ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଅନୁଗୋଳ ( ଏନଟିପି):

ଅନୁଗୁଳ ଜିଲ୍ଲା ନାଲକୋ ସିପିିପି ପ୍ଲାଣ୍ଟ ପରିସରରେ ଥିବା ୫ନମ୍ବର ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । 

ଆଜି ଅନୁଗୁଳ ଜିଲ୍ଲା ନାଲକୋ ସିପିିପି ପ୍ଲାଣ୍ଟ ପରିସରରେ ଥିବା ୫ନମ୍ବର ୟୁନିଟରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ସଙ୍ଗେ ସଙ୍ଗେ ଚାରି ଆଡ଼େ ନିଆଁ ବ୍ୟାପିବାରେ ଲାଗିଥିଲା । ଖବର ପାଇବା ପରେ ନାଲକୋ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ବିଦ୍ୟୁତ ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ସେଠାରେ ଥିବା ୧୨ଟି କାପାସିଟର ବ୍ୟାଙ୍କରେ ନିଆଁ ଲାଗି ପୋଡ଼ିଯାଇଛି । ସେଥି ମଧ୍ୟରୁ ୪ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୮ଟି ଆଂଶିକ କ୍ଷତି ହୋଇଥିବା ସୂଚନା ମିଳିଛି।

Follow by Email
WhatsApp