ISIS ର ମୁଖ୍ୟ ବାଗଦାଦି ନିହତ, ଘୋଷଣା କଲେ ଟ୍ରମ୍ପ Posted on 27/10/201927/10/2019 by NTP Bureau Report ଓ୍ଵାଶିଂଟନ, ଅକ୍ଟୋବର୨୭(ଏନଟିପି) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ରାତିରେ ଆମେରିକା ସେନାର ଏକ ବଡ଼ ଧରଣର ଅପରେସନରେ ଇସଲାମିକ ଷ୍ଟେଟ(ଆଇଏସ)ର ମୁଖ୍ୟ ଅବୁ ବକର ଅଲ ବାଗଦାଦୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି। ବାଗଦାଦୀ ସହିତ ତାର ତିନୋଟି ପିଲା ଓ ଅନେକ ସହଯୋଗୀ ମଧ୍ୟ ପ୍ରାଣ ହରାଇଛନ୍ତି। ବଗଦାଦୀ ଏକ ସୁଡ଼ଙ୍ଗରେ ଛପି ରହିଥିଲା। ମାତ୍ର ଆମେରିକା ସେନା ଚାରି ଆଡୁ ଘେରି ଯିବାରୁ ବଗଦାଦୀ ପିଲାଙ୍କ ସହ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ସେ କାପୁରୁଷ ଥିଲା ଏବଂ କୁକୁର ପରି ମରିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି।ସିରିଆର ଆମେରିକା ସେନାର ଅପରେସନ ସମୟରେ ନିପାତ ହେଲା ବାଗଦାଦି। ଟ୍ରମ୍ପ କହିଛନ୍ତି ଯେ, ଗତ ରାତିରେ ଆମେରିକା ଦୁନିଆର ଏକ ନମ୍ବର ଆତଙ୍କୀକୁ ନିପାତ କରିଛି। ସେନାର ବଡ଼ ଧରଣର ଅପରେସନରେ ବଗବାଦୀ ନିହତ ହୋଇଛି। ସେ ଦୁନିଆର ସବୁଠୁ ଦୁର୍ଦ୍ଦାନ୍ତ ଓ ହିଂସକ ସଙ୍ଗଠନର ସଂସ୍ଥାପକ ଓ ମୁଖ୍ୟ ଥିଲା। ଟ୍ରମ୍ପ ଆଇଏସ ବିରୋଧୀ ଲଢେଇରେ ସହଯୋଗ ପାଇଁ ଋଷ, ସିରିଆ ଓ ତୁର୍କୀକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି #WATCH US President Donald Trump: He (Abu Bakr al-Baghdadi) will never again harm another innocent man, woman or child. He died like a dog, he died like a coward. The world is now a much safer place. pic.twitter.com/8NB69yA3b1— ANI (@ANI) October 27, 2019 Share on FacebookTweetFollow usSave Post Views: 444
NATIONAL କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ କଣ ଦେଲେ ବୟାନ …. NTP Bureau Report 02/08/2019 0 କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଟ୍ରମ୍ପ କହିଛନ୍ତି, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଲେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ପାକ୍ […]
NATIONAL ଗରିବ ସବର୍ଣ୍ଣ ପାଇବେ ଚାକିରି,ଶିକ୍ଷାରେ ୧୦% ସଂରକ୍ଷଣ NTP Bureau Report 12/01/2019 0 ଏନଟିପି(ନୂଆଦିଲ୍ଲୀ) ଏଣିକି ଗରିବ ସବର୍ଣ୍ଣଙ୍କୁ ମିଳିବ ଚାକିରି ଓ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ । ଆଇନରେ ପରିଣତ ହେଲା କୋଟା ବିଲ୍ ଏଣିକି ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କୁ ମିଳିବ ସଂରକ୍ଷଣ । କେନ୍ଦ୍ର […]
NATIONAL ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ… ପଢନ୍ତୁ ପୁରା ରିପୋର୍ଟ… NTP Bureau Report 20/07/2019 0 ନୂଆଦିଲ୍ଲୀ,(ଏନଟିପି ବ୍ୟୁରୋ): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଶନିବାର ପରଲୋକ ଘଟିଛି। ବର୍ତ୍ତମାନ ଦିଲ୍ଲୀର ସେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଥିଲେ। ଏହା ପୂର୍ବରୁ ସେ ଦିଲ୍ଲୀର […]