ଭାରତ-ଆମେରିକା ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କକୁ ମଜବୁତ୍ କରିଛି ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଅକ୍ଟୋବର ୨୧(ଏନ ଟି ପି ):


ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ବନ୍ଧକୁ ମଜବୁତ୍ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ ସହଯୋଗୀ ଫରୋମ(ୟୁଏସ୍‌ଆଇଏସପିଏଫ୍‌ର)ର ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରଦୂତଙ୍କ ସହ ସର୍ବଜନୀନ ଆଲୋଚନା କରିବା ସମୟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆମେରିକାର ରାଷ୍ଟ୍ରଦୂତ ଟିମ୍ ରୋଏମର୍‌ଙ୍କ ସହ ସାକ୍ଷାତକାରରେ ବିଭିନ୍ନ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ଋଣନୈତିକ ଉର୍ଜା ସହଯୋଗ କାରଣରୁ ଗତ ତିନି ବର୍ଷରେ ଅଭୁତପୂର୍ବ ପରିବର୍ତନ ହୋଇଛି । ଭାରତ ଓ ଆମେରିକା ମଧ୍ୟରେ ପାରସ୍ପରିକ ବାଣିଜ୍ୟିକ ବ୍ୟବସାୟ ୨୦୧୪ ପରେ କ୍ରମାଗତ ଭାବେ ବଢିଚାଲିଛି । ଏ ଦିଗରେ ଉର୍ଜା ପ୍ରମୁଖ ଭୂମିକା ଗ୍ରହଣ କରିଛିା ଭାରତ ଆମେରିକା ଠାରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୩.୫୮ ବିଲିୟନ ଆମେରିକୀୟ ଡଲାରର ଅଶୋଧିତ ତୈଳ ଆମଦାନୀ କରିଛି । ଏହି ମର୍ମରେ ଭାରତ ଆମେରିକା ଠାରୁ ମୋଟ ୭.୨ ବିଲିୟନ ଆମେରିକାୟ ଡଲାରର ଏଲଏନଜି ସମେତ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ କରିଛି । ସେ କହିଛନ୍ତି ଯେ ବହୁତ କମ୍ ସମୟ ମଧ୍ୟରେ ଅଶୋଧିତ ତୈଳ ଉତ୍ପାଦନ କରିବା ଦିଗରେ ଆମେରିକା ପ୍ରମୁଖ ୧୦ ଦେଶ ତାଲିକା ରହିପାରିଛି । ଏଲଏନଜି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଆମେରିକା ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଭାରତୀୟ କମ୍ପାନୀ ଗୁଡିକ ପ୍ରଥମରୁ ହିଁ ଆମେରିକାର ତୈଳ ଏବଂ ଗ୍ୟାସ୍ ଆସେଟ୍ ଗୁଡିକରେ ପୁଞ୍ଜି ନିବେଶ କରୁଛନ୍ତି । ଆମେରିକା ପାଇଁ ବର୍ତମାନ ଭାରତ ବିଶ୍ୱରେ ଚତୁର୍ଥ ସର୍ବବୃହତକାରୀ ଅଶୋଧିତ ତୈଳ ଆମଦାନୀକାରୀ ଦେଶ ହୋଇଥିବା ବେଳେ ଏଲଏନଜି କ୍ଷେତ୍ରରେ ତୃତୀୟ ସର୍ବବୃହତକାରୀ ଦେଶ । ଚଳିତ ବର୍ଷ ଭାରତ ପ୍ରାୟ ୪.୫ ବିଲିୟନ ଆମେରିକୀୟ ଡଲାରର ତୈଳ ଏବଂ ଗ୍ୟାସ ଆମଦାନୀ କରିବ ।
