ଭାଇଚାରା ସୃଷ୍ଟି କରିବା କବିତା ହେଉଛି ମାଧ୍ୟମ :ଉପରାଷ୍ଟ୍ରପତି

ଭୁବନେଶ୍ୱର(ଏନଟିପି): ଦିନ୍ଯକିଆ ଗସ୍ତରେ ଆସିଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟ ନାଇଡୁ ।ଭୁବନେଶ୍ୱରର କିଟ ରେ ଆୟୋଜିତ ୩୯ ତମ ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇଛନ୍ତି। ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ କହି ଉପରାଷ୍ଟ୍ରପତି ନିଜର ଭାଷଣ ଆରମ୍ଭ କରିଥିଲେ।
ସେ କହିଛନ୍ତି, “ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ। ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ କବିତା ନୁହେଁ ସାହିତ୍ୟ, କଳା, ସଙ୍ଗୀତ ଏବଂ ନୃତ୍ୟ ଶାନ୍ତି ଓ ଖୁସି ଆଣିଥାଏ।”
ଏହା ସହ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ମୃତିଚାରଣ କରି ନାଇଡୁ କହିଛନ୍ତି, “ଗାନ୍ଧି ସତ୍ୟ ଓ ଅହିଂସାର ଦୂତ ଥିଲେ। ଆଜିର ସମୟ ପାଇଁ ଏହା ନିତାନ୍ତ ଆବଶ୍ୟକ। ଭାରତର ସଂସ୍କୃତି ଓ ପରମ୍ପରା ବସୁଧୈବ କୁଟୁମ୍ବକମରେ ବିଶ୍ୱାସ ରଖେ। ସମଗ୍ର ବିଶ୍ୱ ଗୋଟିଏ ପରିବାର। ଦିନେ ଭାରତ ବିଶ୍ୱଗୁରୁ ଥିଲା। ବିଦେଶରୁ ଆସି ଛାତ୍ରଛାତ୍ରୀମାନେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ଭାରତ କେବେ ବି କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ। କାରଣ ଭାରତ କେବେ ବି ହିଂସାରେ ବିଶ୍ୱାସ ରଖିନାହିଁ ବରଂ ପ୍ରଗତିରେ ବିଶ୍ୱାସ କରି ଆସିଛି।”ବିଶ୍ୱ କବି ମହାକୁମ୍ଭର ଉଦ୍‌ଯାପନୀ ସମାରୋହ, ଯୋଗଦେଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଓଡ଼ିଆରେ କଲେ ଅଭିଭାଷଣ ଆରମ୍ଭ କହିଲେ, ଭାଇଚାରା ସୃଷ୍ଟି କରିବାରେ କବିତା ଏକ ମାଧ୍ୟମ। ଏହାସହିତ କିଟ୍‌ ଓ କିସ୍‌କୁ କଲେ ପ୍ରଶଂସା।

Follow by Email
WhatsApp