କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ କଣ ଦେଲେ ବୟାନ …. Posted on 02/08/201902/08/2019 by NTP Bureau Report କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଟ୍ରମ୍ପ କହିଛନ୍ତି, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଲେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ସେ ଏନେଇ ଆଲୋଚନା କରିଛନ୍ତି । କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ଏକାଠି ଆସିବା ଆବଶ୍ୟକ ବୋଲି କହିଛନ୍ତି ଟ୍ରମ୍ପ । ଯଦି ସେମାନଙ୍କୁ ଲାଗୁଛି କାଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଆବଶ୍ୟକ, ସେଥିପାଇଁ ମଧ୍ୟ ସେ କିଛି କରିପାରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ପରେ ସଂପୂର୍ଣ୍ଣ ଭାରତ ଓ ପାକିସ୍ତାନ ଉପରେ ନିର୍ଭର କରୁଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ପ୍ରସଙ୍ଗ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ହେଲେ ପାକିସ୍ତାନ ଏହାକୁ ସ୍ୱାଗତ କରିଥିବା ବେଳେ ଭାରତ ଟ୍ରମ୍ପଙ୍କ ପ୍ରସ୍ତାବକୁ ଖାରଜ କରିଛି । ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡାନାଲ୍ଡ ଟ୍ରମ୍ପ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସେହିପରି ଜି-୨୦ ସମ୍ମିଳନୀ ଅବସରରେ ଜୁନ ମାସରେ ମୋଦି-ଟ୍ରମ୍ପ ସାକ୍ଷାତ ହୋଇଥିଲା । Share on FacebookTweetFollow usSave Post Views: 452
Odisha NATIONAL ଭଦ୍ରକରେ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର NTP Bureau Report 19/02/2020 0 ଭୁବନେଶ୍ୱର(ଏନଟିପି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବାକୁ ଅନୁରୋଧ […]
NATIONAL ନାଥୁରାମ ଗୋଡ଼ସେ ଗାନ୍ଧିଜୀଙ୍କୁ କାହିଁକି ମାରିଲେ ଗୁଳି…. NTP Bureau Report 12/01/2019 0 ଏନଟିପି(ସ୍ମୃତିଲିପି ସାହୁଙ୍କ ରିପୋର୍ଟ) ନାଥୁରାମ ଗୋଡ଼ସେ ଗାନ୍ଧିଜୀଙ୍କୁ କଣ ପାଇଁ ଗୁଳି କରି ହତ୍ୟା କରିଥିଲା, ଏହା ହେଉଛି ତାର ମୁଖ୍ୟ କାରଣ* *ଗାନ୍ଧିଜୀଙ୍କର ହତ୍ୟା ନାଥୁରାମ ଗୋଡ଼ସେ 30 ଜାନୁଆରି 1948 […]
Odisha NATIONAL 73rd Independence Day was celebrated at NTPC NTP Bureau Report 16/08/2019 0 Anugul(NewsTimePro): Talcher Kaniha on 15th August,2019 with patriotic fervour. Shri Ramesh Babu V ,Executive Director hoisted the national flag at Ambedkar Stadium of the township. […]