମଧ୍ୟ ରକ୍ତ କର୍କଟର ଲକ୍ଷଣ ଅଟେ । ଏହାର ପ୍ରଭାବରେ ଶରୀରରେ ନୀଳ ଏବଂ ବାଇଗଣୀ ରଙ୍ଗର ଚିହ୍ନ ହୋଇ ଯାଇଥାଏ ।

Follow by Email
WhatsApp