ଆକାଶ ମାର୍ଗରୁ ବୁଲବୁଲ ପ୍ରଭାବିତ ଅଂଚଳ ବୁଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏନଟିପି):

ଦିଲ୍ଲୀ ଗସ୍ତରୁ ଫେରି ବୁଲବୁଲ ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। , ଦିଲ୍ଲୀ ଗସ୍ତ ସଫଳ ହୋଇଛି। କେନ୍ଦ୍ର ସରକାର ଠାରୁ ବକେୟା ରାଶି ଖୁବ ଶୀଘ୍ର ମିଳିବ ବୋଲି ସେ ଆଶା ରଖିଛନ୍ତି। ବୁଲବୁଲ କ୍ଷତିଗ୍ରସ୍ତଙ୍କ ସହ ସରକାର ରହିଛନ୍ତି। ଲୋକମାନେ ଚିନ୍ତା ନକରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ମୋ ସରକାର ଓ 5Tର ସଫଳତା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ ରାଜ୍ୟବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ଆଜି ଅପରାହ୍ନରେ ଆକାଶମାର୍ଗରୁ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ। ପରେ ଲୋକସେବା ଭବନରେ ଭିଡିଓ କନଫରେନସିଂରେ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବୁଲବୁଲ କ୍ଷତି ନେଇ ସମୀକ୍ଷା କରିବେ।
www.newstimepro.com

Follow by Email
WhatsApp