SOS ଭିଲେଜ୍ ରେ ମୁଖ୍ୟମନ୍ତ୍ରୀ ପାଳିଲେ ଦୀପାବଳି

ଭୁବନେଶ୍ୱର(ଏନଟିପି):

ଅସତ୍ୟ ଉପରେ ସତ୍ୟର ବିଜୟ।ଅଧର୍ମ ଉପରେ ଧର୍ମର ବିଜୟ।ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏହି ଉତ୍ସବ ଆମ ଜୀବନରେ ଆଲୋକ ସହ ଖୁସୀ ଭରିଦିଏ। ଦୀପ ଜାଳି ବାଣ ଫୁଟାଇ ବଡବଡୁଆଙ୍କୁ ଡାକି ଏହି ପର୍ବ ପାଳନ କରାଯାଇଥାଏ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଓଏସ୍ ଭିଲେଜରେ ପିଲାମାନଙ୍କ ସହ ସନ୍ଧ୍ୟାରେ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ସେ ପିଲାଙ୍କ ସହ ବେଶ୍ ହସଖୁସିରେ କଥାବାର୍ତ୍ତା ହୋଇଛନ୍ତି। ଏହା ସହିତ ପିଲାଙ୍କୁ ଉପହାର ମଧ୍ୟ ବାଣ୍ଟିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଭିନ୍ନ ଅନ୍ଦାଜରେ ଜନତାଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି। ନିକଟରେ ସେ ନିଜ ଜନ୍ମଦିନକୁ ପାଳନ କରି ନଥିଲେ। ଏହା ପରିବର୍ତ୍ତେ ତାଙ୍କ କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ଭିନ୍ନକ୍ଷମ ପିଲାଙ୍କ ସହ ସମସ୍ତ ପର୍ବ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଆଜି ଦୀପାବଳିରେ ନବୀନ ନିଜେ ଅନାଥାଶ୍ରମ ଯାଇ ପିଲାଙ୍କ ସହ ସନ୍ଧ୍ୟାରେ ଦୀପାବଳି ପାଳନ କରିଛନ୍ତି। ପିଲାଙ୍କୁ ଉପହାର ଦେଇ ବାଣ ମଧ୍ୟ ଫୁଟାଇଛନ୍ତି। ଏତଦ୍ ବ୍ୟତୀତ ସେ ଡିଜିପି ଏସପି ଓ ଜିଲ୍ଲାପାଳମାନଙ୍କୁ ମଧ୍ୟ ଯବାନଙ୍କ ପରିବାର ସହ ଦୀପାବଳି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ SOS ଭିଲେଜ କୁ ଦୀପାବଳି ରେ ୧୦ ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ପ୍ରଦାନ କଟିଛନ୍ତି
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି ରାଜ୍ୟବାସୀଙ୍କୁ ଆଲୋକର ପର୍ବ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ 👇👇👇👇👇👇

Follow by Email
WhatsApp