ପୁରୀକୁ କରାଯିବ ବିଶ୍ୱସ୍ତରୀୟ ଐତିହ୍ୟ ସହର Posted on 21/10/201921/10/2019 by NTP Bureau Report ପୁରୀ(ଏନଟିପି): ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ । ଆଗାମୀ ୩ ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ହେରିଟେଜ ସିକ୍ୟୁରିଟି ଜୋନ, ଶ୍ରୀସେତୁ ପ୍ରକଳ୍ପ, ବ୍ୟକ୍ତିଗତ କ୍ଷତିପୂରଣ ବାବଦ ପ୍ରକଳ୍ପ, ବହୁମୁଖୀ କାର ପାର୍କିଂ ଜେଲ ରୋଡରେ ହେବ । ୪୦୦ ଭେଣ୍ଡରଙ୍କ ପାଇଁ ଘର ହେବ । ସେହିପରି ମଡେଲ କମ୍ପେକ୍ସ, ମ୍ୟୁନିସିପାଲିଟି ମାର୍କେଟର ପୁନଃଉଦ୍ଧାର ହେବ । ଏମିତି ୧୫ ପ୍ରକଳ୍ପ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମୋଟ ୧୦ଟି ନିଷ୍ପତ୍ତିରେ କ୍ୟାବିନେଟ ମୋହର ମାରିଛି । ଅବଢା ଯୋଜନାକୁ କ୍ୟାବିନେଟ୍ର ମଞ୍ଜୁରୀ ଦେଇଛି । ଏହାସହ ପୁରୀରେ ଫନି ବାତ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ୧୦ ଏକର ଜାଗାରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ହେବ। ତାକୁ ପୁରୀ ଲୋକସେବା ଭବନ ନାମରେ ନାମିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। Share on FacebookTweetFollow usSave Post Views: 313
Odisha “କାଳିଆ” ପାଇଁ ବ୍ୟାଙ୍କ ଗୁଡିକୁ ଜିଲ୍ଲାପାଳଙ୍କ କଡା ଚେତାବନୀ NTP Bureau Report 31/01/2019 0 ଅନୁଗୋଳ (ଏନଟିପି) ଆଜି ଅନୁଗୁଳ ଜିଲ୍ଲାରେ ଥିବା ବିଭିନ୍ନ ବ୍ୟାଙ୍କର କାର୍ଯ୍ୟକାରିତା ବିଶେଷ କରି କାଳିଆ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳ ଅନିଲ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କାଳିଆ […]
Odisha Sports ପ୍ୟାରିସ୍ ଅଲିମ୍ପିକ୍ସ ଓ ପାରାଅଲିମ୍ପିକସରେ ଅଂଶଗ୍ରହଣ କରିଥିବା କିଟ୍ର ୧୭ ଖେଳାଳିଙ୍କୁ ସମ୍ବର୍ଦ୍ଧନା NTP Bureau Report 22/09/2024 0 ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ଭୁବନେଶ୍ୱର,୨୨ । ୯: ଚଳିତବର୍ଷ ପ୍ୟାରିସ ଅଲିମ୍ପିକ୍ସ ଓ ପରାଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା କିଟ୍ର ୧୭ଜଣ ଖେଳାଳିଙ୍କୁ ଆଜି କିଟ୍ ପରିସରରେ […]
Odisha ଅନୁଗୋଳ ଜିଲ୍ଲା ପାଇଁ COVID19 ପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟ କର୍ମଚାରୀ ଆବଶ୍ୟକ NTP Bureau Report 26/03/2020 0 ଅନୁଗୋଳ(ଏନ ଟି ପି) ଅନୁଗୋଳ ଜିଲ୍ଲା ପାଇଁ COVID-19 ର ପରିଚାଳନା ନିମନ୍ତେ ଷ୍ଟାଫନର୍ସ,ଫାର୍ମାସିଷ୍ଟ,ସ୍ୱାସ୍ଥ୍ୟ କର୍ମୀ (ପୁରୁଷ ଓ ମହିଳା),ରେଡ଼ିଓ ଗ୍ରାଫର,ଲାବରଟୋରୀ ଟେକ୍ନିସିଆନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। ଇଛୁକ ପ୍ରାର୍ଥୀ […]