ମୁମ୍ବାଇ(ଏନଟିପି):
ବଲିଉଡ଼ ଅଭିନେତା ତଥା ଫିଲ୍ମ MS Dhoni The Untold Story fame ସୁଶାନ୍ତ ସିଂ ରାଜପୁତ ମୃତ . ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଛନ୍ତି
ପାଞ୍ଚ ଦିନ ପୂର୍ବରୁ ସୁଶାନ୍ତ ସିଂ ଙ୍କ ପୁର୍ବ ମ୍ୟାନେଜର ଦିଶା ସାଲୀୟାନ ଭି ଆତ୍ମହତ୍ୟା କରିଥିଲେ।


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଦିପ୍ରେସନ ରୋଗର ଶିକାର ହୋଇଥିଲେ । lockdown ସମୟରୁ ସେ ଏହି ରୋଗରେ ପୀଡିତ ହୋଇ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଥିଲେ । ସେ ଭଲ ଅଭିନେତା ହୋଇଥିଲେ ମଧ୍ୟ 2019 ତାଙ୍କ ଶେଷ ଚଳଚିତ୍ର ଥିଲା । ତାହା ଥିଲା ଛିଚୋରେ । 2019 ରେ ଉକ୍ତ ଚଳଚିତ୍ରର ସୁଟିଂ ସରିବା ପରେ ସେ 2020 ରେ ଦିଲ ବେଚାରା ଏବଂ ପାଣି ନାମକ ଫିଲ୍ମ କରିଥିଲେ । ତାଙ୍କର ଶେଷ ଫିଲ୍ମ ଥିଲା drive । ତେବେ ତାହା ଫିଲ୍ମ ହାଲ ରେ ରିଲିଜ ହୋଇନଥିଲା । ତେବେ ସେ ଅନେକ ସମାଜସେବା ମଧ୍ୟ କରୁଥିଲେ । ରାଜପୁତ ଙ୍କ ଅନେକ ଝିଅ ଙ୍କ ସହ ପ୍ରେମ ସମ୍ପର୍କ ରହିଥିବା ବେଳେ କିଛିରେ ବ୍ରେକ ଅପ ମଧ୍ୟ ହୋଇଥିଲା । ପ୍ରେମ ସମ୍ପର୍କ ଏବଂ ଡ଼ିପ୍ରେସନ ଏହି କାରଣରୁ ରାଜପୁତଙ୍କ ମୃତ୍ୟୁ ଘଟିଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି । ସେ ଅବିବାହିତ ଥିଲେ । ରାଜପୁତ ଙ୍କ ଚାକର ହିଁ ପୋଲିସ କୁ ପ୍ରଥମେ ଖବର ଦେଇଥିଲେ । ରାଜପୁତଙ୍କୁ ମୃତ୍ୟୁ ବେଳେକୁ 34 ବର୍ଷ ହୋଇଥିଲା । ଘରେ ରସି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୁମ୍ବାଇର ବାନ୍ଦ୍ରା ଅଂଚଳରେ ଥିବା ତାଙ୍କ ନିଜ ଘର କବାଟ ଭଙ୍ଗାଯାଇ ତାଙ୍କ ମର ଶରୀରକୁ ବାହାରକୁ କଡାଗଲା । କାଇ ପୋ ଚେ ତାଙ୍କର ପ୍ରଥମ ଫିଲ୍ମ ଥିଲା । ସୂଚନାଯୋଗ୍ୟ ଯେ ସପ୍ତାହେ ପୂର୍ବରୁ ସୁଶାନ୍ତ ସିଂଙ୍କ ମ୍ୟାନେଜର ଦିଶା ସାଲିଆନ 14 ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

susantବଲିଉଡର ଜଣେ ଜଣାଶୁଣା ଅଭିନେତା ଭାବରେ ସେ ପରିଚିତ। ନିଜର ଦମଦାର ଅଭିନୟ ଏବଂ କ୍ୟୁଟନେସ ଲୁକ ପାଇଁ ସେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥିଲେ। ସେ ନିଜର କ୍ୟାରିୟର ଟିଭି ସିରିୟଲରୁ ଆରମ୍ଭ କରିଥଲେ।‘ପବିତ୍ର ରିସ୍ତା’ ସିରିୟଲରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହାପରେ ସେ ସିଧା ବଲିଉଡର ଫିଲ୍ମ ଜଗତରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ଫିଲ୍ମ ‘କାଇ ପୋ ଛେ’ରେ ଲିଡ୍ ଆକ୍ଟର ଭାବେ ନଜର ଆସିଥିଲେ।ଏହାପରେ ଶୁଦ୍ଧ ଦେଶୀ ରୋମାନ୍ସରେ ବାଣୀ କପୁର ଏବଂ ପରିଣୀତି ଚୋପ୍ରାଙ୍କ ସହିତ ନଜର ଆସିଥିଲେ। କିନ୍ତୁ ଫିଲ୍ମ ‘ଏମ ଏସ ଧୋନି’ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଦର୍ଶକଙ୍କର ଖାସ୍ ଅଭିନେତା ହୋଇପାରିଥିଲେ। ନିକଟରେ ସୁଶାନ୍ତ ସିଂଙ୍କ ସୋନାଚିଡିଆ ଏବଂ ଛିଛୋରେଁ ଭଳି ଫିଲ୍ମରେ ନିଜର ଦମଦାର ଅଭିନୟ କରିଥିଲେ। ତାଙ୍କର ଫିଲ୍ମ ‘କେଦାରନାଥ’ରେ ସେ ସାରା ଅଲ୍ଲୀ ଖାନଙ୍କ ସହିତ ନଜର ଆସିଥିଲେ।

ତେବେ ତାଙ୍କର ଏକ ଅପକମିଙ୍ଗ ଫିଲ୍ମ ‘ଦିଲ ବିଚାରା’ର ସୁଟିଂ ଚାଲିଥିଲା। କିନ୍ତୁ ଏଭଳି ଏକ ନିଷ୍ପତ୍ତି କଣ ପାଇଁ ନେଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି। ତେବେ ବଲିଉଡର ଏହି କ୍ଷତିନାମା ଆକ୍ଟରଙ୍କୁ ଏମିତି ଆକସ୍ମିକ ଭାବରେ ହରାଇ ସାରା ବଲିଉଡ ଜଗତ ସ୍ତବ୍ଧ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି ବଲିଉଡ ଯୁବ ଉଦୀୟମାନ ପ୍ରତିଭା କଳାକାର କୁ ହରାଇଲା।
