ଆହାର କେନ୍ଦ୍ରରେ ଭୋଜନ କଲେ RDC ଅନୀଲ ସାମଲ Posted on 27/11/201927/11/2019 by NTP Bureau Report ବାଲେଶ୍ୱର (ଏନଟିପି): ବାଲେଶ୍ୱର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇଥିଲେ କେନ୍ଦ୍ରାଞ୍ଚଳ ଆର ଡି ସି ଅନୀଲ କୁମାର ସାମଲ।ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଧାଡ଼ି ରେ ରହି ରୋଗୀଙ୍କ ସମ୍ପର୍କୀୟ ଙ୍କ ସହ ଆହାର କେନ୍ଦ୍ର ରେ ଖାଦ୍ୟ ଖାଇଲେ କେନ୍ଦ୍ରାଞ୍ଚଳ ଆର୍ ଡି ସି । ଆଜି ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ କୁ ଅଚାନକ ପରିଦର୍ଶନ ରେ ଆସିଥିଲେ କେନ୍ଦ୍ରାଞ୍ଚଳ ଆରଡିସି । କେନ୍ଦ୍ରାଞ୍ଚଳ ଆରଡିସି ଇଂ ଅନୀଲ କୁମାର ସାମଲ ଆଜି ମେଡିକାଲ ରେ ପହଁଚିବା ପରେ ପ୍ରଥମେ ସର୍ଜରି ୱାର୍ଡ ଏହାପରେ ଏମ୍ ସି ଏଚ ବିଲଡିଂ , ମେଡିସିନ ୱାର୍ଡ ଆଦି ବୁଲି ରୋଗୀ ଓ ସମ୍ପର୍କୀୟ ସହିତ ସ୍ବାସ୍ଥ୍ୟସେବା ସଂପର୍କରେ ଆଲୋଚନା କରିଥିଲେ । ଆଉ ଶେଷରେ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ଲୋକଙ୍କୁ ଦିଆଯାଉଥିବା ଖାଦ୍ୟ ର ମାନ ସମ୍ପର୍କରେ ଆଲୋଚନା କରି ନିଜେ ଖାଇଥିଲେ । ଆରଡିସି ଙ୍କ ସହ ଜିଲ୍ଳାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମଧ୍ୟ ଧାଡିରେ ଛିଡ଼ା ହୋଇ ଆହାର କେନ୍ଦ୍ର ରେ ଖାଦ୍ୟ ଖାଇଥିଲେ । ତେବେ ସିଡିଏମ୍ଓ , ଡିନ ଓ ମେଡିକାଲ୍ ସୁପରିଟେଣ୍ଡେନ୍ଟ ସହ ଆଲୋଚନା କରିବା ପରେ ମେଡିକାଲ୍ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଉନ୍ନତ ରୋଗୀ ସେବା ଓ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବା ନେଇ ଗଣମାଧ୍ୟମ କୁ ସୂଚନା ଦେଇଥିଲେ । Share on FacebookTweetFollow usSave Post Views: 545
Odisha Political Tadka ଗଣଦୁଷ୍କର୍ମ ପିଡୀତାଙ୍କ ପରିବାରକୁ ଭେଟି ଫେରିବାବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଗଲା ଧମକ….. NTP Bureau Report 07/01/2019 0 ପୀଡିତାଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ବାରିପଦାଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିପିଲି ଦୁଷ୍କର୍ମ ପିଡିତା ଙ୍କ ପରିବାରକୁ ନ୍ୟାୟ ପାଇଁ ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଲେ।ତାପରେ ମୋଦି ଗଲେ ପିପିଲି […]
Odisha ଆଗ ଟଙ୍କା ପରେ ଅପରେସନ : କ୍ୟାପିଟାଲ ହସ୍ପିଟାଲ ଟଙ୍କାଖିଆ ସର୍ଜରି ୱାର୍ଡ NTP Bureau Report 29/01/2019 0 ଭୁବନେଶ୍ବର : ସୁଧୁରୁ ନାହାନ୍ତି କ୍ୟାପିଟାଲ ହସ୍ପିଟାଲର ଟଙ୍କାଖିଆ ଡାକ୍ତର। ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି, ହସ୍ପିଟାଲ କର୍ତୃପକ୍ଷ ତଦନ୍ତ କରୁଛନ୍ତି ତଥାପି ଟଙ୍କା କାରବାର ପୂର୍ବରୁ ଯେମିତି ଚାଲିଥିଲା ସେମିତି ଚାଲିଛି। କେବଳ […]
Odisha Business Laying the foundation stone By MCL CMD For Fast Mile Connectivity Project NTP Bureau Report 21/07/2021 0 Angul(NewsTimePro): MCL CMD Prabhat Kumar Sinha, chairman of MCL (Mahanadi Coal Fields Limited), visited Talcher Coal Fields on Sunday and visited various coal mines and […]