ଇଂଲଣ୍ଡରେ ଖେଳିବେ ହରଭଜନ… କ୍ରିକେଟରୁ ସନ୍ୟାସ ନେବେ ଖୁବଶୀଘ୍ର !

ନୂଆଦିଲ୍ଲୀ, (ଏନଟିପି ବ୍ୟୁରୋ):

ଭାରତୀୟ ଦଳର ଅଫ୍ ସ୍ପିନର ହରଭଜନ ସିଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି ଏବଂ ସେ ଇଂଲଣ୍ଡରେ କ୍ରିକେଟ୍ ଖେଳିବେ ବୋଲି ସୂଚନା ମିଳିଛି। ଇଂଲଣ୍ଡରେ ଜୁଲାଇ ୨୦୨୦ରେ ହେବାକୁ ଥିବା ଦ ହଣ୍ଡ୍ରେଡ୍ ଲିଗ୍ ସିରିଜର ୨୫ ଜଣିଆ ଡ୍ରାଫ୍ଟରେ ତାଙ୍କର ନାମ ରହିଛି । କାରଣ ସନ୍ନ୍ୟାସ ନେବା ପୂର୍ବରୁ ଏହି ସିରିଜରେ କୌଣସୀ କ୍ରିକେଟର ଖେଳିପାରିବେ ନାହିଁ ।

ହରଭଜନ ଭାରତ ପାଇଁ ୨୦୧୬ ଏସିଆ କପରେ ଶେଷଥର ପାଇଁ ଖେଳିଥିଲେ । ତେବେ ଇଂଲଣ୍ଡରେ ତାଙ୍କୁ ଏହି ସିରିଜ ପାଇଁ ଏକ ଲକ୍ଷ ପାଉଣ୍ଡ ପ୍ରଦାନ କରାଯିବ । କିନ୍ତୁ ବିସିସିଆଇ ହରଭଜନଙ୍କ ସନ୍ନ୍ୟାସ ନେବା ଆଲୋଚନାକୁ ଖାରଜ କରିଛି ।

ଡ୍ରାଫ୍ଟରେ ହରଭଜନଙ୍କ ନାମ ସାମିଲ ହେବା ପରେ ବିସିସିଆଇ ଦ୍ୱନ୍ଦ୍ୱରେ ପଡିଛି । କାରଣ କୌଣସୀ ଭାରତୀୟ କ୍ରିକେଟର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନ ନେବା ପୂର୍ବରୁ ଅନ୍ୟ କୌଣସୀ ବିଦେଶୀ ଲିଗରେ ଖେଳିପାରିବେ ନାହିଁ । ନିକଟରେ ଯୁବରାଜ ସିଂଙ୍କ ମାମଲାରେ ଏପରି ହୋଇଥିଲା । ସେ କାନାଡା ଗ୍ଲୋବାଲ ଟି୨୦ ଲିଗ ଖେଳିବା ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ । ଏବେ ହରଭଜନ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ।

Follow by Email
WhatsApp