“କାଳିଆ” ପାଇଁ ବ୍ୟାଙ୍କ ଗୁଡିକୁ ଜିଲ୍ଲାପାଳଙ୍କ କଡା ଚେତାବନୀ

ଅନୁଗୋଳ (ଏନଟିପି)

ଆଜି ଅନୁଗୁଳ ଜିଲ୍ଲାରେ ଥିବା ବିଭିନ୍ନ ବ୍ୟାଙ୍କର କାର୍ଯ୍ୟକାରିତା ବିଶେଷ କରି କାଳିଆ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳ ଅନିଲ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କାଳିଆ ଯୋଜନାରେ ଯେପରି ହିତାଧିକାରୀଙ୍କ ଟଙ୍କାକୁ ପୁରୁଣା ଋଣ ବାବଦରେ ବ୍ୟବସ୍ଥିତ ନ କରାଯାଏ ସେ ଉପରେ ଜିଲ୍ଲାପାଳ କଡା ପରାମର୍ଶ ଦେଇଥିଲେ।ଯଦି ହିତାଧିକାରୀ କାଳିଆ ଯୋଜନା ର ପୁରା ଟଙ୍କା ନ ପାଆନ୍ତି ତାହାହେଲେ ସମ୍ପୃକ୍ତ ବ୍ୟାଙ୍କର ସରକାରୀ ଜମା ଅର୍ଥ କୁ ପ୍ରତ୍ୟାହାର କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।ଏହାଛଡା ବୈଠକରେ ବିଭିନ୍ନ ସରକାରୀ ଯୋଜନା ରେ ଋଣ ପ୍ରଦାନ ଉପରେ ସମୀକ୍ଷା କରାଯିବା ସହ ମିଶନସକ୍ତି ଗୁଡିକୁ ଦିଆଯାଉଥିବା ସିଡ ମନୀ ପ୍ରଦାନରେ ବ୍ୟାଙ୍କ ମାନଙ୍କର ସହଯୋଗ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ।ଏହି ବୈଠକରେ DRDA ର ପ୍ରକଳ୍ପ ନିର୍ଦେଶ ଅତୁଲ୍ୟ ଚମ୍ପତ୍ତି ରାୟ ଙ୍କ ସହ ବ୍ୟାଙ୍କ ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Follow by Email
WhatsApp