ସେ କହିଛନ୍ତି ଯେ ତୈଳ କମ୍ପାନୀ ଗୁଡିକ ଉପରେ ଆକ୍ରମଣ ଓ ଅଣ-ଜଳବାୟୁ ପରିବର୍ତନ ସଂପ୍ରତି ତୈଳ ଏବଂ ଗ୍ୟାସର ବିକାଶ ଦିଗରେ ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଏହି ସମୟରେ ଭାରତ ଆଗାମୀ ଦିନରେ ଉର୍ଜା ପ୍ରମୁଖ ଭୂମିକା ଗ୍ରହଣ କରିବ । କାରଣ ଏବେ ଭାରତ ବିଶ୍ୱ ଅର୍ଥନୀତି ବ୍ୟବସ୍ଥାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି । ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର ହୋଇପାରିଛି । ଭାରତ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୀତି ହୋଇଥିବା ବେଳେ ଉର୍ଜା ବ୍ୟବହାର କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିବା; ଭାରତ ଆଗାମୀ ଦିନରେ ବିଶ୍ୱ ଉର୍ଜା ବ୍ୟବହାର ନେତୃତ୍ୱ ନେବା ସମ୍ଭାବନାର ପ୍ରମାଣ କରୁଛି । ସେହିପରି ଭାରତ ୨୦୪୦ ସୁଦ୍ଧା ବିଶ୍ୱର ଉର୍ଜା ଚାହିଦାକୁ ଦୁଇ ଗୁଣା କରିବାର ଲକ୍ଷ୍ୟ ରଖିଛି । ୨୦୨୦ ମଧ୍ୟଭାଗ ସୁଦ୍ଧା ଭାରତ ଉର୍ଜା ବଜାରୀକରଣରେ ଚାଇନା ଠାରୁ ଟପିବ ବୋଲି ଆକଳନ କରାଯାଇଛି । ସେହିପରି ଜୈବ ଇନ୍ଧନ କ୍ଷେତ୍ରରେ ଭାରତ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଅପରପକ୍ଷରେ ମୋଦି ସରକାର ଉର୍ଜା ନ୍ୟାୟକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ସମସ୍ତଙ୍କ ପାଖରେ ସ୍ୱଚ୍ଛ ଉର୍ଜା ଇନ୍ଧନ ଉପଲବ୍ଧ କରିବାର ଯୋଜନା ସରକାରଙ୍କ ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୮ କୋଟି ଗରିବ ମହିଳାଙ୍କ ଜୀବନଶୈଳିକୁ ପରିବର୍ତନ କରାଯାଇପାରିଛି । ଆଗାମୀ ଦିନରେ ଭାରତ ଦାୟିତ୍ୱସମ୍ପନ୍ନ ଭାବେ ନିଜ ରାସ୍ତାରେ ଦେଶରେ ଉପଲବ୍ଧ ଉପାଦାନରୁ ଉର୍ଜାରେ ରୂପାନ୍ତରିତ କରିବ ଯାହା ବିଶ୍ୱର ଉର୍ଜା ଜଗତକୁ ବହୁଳ ଭାବରେ ପ୍ରଭାବିତ କରିବ । ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହେବ । ଭାରତକୁ କମ୍ କାର୍ବନ ଅର୍ଥନୀତି କରିବାର ଲକ୍ଷ୍ୟ ନେଇ ଆମେ ଆଗକୁ ବଢୁଥିବା ବେଳେ ପ୍ରାକୃତିକ ଗ୍ୟାସ ସ୍ୱଚ୍ଛ ଇନ୍ଧନ ସେତୁ ବନ୍ଧନ ଯୋଡିବାରେ ଏକ ବଡ ଭୂମିକା ଗ୍ରହଣ କରିବ । ଅପରପକ୍ଷରେ ଭାରତ ଆମେରିକା ମଧ୍ୟରେ ଉର୍ଜା ସହଯୋଗକୁ ମଜବୁତ୍ କରିବାରେ ଏଲଏନଜି କ୍ଷେତ୍ର ମୁଖ୍ୟ ଭୂମିକା ନେବାର ପ୍ରତିଶ୍ରୁତି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Follow by Email
WhatsApp