ବୋଇତ ବନ୍ଦାଣ ଉତ୍ସବ ସହ ସଂସ୍କୃତି ଓ ପରମ୍ପରା ଜଡିତ Posted on 12/11/201912/11/2019 by NTP Bureau Report ଭୁବନେଶ୍ୱର(ଏନଟିପି ):(ସ୍ମୃତିଲିପି ସାହୁଙ୍କ ରିପୋର୍ଟ) ବୋଇତ ବନ୍ଦାଣ ଉତ୍ସବ ଆସିଲେ ମନେ ପଡେ ନୌବାଣିଜ୍ୟ କଥା।ମନେ ପଡେ ଆମ ସଭ୍ୟତାକୁ ବଜାୟ ରଖିଥିବା ସେହି ସାଧବ ପୁଅଙ୍କ କଥା ଓ ଗାଥା। ମଣିଷ ଶରୀର ପାଇଁ ହୃତପିଣ୍ଡ ଯେପରି ମୁଖ୍ୟ ଅଙ୍ଗ ସେହି ପରି ଗୋଟିଏ ସଭ୍ୟତା ପାଇଁ ତାର ସଂସ୍କୃତି ଓ ପରମ୍ପରା ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ | ଏଣୁ ଆମେ ସମସ୍ତେ ଓଡିଆ ଆମର ଗୌରବମାୟ ସଂସ୍କୃତି ଏବଂ ପରମ୍ପରା କୁ ଅକ୍ଷୁର୍ଣ ରଖିବା ଉଚିତ | ଶରତ ଋତୁ ର ପ୍ରାରମ୍ଭରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡିଶାର ପ୍ରତ୍ୟେକ ପ୍ରାନ୍ତରେ ଡଙ୍ଗାଭସା ବା ବୋଇତ ବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଥାଏ | ଏହି ଉତ୍ସବ କାହିଁ କେଉଁ ଅନାଦି କାଳରୁ ଉତ୍କଳୀୟ ପରମ୍ପରାରେ ସହ ଜଡିତ |ଏହି ଦିନ ବ୍ରହ୍ମମୂହୁର୍ତ୍ତରୁ ଉଠି ଲୋକେ ବିଭିନ୍ନ ପ୍ରକାରର ବୋଇତ ସହ ଗୁଆ , ଧୂପ , ଦୀପ ଦେଇ ନଦୀ , ନାଳ କିମ୍ବା ପୋଖରୀ ଅଭିମୁଖେ ବାହାରି ଥାନ୍ତି | ବାସ୍ତବରେ ଏହି ପରମ୍ପରାରୁ ଅନେକ କିଛି କଥା ଜଡିତ ମାତ୍ର ଏଥି ମଧ୍ୟରୁ ଏକ ପ୍ରାମାଣିକ କଥା ହେଲା ଏଥି ସହ ଜଡିତ ଆମର ସାଧବ ପୁଅମାନଙ୍କ ସମୃଦ୍ଧ ବାଣିଜ୍ୟ | ସେତେବେଳେ ଉତ୍କଳୀୟ ବାସି କୃଷି ସହିତ ବ୍ୟବସାୟ ବାଣିଜ୍ୟ କରି ପରିବାର ପୋଷଣ କରୁଥିଲେ | ଯେହେତୁ ଆମ ଚାଷ କାର୍ଯ୍ୟ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିଲା, ତେଣୁ କାର୍ତ୍ତିକ ମାସ ଶେଷ ଆଡକୁ ଧାନ ଆଦି ଫସଲ ଅମଳ ହୋଇଯାଉ ଥିଲା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ସମୁଦ୍ର ଯାତ୍ରା ପାଇଁ ମଧ୍ୟ ପଥ ସୁଗମ ହୋଇଯାଉଥିଲା | ଏହି ସମୟରୁ ଆକାଶ ମେଘମୁକ୍ତ ହେବା ସାଙ୍ଗକୁ ପଶ୍ଚିମ ପବନ ବୋଇତ କୁ ସମୁଦ୍ର ମଧ୍ୟରେ ବୋହି ନେବାକୁ ସାହାଜ୍ୟ କରୁଥିଲା | ତେଣୁ ଆମ ରାଜ୍ୟର ବଣିକ ସାଧବ ପୁଅ ଏହି ସମଯରୁ ଜାଭା , ସୁମାତ୍ରା , ବାଲି , କାମ୍ବୋଡିଆ , ବର୍ଣ୍ଣିଓ , ମାଲେସିଆ , ଥାଇଲାଣ୍ଡ , ଫିଲିପାଇନ୍ସ , ଏବଂ ଶ୍ରୀଲଙ୍କା ଆଦି ଦେଶକୁ ଅଭିମୁଖେ ବାହାରି ବାଣିଜ୍ୟ ବ୍ୟବସାୟ କରୁଥିଲେ |ମାସକୁ ଧର୍ମ ଏବଂ ପୂଣ୍ୟ ମାସ ଭାବେ ଆମ ଧର୍ମରେ ଗ୍ରହଣ କରାଯାଉଥିବାରୁ ଏହି ମାସର ପୂର୍ଣ୍ଣିମା ଦିନ ବାଣିଜ୍ୟ ନିମନ୍ତେ ବୋଇତ ଯାତ୍ରାର