ବାଲାକୋଟ୍ ଏୟାରଷ୍ଟ୍ରାଇକର ପ୍ରମୋ ଭିଡିଓ ରିଲିଜ୍ କଲା ଭାରତୀୟ ବାୟୁସେନା

ଭୁବନେଶ୍ୱର(ଏନଟିପି):ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଏୟାରଷ୍ଟ୍ରାଇକ ଆଧାରିତ ଏକ ପ୍ରମୋସନାଲ୍ ଭିଡିଓ ରିଲିଜ୍ କରିଛି ଭାରତୀୟ ବାୟୁସେନା । ଭାରତୀୟ ବାୟୁସେନା ଦିବସ ଅବସରରେ ଏହି ଭିଡିଓକୁ ରିଲିଜ୍ କରିଛନ୍ତି ବାୟୁସେନା ମୁଖ୍ୟ ମାର୍ସାଲ୍ ଆରକେଏସ୍ ଭାଦୋରିଆ ।
ଏହି ପ୍ରମୋସନାଲ ଭିଡିଓରେ ବାୟୁସେନାର ଲଢୁଆ ବିମାନ ଉଡ଼ାଣ, କ୍ଷେପଣାସ୍ତ୍ର ନିକ୍ଷେପ ଏବଂ ଲକ୍ଷ୍ୟସ୍ଥଳୀର ରାଡାର୍ ଜୁମିଙ୍ଗର ଦୃଶ୍ୟାବଳି ରହିଛି । ଏହି ଦୃଶ୍ୟ ଫେବ୍ରୁଆରି ୨୬ ତାରିଖରେ ଭାରତୀୟ ବାୟୁସେନାର ମିରେଜ୍-୨୦୦୦ ଲଢୁଆ ବିମାନ ଆକ୍ରମଣର କି, ନୁହେଁ ତାହା ଜଣାପଡ଼ିନାହିଁ । ଫେବୃଆରି ୧୪ ତାରିଖ ଦିନ ପୁଲୱାମା ଆକ୍ରମଣରେ ସିଆର୍ପିଏଫର ୪୦ଜଣ ଯବାନ ସହିଦ ହୋଇଥିବା ଘଟଣାର ଭାରତୀୟ ବାୟୁସେନା କିଭଳି ପ୍ରତିଶୋଧ ନେଉଛି ସେ ସଂକ୍ରାନ୍ତ ବର୍ଣ୍ଣନା ମଧ୍ୟ ରହିଛି ଏହି ପ୍ରମୋ ଭିଡିଓରେ ।
ଏହି ଭିଡ଼ିଓରେ ବର୍ଣ୍ଣନା ସାଥିରେ ରହିଛି ବ୍ରିଫିଙ୍ଗ୍ ରୁମରେ ଭାରତୀୟ ବାୟୁସେନା ପାଇଲଟ୍ ଥିବାର ଦୃଶ୍ୟ । ତା’ପରେ ପାଇଲଟମାନେ ସେମାନଙ୍କ ଲଢୁଆ ବିମାନ ମିରେଜ୍-୨୦୦୦ ଆଡ଼କୁ ଧାଇଁ ଯାଇ ଉଡ଼ାଣ ଆରମ୍ଭ କରୁଥିବାର ଦୃଶ୍ୟ ରହିଛି । ଏହାପରେ ରହିଛି ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସେଣ୍ଟର୍ ଏବଂ ସମ୍ଭାବ୍ୟ ଲକ୍ଷସ୍ଥଳୀର ରାଡାର୍ ଜୁମିଙ୍ଗର ଫଟୋ । ଏଥିସହ ଏହି ଭିଡିଓରେ ଫେବ୍ରୁଆରି ୨୭ରେ ହୋଇଥିବା ଭାରତ ଓ ପାକିସ୍ତାନ ଯୁଦ୍ଧବିମାନ ମଧ୍ୟରେ ଡଗ୍ ଫାଇଟର ଦୃଶ୍ୟ ମଧ୍ୟ ସ୍ଥାନ ପାଇଛି ।

👇👇👇👇👇👇👇👇👇👇👇👇👇

Follow by Email
WhatsApp