ଅମରବାଣୀ ସ୍କୁଲର ବାର୍ଷିକ ଉତ୍ସବ,ସମାଜ ବିକାଶ ପାଇଁ ଶିକ୍ଷା ର ଆବଶ୍ୟକ : ଅଗସ୍ତି ବେହେରା

ଅନୁଗୋଳ (ଏନଟିପି):

ଅନୁଗୋଳ ଜିଲ୍ଲା ଅମରବାଣୀ କନଭେଣ୍ଟ ସ୍କୁଲ ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା।ଶିକ୍ଷା ହେଉଛି ମୌଳିକ ମାନବିକ ଅଧିକାର । ବ୍ୟକ୍ତି ହିସାବରେ ସମାଜ ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ପ୍ରତ୍ୟେକ ନାଗରିକର ଏହି ଅଧିକାର ରହିଛି।ଶିଶୁମାନଙ୍କ ପାଇଁ ଶିକ୍ଷା ଆଇନ ଦାୟକ ହେବା ଆବ୍ୟଶକ । ସହଜ, ଆଲୋଚନାତ୍ମକ ଏବଂ ସହଜ ବିଜ୍ଞାନ ଶିକ୍ଷା ସମ୍ବନ୍ଧରେ ଶିଶୁକୁ ଦିଆଗଲେ ଏହା ଅଧିକ ଶିକ୍ଷଣୀୟ ହୋଇପାରିଥାଏ । ଏହି ବିଭାଗରେ ପିଲାଙ୍କୁ ବିଭିନ୍ନ ଶିକ୍ଷଣ ପ୍ରକ୍ରିୟାରେ ଭାଗ ନେବା ପାଇଁ ପ୍ରୋତ୍ସାହନ ମିଳିଥାଏ।ପଢାଇବା ଓ ଶିଖିବା ହେଉଛି ଏକ ଗୁରୁତ୍ଵପୂର୍ଣ ପ୍ରକ୍ରିୟା । ଯେଉଁଥିରେ ଅନେକ ଦିଗ ରହିଥାଏ । ଶିକ୍ଷକ ମାନେ ପଢାଇବା ସମୟରେ ଅନେକ ଗୁଡିକ ଜ୍ଞାନ କୌଶଳ କୁ ସାମିଲ କରନ୍ତି ଯାହା ଛାତ୍ରଛାତ୍ରୀ ମାନଙ୍କୁ ଶିଖିବାରେ ସାହାଜ୍ୟ କରିଥାଏ ।
ବିଭିନ୍ନ ପ୍ରକାର ସୂଚନା ପ୍ରଯୁକ୍ତର ଶିକ୍ଷା ପ୍ରଣାଳୀ ଦ୍ଵାରା ଶିକ୍ଷାର ପ୍ରଚାର ପ୍ରସାର କୁ ବ୍ୟାପକ କରାଯାଇଛି । ଗଣମାଧ୍ୟମ, କମ୍ପ୍ୟୁଟର ଇତ୍ୟାଦି ଦ୍ଵାରା ଶିକ୍ଷକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା କରାଯାଇ ଶିକ୍ଷାକୁ ସାର୍ବଜନୀନ କରାଯାଇ କିପରି ସଶକ୍ତିକରଣ କରାଯାଇ ପାରିବ ସେ ସମ୍ବନ୍ଧୀୟ ସୂଚନା ରହିଛି ।

ଅମରବାଣୀ ସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ବିଜେପି ନେତା ଅଗସ୍ତି ବେହେରା ।ଛାତ୍ର ଛାତ୍ରୀ ମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ।ଶିକ୍ଷା କୁ ନେଇ ପରିବ୍ୟାପ୍ତ ଏ ସମାଜ।ଛାତ୍ର ଛାତ୍ରୀ ମାନେ ଉତ୍ତମ ଶିକ୍ଷା ଗ୍ରହଣ କରି ସମାଜ ତଥା ଦେଶ ନିର୍ମାଣ କରିବା ଦିଗରେ ଅଗ୍ରସର ହେବା ଉଚିତ ବୋଲି କହିଥିଲେ ମୁଖ୍ୟ ଅତିଥି।ରାଷ୍ଟ୍ର ନିର୍ମାଣରେ ଛାତ୍ର ଛାତ୍ରୀ ଙ୍କ ଭୂମିକା ମଧ୍ୟ ରହିଛି।ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ର ଛାତ୍ରୀଙ୍କ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ନୈତିକ ଶିକ୍ଷାର ମୂଲ୍ୟବୋଧମନୁଷ୍ୟର ମାନସିକ, ଭୌତିକ ଏବଂ ଚେତାନାତ୍ମକ ବିକାଶପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
ଶିକ୍ଷା ଏକ ଏପରି ସାଧନ ଅଟେ ଯାହା ମନୁଷ୍ୟକୁ ଅନ୍ୟ ପ୍ରାଣୀମାନଙ୍କଠାରୁ ଭିନ୍ନ ଏବଂ ଶ୍ରେଷ୍ଠ କରି ଗଢ଼ି ତୋଳିଥାଏ।ଶିକ୍ଷା ରହିତ ମନୁଷ୍ୟ ପଶୁସହିତ ସମାନ ହୋଇଥାଏ।ଶିକ୍ଷା ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀଭାବେ ଗଢ଼ିତୋଳିବା ସହିତ ତା’ର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ।ଶିକ୍ଷା ମନୁଷ୍ୟକୁ ମାନବିକ ମୂଲ୍ୟବୋଧର ଜ୍ଞାନ ଦେଇଥାଏ ଏବଂ ତାକୁ ସବୁ ପରିସ୍ଥିତି ଏବଂ ପରିବେଶରେ ଖାପଖୁଆଇ ଚାଲିବା ଶିଖେଇଥାଏ।ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ନୈତିକ ଶିକ୍ଷାର ମୂଲ୍ୟବୋଧ।ମନୁଷ୍ୟର ମାନସିକ, ଭୌତିକ ଏବଂ ଚେତାନାତ୍ମକ ବିକାଶପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଶିକ୍ଷା ଏକ ଏପରି ସାଧନ ଅଟେ ଯାହା ମନୁଷ୍ୟକୁ ଅନ୍ୟ ପ୍ରାଣୀମାନଙ୍କଠାରୁ ଭିନ୍ନ ଏବଂ ଶ୍ରେଷ୍ଠ କରି ଗଢ଼ି ତୋଳିଥାଏ।ଶିକ୍ଷା ରହିତ ମନୁଷ୍ୟ ପଶୁସହିତ ସମାନ ହୋଇଥାଏ।ଶିକ୍ଷା ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀଭାବେ ଗଢ଼ିତୋଳିବା ସହିତ ତା’ର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ।ଶିକ୍ଷା ମନୁଷ୍ୟକୁ ମାନବିକ ମୂଲ୍ୟବୋଧର ଜ୍ଞାନ ଦେଇଥାଏ ଏବଂ ତାକୁ ସବୁ ପରିସ୍ଥିତି ଏବଂ ପରିବେଶରେ ଖାପଖୁଆଇ ଚାଲିବା ଶିଖେଇଥାଏ ବୋଲି ଉତ୍ସବରେ ମୁଖ୍ୟ ଅତିଥି ଅଗସ୍ତି ବେହେରା କହିଥିଲେ।


Follow by Email
WhatsApp