ବିଜେଡି ଯୁବ ସଭାପତିଙ୍କ ସମେତ ୫ ଗିରଫ ଓ କୋର୍ଟ ଚାଲାଣ Posted on 31/10/201931/10/2019 by NTP Bureau Report ଅନୁଗୋଳ(ଏନଟିପି): ତାଳଚେର ବିଧାୟକ ଓ ଭାଲୁଗାଡ଼ିଆ ଗ୍ରାମବାସୀଙ୍କୁ ଆନ୍ଦୋଳନ ସମୟରେ ଥାନାରେ ଅଟକ ରଖାଯାଇଥିଲା।ଯାହାର ପ୍ରତିବାଦରେ ତାଳଚେରବନ୍ଦ ପାଳନ ସମୟରେ ଏମସିଏଲ.ର ବିଭିନ୍ନ କାର୍ଯ୍ୟାଳୟ ରେ ଭଙ୍ଗାରୁଜା କରି ଲକ୍ଷାଧିକ ସମ୍ପତ୍ତି ନଷ୍ଟ କରିବା,କାର୍ଯ୍ୟରତ କର୍ମଚାରୀଙ୍କୁ ଧମକଚମକ ଦେବା, ଖଣିରେ କୋଇଲା ଉତ୍ପାଦନ ଓ ପରିବହନରେ ବାଧା ସୃଷ୍ଟି କରିବା ଆଦି ଅଭିଯୋଗରେ ତାଳଚେର ପୋଲିସ ଯୁବ ବିଜେଡି ସଭାପତି ମନୋଜ ସାହୁଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ବିଜେଡିର ଧାଡ଼ିର ଏହି ଯୁବନେତାଙ୍କ ସମେତ ଆହୁରି ପ୍ରାୟ ୧୫ ଜଣଙ୍କ ନାମରେ ଏମସିଏଲ କର୍ତ୍ତୃ ପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିବା ଜଣାପଡ଼ିଛି l ତେବେ ଗତ ସୋମ ବାର ଦିନ ଭାଲୁଗାଡ଼ିଆ ଗ୍ରାମର ନାଏକ ସାହି ଉଚ୍ଛେଦ ସମୟରେ ବିଧାୟକ ଏଵଂ ଗ୍ରାମବାସୀ ବିରୋଧ କରିବାପରେ ପୋଲିସ ଅଟକ ରଖିଥିଲା l ଏହାପରେ ବିଧାୟକଙ୍କ ସମର୍ଥକମାନେ କୋଇଲାଖଣିରେ ବନ୍ଦ ଆନ୍ଦୋଳନ କରିବାସହ ବୁଧବାର ତାଳଚେର ବନ୍ଦ କରିଥିଲେ l ଏହି ସମୟରେ ସେମାନେ ଦବଂଗ ଗିରି ଦେଖାଇ ଏମସିଏଲ ଜଗନ୍ନାଥ ଗେଷ୍ଟ ହାଉସ, ଅନନ୍ତ ଟାଇମ ଅଫିସ,ଭରତପୁର ଟାଇମ ଅଫିସ,ଜଗନ୍ନାଥ ପ୍ରୋଜେକ୍ଟ ଅଫିସରେ ଭଙ୍ଗାରୁଜା କରି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିବା ସହ କର୍ମଚାରୀଙ୍କୁ ଧମକଚମକ ଦେଇଥିଲେ l ସେହିପରି ଭରତପୁର ଓସିପି ରେ କୋଇଲା ଉତ୍ପାଦନ ଓ ପରିବହନ ଆଦିକୁ ବଳପୂର୍ବକ ବନ୍ଦ କରିଥିବାର ଏମସିଏଲ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା l ଅନ୍ୟପକ୍ଷେ ଏହି ଘଟଣାରେ ସମ୍ପୃକ୍ତ ରହି ଫେରାର ହୋଇ ଯାଇଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବାକୁ ତନାଘନା ଚଳାଇଛି l ଅନୁଗୋଳ ଏସପି ସ୍ୱୟଂ ନିଜେ ଏହାକୁ ତଦାରଖ କରୁଥିବାର ଜଣାପଡିଛି Share on FacebookTweetFollow usSave Post Views: 871
Odisha ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ NTP Bureau Report 18/02/2019 0 ଅନୁଗୋଳ(ଏନଟିପି): ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ ଠାରେ ନୂତନ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ତାଙ୍କର ପ୍ରଥମ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ […]
Odisha ଫୁଲବାଣୀରେ ପରିବା ଓ ତେଜରାତି ସାମଗ୍ରୀର ଯୋଗାଣ ଲାଗି ଆରମ୍ଭ ହେଲା ଦୁଇଟି ମୋବାଇଲ୍ ଭେଣ୍ଡିଂ ଅଟୋ ବ୍ୟବସ୍ଥା…. NTP Bureau Report 30/03/2020 0 କନ୍ଧମାଳ(ଏନ ଟି ପି): କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନରେ ଥିବା ବେଳେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଏକ ଭଲ ପଦକ୍ଷେପ ନିଆଯାଇଛି। ତାହା ଅନୁଯାୟୀ, କରୋନା ଲକଡାଉନ୍ […]
Odisha Amphan now a ‘super cyclone’; landfall on West Bengal coast on Wednesday evening NTP Bureau Report 19/05/2020 0 Bhubaneswar(NewsTimePro) The IMD has warned light to moderate rainfall over Andaman and Nicobar Islands in the next 24 hours. Coastal Odisha is likely to have […]