ବାଇକ ଚୋରଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଯୁବ ସମାଜସେବୀ। Posted on 24/04/201924/04/2019 by NTP Bureau Report ଭୁବନେଶ୍ବର: ରାଜଧାନୀରେ ଆଜି ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ କମିଶନରେଟ ପୋଲିସ ପୁରା ଶକ୍ତି ଲଗାଇଦେଇଥିଲା । ଏହାର ସୁଯୋଗ ନେଇ କିଛି ଅପରାଧି ମାତିଥିଲେ ନିଜ ମିଶନରେ । ଚୋରି ଡକାୟତ କରିବାକୁ ଯୋଜନା କରିଥିଲେ ଡକାୟତ । ଆଉ ନିଜ ଯୋଜନାକୁ ସାକାର କରିବାକୁ ବାଛିଥିଲେ ଭୁବନେଶ୍ବରର ସବୁଠୁ ଗୁରୁତ୍ବପୂର୍ଣ୍ଣ ସ୍ଥଳ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳକୁ । ସୂଚନା ଅନୁସାରେ ଆଜି ପ୍ରତିଷ୍ଠିତ ଅର୍ଣ୍ଣପୂର୍ଣ୍ଣା ପ୍ରଯୁକ୍ତି ବିଦ୍ୟାର ଜଣେ କର୍ମଚାରୀ ତାଙ୍କ ପତ୍ନୀଙ୍କ ସହ ମାର୍କେଟିଙ୍ଗ କରିବାକୁ ଆସିଥିଲେ ମାଷ୍ଟର କ୍ୟାଣ୍ଟିନ । ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ତନିସ୍କ ସୁନା ଦୋକାନ ନିକଟରେ ଉଭୟ ଦମ୍ପତି ଥିବାବେଳେ ସେଠାରେ ହଠାତ୍ ପହଞ୍ଚିଥିଲେ ଜଣେ ଲୁଟେରା । ଆଉ ଉକ୍ତ କର୍ମଚାରୀ ଙ୍କ ପତ୍ନୀ ଧରିଥିବା ବ୍ୟାକ୍ କୁ ଝାମ୍ପିନେଇ ଚମ୍ପଟ ମାରିଥିଲେ ଲୁଟେରା ଜଣକ । ବ୍ୟାକ୍ ଚୋରି ହେବା ଜାଣି ମହିଳା ଜଣକ ଚିତ୍କାର କରିବା ପରେ ମହିଳାଙ୍କ ଚିତ୍କାର ଶୁଣି ନିକଟରେ ଥିବା ଫିନିକ୍ସ ସେବାର ସଦସ୍ଯ ମାନେ ଆସି ଲୁଟେରାକୁ ପିଛା କରିଥିଲେ । ଖୁବ୍ ସାହାସିକତାର ସହ ଏହି ଯୁବକ ମାନେ ଲୁଟେରାକୁ ଭୁବନେଶ୍ବର ରବି ଟକିଜ ନିକଟରେ ଧରିବାରେ ସଫଳ ହୋଇଥିଲେ କିନ୍ତୁ ଠେଲାପେଲାରେ ଲୁଟେରା ଜଣକ ନିଜ ବାଇକ୍ ଛାଡି ଖସି ପଳାଇବାକୁ ସକ୍ଷମ ହୋଇଛି । ତେବେ ଚୋରି ହୋଇଥିବା ବ୍ୟାକ୍ ଓ ଲୁଟେରାର ବାଇକ୍ କୁ ଆଣି ଏହି ଯୁବକ ମାନେ ଖାରବେଳ ନଗର ଥାନା ଉପ ଅଧିକାରୀ ମିନତୀ କୁମାର ନାୟକଙ୍କ ନିକଟରେ ଜିମା ଦେଇଥିଲେ । ବ୍ୟାଗରେ ନଗଦ ଟଙ୍କା ସୁନା ସହ କିଛି ମୂଲ୍ୟବାନ ସାମଗ୍ରୀ ଥିଲା । ଥାନା ଅଧିକାରୀ ଉକ୍ତ ଅଣ ଓଡିଆ ଦମ୍ପତିଙ୍କୁ ଡାକି ତାଙ୍କ ବ୍ୟାଗ ଦେବା ସହ ଏହି ଘଟଣାର ତଦନ୍ତ କରୁଛନ୍ତି । ସେପଟେ ଅଦମ୍ୟ ସାହାସର ସହ ଲୁଟେରାକୁ ପିଛାକରି ବ୍ୟାଗକୁ ଉଦ୍ଧାର କରିଥିବାରୁ ଫିନିକ୍ସ ସେବା ର ଏହି ସଦସ୍ଯ ମାନଙ୍କୁ ପୋଲିସ ସମେତ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟୁଛି । ଏବଂ ରାଜଧାନୀରେ ଚର୍ଚ୍ଚା ହେଉଛି ଯାହା ନପାରିଲା ପୋଲିସ ତାହା କରି ଦେଖାଇଲା ଫିନିକ୍ସ ସେବା । ସୂଚନା ଥାଉକି ଏହି ଘଟଣାରେ ଲୁଟେରାକୁ ପିଛା କରିଥିବା ଯୁବକ ମାନେ ହେଉଛନ୍ତି ମାଲ୍ଲିକ ଅଓ୍ବେସ୍, ସୁମିତ ରାଉତରାୟ, ବିନୋଦ କୁମାର ପଲେଇ ଓ ରବି ନାରାୟଣ ବେହେରା । Share on FacebookTweetFollow usSave Post Views: 242
Odisha ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା NTP Bureau Report 16/04/2019 0 ଭୁବନେଶ୍ୱର (ଏନଟିପି): 💁♂💁♂💁♂ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହଳଶ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଏସଆରସି ବିଷ୍ଣୁପଦ ସେଠୀ । […]
Odisha ଟେକ୍ନୋ ଇଣ୍ଡିଆ ବିଶ୍ବବଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ NTP Bureau Report 14/08/2024 0 କଲକାତା: ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନ୍ତଙ୍କୁ କଲକାତାଗ କ ଏକ ପ୍ରମୁଖ ବିଶ୍ବବିଦ୍ୟାଳୟ ଟେକ୍ନୋ ଇଣ୍ଡିଆ ୟୁନିଭରସିଟି (ଟିଆଇୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ […]
Odisha କନ୍ଧମାଳ:ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା NTP Bureau Report 30/03/2020 0 କନ୍ଧମାଳ(ଏନ ଟି ପି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବଡ଼ବରବା ପଞ୍ଚାୟତର ଖଜୁରିଖମନ ଗ୍ରାମରେ ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡ଼ି ଯାଇଛି। ରାଇକିଆ ଠାରୁ […]