ଶୁଭାରମ୍ଭ କରାଯାଉଥିଲା | ସାଧବ ପୁଅ ବ୍ୟବସାୟ କୁ ବାହାରିଲା ବେଳେ ସେମାନଙ୍କ ପ୍ରିୟଜନ ତାଙ୍କ ସମୃଦ୍ଧି ଓ ସଫଳତା ନିମନ୍ତେ ବୋଇତ ବନ୍ଦାଣ କରୁଥିଲେ | ଏହି ସାଧବ ମାନଙ୍କ ଦ୍ଵାରା ଆମ ରାଜ୍ୟ ର କଳା ସଂସ୍କୃତି ବିଦେଶ ର ପ୍ରଚାର ପ୍ରସାର ହବା ସହ ଆମ ରାଇଜ କୁ ସମୃଦ୍ଧ କରିବାରେ ମଧ୍ୟ ବେଶ ସହାୟକ ହୋଇଥିଲା| ଆଜି ଏହି ଗୌରବମୟ ଗାଥା କୁ ସ୍ମରଣୀ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି| ତତ୍କାଳୀନ ସାଧବ ପୁଅ ମାନଙ୍କ ଦ୍ଵାରା କେବଳ ଯେ ବାଣିଜ୍ୟ ବେପାର ହେଉଥିଲା ତା’ନୁହେଁ , ବରଂ ଭାଷା ଓ ସଂସ୍କୃତିର ଆଦାନ ପ୍ରଦାନ ହେଉଥିଲା | ସେଥିପାଇଁ ଶ୍ରୀଲଙ୍କାର ସିଂହଳୀ ଭାଷା ସହ ଆମ ଓଡିଆ ଭାଷାର ଅନେକ ସାମଞ୍ଜସ୍ୟ ରହିଥିବାର ଲକ୍ଷ୍ୟ କରାଯାଏ | ସେହିପରି ମାଲେସିଆ , ଇଣ୍ଡୋନେସିଆ, ବର୍ମା , କମ୍ବୋଡିଆରେ ମଧ୍ୟ ଉତ୍କଳୀୟ ପରମ୍ପରା ଓ ଭାଷାର ଛାପ ଦେଖିବାକୁ ମିଳେ | ବର୍ତ୍ତମାନ ସମୟରେ ବଜାରରେ ଭିନ୍ନ ଭିନ୍ନ ରଙ୍ଗବେରଙ୍ଗର ବୋଇତ ଉପଲବ୍ଧ କିନ୍ତୁ ଆଜି ମଧ୍ୟ କଦଳୀ ପାଟୁଙ୍ଗା ବୋଇତର ସ୍ଵତନ୍ତ୍ର ମହତ୍ଵ ରହିଛି | Share on FacebookTweetFollow usSave Post Views: 480
Odisha Business JSPL supplies two oxygen tanks to the state government NTP Bureau Report 19/05/2021 0 BHUBANESWAR(NewsTimePro): Jindal Steel and Power Ltd (JSPL), led by Naveen Jindal, has provided two cryogenic tanks to assist the state government in the fight against […]
Odisha ଶ୍ରଦ୍ଧା,ସେବା ଓ ସହଯୋଗ ଅନୁଷ୍ଠାନ NTP Bureau Report 30/08/2022 0 ମାନବ ସେବା ହିଁ ମାଧବଙ୍କ ସେବା।ଏହାକୁ ପ୍ରମାଣିତ କରିବାକୁ ସଂକଲ୍ପ ନେଇଛି ଶ୍ରଦ୍ଧା,ସେବା ଓ ସହଯୋଗ ଅନୁଷ୍ଠାନ। ଲୋକଙ୍କ ସେବାକୁ ଜୀବନର ବୃତି ନେଇ ଆଗକୁ ବଢିବାର ଲକ୍ଷ ନେଇ ଆରମ୍ଭ ହୋଇଛି ସେବା,ଶ୍ରଦ୍ଧା […]
Odisha ସରିଲା ତୃତୀୟ ପର୍ଯ୍ୟାୟ ମତଗ୍ରହଣ: ସଂଧ୍ୟା ୫ଟା ସୁଦ୍ଧା ହୋଇଛି ୬୧ ପ୍ରତିଶତ ମତଦାନ, ଦୁଇଟି ବୁଥରେ ହେବ ସାନି ମତଦାନ NTP Bureau Report 23/04/2019 0 ଭୁବନେଶ୍ୱର ୨୩/୪(NTP BUREAU) : ସରିଲା ତୃତୀୟ ପର୍ଯ୍ୟାୟ ମତଗ୍ରହଣ । ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଲୋକସଭା ଓ ୪୨ ବିଧାନସଭା ଆସନରେ ପ୍ରତିନିଧିଙ୍କ ନାଁରେ ମୋହର ମାରିସାରିଛନ୍ତି ଭୋଟର । ଭୁବନେଶ୍ବର, କଟକ, […]