ଭିଜିଲାନ୍ସ ଜାଲରେ ପଡିଲେ କିରାଣୀ ବାବୁ Posted on 30/08/201930/08/2019 by NTP Bureau Report ଅନୁଗୋଳ(ଏନଟିପି): ଭିଜିଲାନ୍ସ ଜାଲରେ ପଡିଲେ କିରାଣୀ ବାବୁ।ବାବୁଙ୍କୁ ଲାଞ୍ଚ ନେବା ପଡିଲା ମହଙ୍ଗା।ଅନୁଗୋଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ , ଚିଫ ଇଞ୍ଜିନିୟର କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣୀ ଆଜି ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ବେହେରା ଓରଫ ଲୁଲୁ ଢେଙ୍କାନାଳ ପର୍ଯଙ୍ଗ ଥାନା ସାରକିଶୋରପାଳ ଗାଁର ଅକ୍ଷୟ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କଣ୍ଟ୍ରାକ୍ଟର ଲାଇସନ୍ସ ପାଇଁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏଥିପାଇଁ ଅକ୍ଷୟ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରଦ୍ୟୁମ୍ନଙ୍କୁ ଅକ୍ଷୟ ଆଜି ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରି ନେଇଥିଲେ । ପ୍ରଦ୍ୟୁମ୍ନଙ୍କୁ ଗିରଫ କରାଯାଇ ତାଙ୍କ ଠାରୁ ୫ହଜାର ଟଙ୍କା ଜବତ କରା ଯାଇଛି ।ଭିଜିଲାନ୍ସ ଟିମ ପ୍ରଦ୍ୟୁମ୍ନଙ୍କୁ ଅଧିକ ପଚରାଉଚରା କରୁଥିବା ଜଣାପଡିଛି। Share on FacebookTweetFollow usSave Post Views: 403
Odisha ବିଧାନସଭାରେ ଆଗତ ହେଲା ବଜେଟ, କେଉଁ ବିଭାଗକୁ ମିଳିଲା କେତେ ଟଙ୍କା ଜାଣନ୍ତୁ NTP Bureau Report 28/06/2019 0 ଭୁବନେଶ୍ୱର(ଏନ ଟି ପି) ସ୍ମୃତିଲିପିଙ୍କ ସ୍ୱତନ୍ତ୍ର ରିପୋର୍ଟ ବିଧାନସଭାରେ ଆଗତ ହେଲା ୨୦୧୯-୨୦ ର ବଜେଟ ।ବିଧାନସଭା ବଜେଟ ୨୦୧୯-୨୦ : ଆଗାମୀ ଆର୍ଥିକ ବର୍ଷ ପାଇଁ ସର୍ବମୋଟ ୧ଲକ୍ଷ ୩୯ ହାଜର କୋଟିର […]
Odisha ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ NTP Bureau Report 01/06/2019 0 ବିଜେପୁର ପାଇଁ ୧୧୨୦ କୋଟିର ଦୁଇଟି ଜଳଯୋଗାଣ ପ୍ରକଳ୍ପ, ୩୪ ହଜାର କଚ୍ଚା ଘରକୁ ପକ୍କାଘର ଏବଂ ଦୁଇ ବର୍ଷ ମଧ୍ୟରେ ବିଜେପୁରର ସମସ୍ତ ଘରକୁ ପାଇପ୍ ଯୋଗେ ପାଣ ଯୋଗାଇ ଦେବା ପାଇଁ […]
Odisha 106th Indian Economic Association Conference Begins at KIIT NTP Bureau Report 27/12/2023 0 Bhubaneswar, Dec 27: The 106th edition of the Indian Economic Association (IEA) Conference commenced with insightful remarks from distinguished speakers, shedding light on crucial economic […]