ଗୁଜୁରାଟ ଗୌରବ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଲୋକଙ୍କ ଆସ୍ଥାଭାଜନ ହେବା ପ୍ରଜାତନ୍ତ୍ରରେ ସବୁଠୁ ବଡ଼ ଉପଲବ୍ଧି – ଧର୍ମେନ୍ଦ୍ର ପ୍ରଧାନ

ଅକ୍ଟୋବର ୧୪ – କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ୯ଟି ନିର୍ବାଚନମଣ୍ଡଳୀର ଅନେକ ସ୍ଥାନରେ ଗୌରବ ଯାତ୍ରାରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ବସରେ ୨୩୪ କିଲୋମିଟର ଭ୍ରମଣ କରି ଦଳ ପାଇଁ ପ୍ରଚାର କରିବା ସହ ୬ଟି ଜନସଭାକୁ ସମ୍ବୋଧୃତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଡ଼ି , ବହୁବରାଜୀ , କାଲୋଲ , ମାନସା , ଗାନ୍ଧିନଗର ନର୍ଥ , ଗାନ୍ଧିନଗର ସାଉଥ , ଦେହଗାମ , ବୟାଦ , ମୋଡାସା ଆଦି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିଲେ । ଶ୍ରୀ ପ୍ରଧାନ ନିର୍ବାଚନ କ୍ଷେତ୍ରର ବିଜେପି କାର୍ଯ୍ୟକର୍ତ୍ତା ଓ ଆବାଳବୃଦ୍ଧବନିତାଙ୍କୁ ଭେଟି ଆଲୋଚନା କରିଥିଲେ । ସେ କହିଛନ୍ତି ପ୍ରଜାତନ୍ତ୍ରରେ ସବୁଠୁ ବଡ଼ ଉପଲବ୍ଧି ହେଉଛି ଲୋକଙ୍କ ଆସ୍ଥାଭାଜନ ହେବା

୨୩୪ କିମି ବସ ଯାତ୍ରା କରି ୯ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ • ବିଜେପି କାର୍ଯ୍ୟକର୍ତ୍ତା ଓ ଆବାଳବୃଦ୍ଧବନିତାଙ୍କୁ ଭେଟି କଲେ ଆଲୋଚନା * ଗୁଜୁରାଟ ଗୌରବ ଯାତ୍ରାର ଉଦ୍ଦେଶ୍ୟ ହେଉଛି ଗୁଜୁରାଟର ଜନତାଙ୍କୁ କୃତଜ୍ଞତା ଜଣାଇବା • ମୋଦି ସରକାରରେ ମହିଳା ସଶକ୍ତ ହେବା ସହ ଗରିବଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି ହୋଇଛି ଗାନ୍ଧିନଗର ,

। ଦୀର୍ଘ ୨୭ ବର୍ଷ ଧରି ଗୁଜୁରାଟର ଜନତା ନିରନ୍ତର ବିଜେପି ଏବଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ବିଶ୍ବାସ ରଖୁଛି । ଗୁଜୁରାଟର ଲୋକକଲ୍ୟାଣ ମଡେଲ ସାରା ଦେଶରେ ଲାଗୁ ହେଉଛି । ଲୋକଙ୍କ ଜୀବନକୁ ସହଜ କରିବା ସହ ସର୍ବାଙ୍ଗୀନ ବିକାଶ କରିବା ତଥା ଦେଶକୁ ସଶକ୍ତ ଏବଂ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କଟିବଦ୍ଧ । ଗୁଜୁରାଟ ଗୌରବ ଯାତ୍ରାର ଉଦ୍ଦେଶ୍ୟ ହେଉଛି ଗୁଜୁରାଟର ଜନତାଙ୍କୁ କୃତଜ୍ଞତା ଜଣାଇବା । ଗୁଜୁରାଟରେ ନିରନ୍ତର ଭଲ ପାଇବା ଓ ସମର୍ଥନ ପାଇଁ ଶ୍ରୀ ପ୍ରଧାନ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି , ଗୁଜୁରାଟ ହେଉଛି ମହାତ୍ମା ଗାନ୍ଧି ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଭୂମି । ନେହେରୁ ଏବଂ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ସମାଧାନ କରିପାରିନଥିବା ସମସ୍ୟାକୁ ମୋଦି ଓ ଶାହା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ବଳରେ ସମାଧାନ କରିଛନ୍ତି । ମୋଦି ସରକାରରେ ମହିଳାମାନେ ସଶକ୍ତ ହେବା ସହ ଗରିବ ଓ ଅସହାୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଉପରେ ବିଶ୍ବ ଆସ୍ଥାପ୍ରକଟ କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବ ବଳରେ ସର୍ଦ୍ଦାର ସରୋବର ଡ୍ୟାମ ପ୍ରକଳ୍ପ ଷଡ଼ଯନ୍ତ୍ରରୁ ମୁକୁଳି ପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Follow by Email
WhatsApp