ତୀର୍ଥ ଯାତ୍ରା ପାଲଟିଲା ଶେଷ ଯାତ୍ରା,୪ ମୃତ ୫ ଗୁରୁତର

ଅନୁଗୋଳ(ଏନଟିପି):

ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବସ ସହ ବୋଲେରୋ ମୁହାଁ ମୁହିଁ ଧକ୍କା ୪ ମୃତ ୫ ଗୁରୁତର।

 ବୋଲେରୋକୁ ସୁଶୀଲ ନାମକ ଯାତ୍ରୀବାହୀ ବସ ଧକ୍କା ଦେଇଛି । ଯେଉଁଥିରେ ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି ।  ସୂଚନା ଅନୁସାରେ ରାଇପୁରରୁ ଡ୍ରାଇଭର ସହ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକ ବୋଲେରୋରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିଲେ । ବିଳମ୍ବିତ ରାତିରେ ଜାତୀୟ ରାଜପଥ ୫୫ର କତଡା ଠାରେ ଭୁବନେଶ୍ଵରରୁ ଇବ ଅଭିମୁଖେ ଯାଉଥିବା ସୁଶୀଲ ନାମକ ନାଇଟକୋଚ ବସ ବୋଲେରୋ କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବୋଲେରୋରେ ଥିବା ଡ୍ରାଇଭର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ରହିଛି । ସ୍ଥାନୀୟ ଲୋକ ଓ ପୋଲିସ ଖବର ପାଇ ଘଟଣା ସ୍ଥଳରୁ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତରିତ କରା ଯାଇଛି । ମୁତାହତ ମାନେ ଗୋଟିଏ ପରିବାର ହୋଇଥିବା ସୂଚନା ମିଳିଛି। ଖବର ପାଇ ଜିଲ୍ଲା ପ୍ରଶାସନ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତ ମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି।୫୫ ନମ୍ବର ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ଘଟିଚାଲିଛି।ନା ଚେତୁଛି ପରିବହନ ବିଭାଗ ନା ଚେତୁଛି ପରିବହନ ବିଭାଗ।

Follow by Email
WhatsApp