କୁଲାଡ଼ ସେଣ୍ଟ୍ରାଲ ପୂଜା କମିଟି ତରଫରୁ ମା’ ଙ୍କ ଆଜ୍ଞା ଲଡୁ ନିଲାମ

(ଅନୁଗୋଳ : NEWS TIME PRO)
ଅନୁୁୁଗୋଳ ଜିଲ୍ଲା କୁଲାଡ଼ ଗାଁ ରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନୂଆ ନୂଆ ମେଢ଼ ସାଙ୍ଗକୁ ସୁନ୍ଦର ତ୍ୱରଣ ରେ ସଜ୍ଜିତ ହୋଇଛନ୍ତି ମହାଲକ୍ଷ୍ମୀ। ସୁନ୍ଦର ଆଲୋକ ମାଳାରେ କୁଲାଡ଼ ଗାଁ ଚଳଚଂଚଳ ହୋଇଉଠୁଛି। ଏଗାର ଦିନ ବ୍ୟାପୀ ମା’ଙ୍କର ପୂଜା ଅନୁଷ୍ଠିତ ହେଉଅଛି। ମେଢ଼ ଦେଖିବାକୁ ଦୂର ଦୁରାନ୍ତ ରୁ ପ୍ରବଳ ଦର୍ଶକ ଆସୁଛନ୍ତି। କୁଲାଡ଼ ଗାଁରେ ୯ଗୋଟି ମେଢ଼ରେ ମହାଲକ୍ଷ୍ମୀ ପୂଜା ପାଉଛନ୍ତି। ବାବା କ୍ଲବ, ଆଲୁମିନିୟମ ହାଇସ୍କୁଲ ପୂଜା କମିଟି, ବଣିକ ସଂଘ, ପ୍ରିନ୍ସ କ୍ଲବ, ବଡ଼ ବନ୍ଧ କ୍ଲବ, ଫ୍ରେଣ୍ଡସ କ୍ଲବ, ସାହାରା କ୍ଲବ, କୁଲାଡ଼ ଛକ ଓ ବ୍ରାହ୍ମଣୀଦେବୀ ପୂଜା କମିଟି ତରଫରୁ ଶାନ୍ତି ଶୃଙ୍ଖଳାର ସହ ପୂଜା ପାଳିତ ହେଉଅଛି। ଆସନ୍ତାକାଲି ଏହାର ବିସର୍ଜନ ପର୍ବ ଅନୁଷ୍ଠିତ ହେବ। ଆଜି ସେଣ୍ଟ୍ରାଲ ପୂଜା କମିଟି ତରଫରୁ ମା’ ଙ୍କର ଆଜ୍ଞା ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୫୦ କିଲୋଗ୍ରାମ ଉଜନ ର ଲଡୁକୁ ନେବା ପାଇଁ କିଛି ଶ୍ରଦ୍ଧାଳୁ ନିଲାମ ରେ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ୧୧୧୧୧ ଟଙ୍କାରୁ ନିଲାମ ଆରମ୍ଭ ହୋଇଥିଲା। ଶେଷରେ ୫୫୧୬୬ ଟଙ୍କାରେ କୁଲାଡ଼ ଗ୍ରାମର ଜଗନ୍ନାଥ ସେଠ ନିଲାମ ଜିତିଥିଲେ। ପୂର୍ବ ବର୍ଷ ମଧ୍ୟ ଜଗନ୍ନାଥ ସେଠ ୫୫୧୬୬ ଟଙ୍କା ରେ ନିଲାମ ଜିତିଥିଲେ। ଏବର୍ଷ କୁଲାଡ଼ ଟ୍ରକ ମାଲିକ ସଂଘ ତରଫରୁ ଏକ ପୁରସ୍କାର ପ୍ରଦାନର ଆୟୋଜନ କରାଯାଇଥିଲା। ଟ୍ରକ ମାଲିକ ସଂଘ ଓ ଗ୍ରାମର ସରପଞ୍ଚଙ୍କ ତରଫରୁ ପ୍ରତ୍ୟେକ ମେଢ଼ କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ର ପ୍ରଥମ ବିଜେତା ହୋଇଥିଲେ ବାବା କ୍ଲବ। ଏହା ସହ ପୂଜା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା। ସେଣ୍ଟ୍ରାଲ ପୂଜା କମିଟିର ସଭାପତି ଶେଷଦେଵ ଦେହୁରୀଙ୍କ ସହ ପୂଜା କମିଟିର ସଦସ୍ୟ ମାନଙ୍କ ସହଯୋଗ ରେ ଏହି ସୁନ୍ଦର କାର୍ଯ୍ୟକ୍ରମ ର ଆୟୋଜନ ହୋଇପାରିଥିଲା। ଏହି ଆଜ୍ଞା ଲଡୁ ନିଲାମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭା ର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଗ୍ରାମ୍ୟ ଗୃହ ନିଗମର ଅଧ୍ୟକ୍ଷ ମୀନକେତନ ଅମାନ୍ତ, ନାଲକୋ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ମନଶା ପ୍ରସାଦ ମିଶ୍ର, ଜେନେରାଲ ମ୍ୟାନେଜର ସତ୍ୟାନନ୍ଦ ସାହୁ, ଏଚଆର ରାଜାରାମ ମିଶ୍ର, ଟ୍ରକ ମାଲିକ ସଂଘର ସଭାପତି ରାଜୀବ ଜେନା, ସମ୍ପାଦକ ରଞ୍ଜିତ ସେଠ, ସମାଜସେବୀ ବିପ୍ଳବ ଜେନା, ଓଡିଶୀ ମୋଟର୍ସ ର ଜିଏମ ପ୍ରମୂଖ ଯୋଗଦେବା ସହ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

Follow by Email
WhatsApp