ଟାଟାଷ୍ଟିଲ ବି ଏସ ଏଲ ପକ୍ଷରୁ ମହିଳାଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର

ଢେଙ୍କାନାଳ(ଏନଟିପି):
ଟାଟା ଷ୍ଟିଲ ବି ଏସ ଏଲ ତରଫରୁ ଢେଙ୍କାନାଳ ର ହିନ୍ଦୋଳ ବ୍ଲକ ସ୍ଥିତ ନୂଆଗାଁ ଥରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି।ଏହି ଶିବିରର ମୁଖ୍ୟ ଉଦେଶ୍ୟ ,କମ୍ପାନିର ପାରିପାର୍ଶ୍ବିକ ଗ୍ରାମ ମାନଙ୍କରେ ମହିଳା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କ ଠାରେ ଥିବା ମୌଳିକ ସ୍ୱାସ୍ଥ୍ୟ ସମସ୍ୟା କୁ ଦୁରୀଭୂତ ପାଇଁ ଏକ ତାଲିକା ପ୍ରସ୍ତୁତ କରିବା।ଏହି ଅନୁସାରେ ତଦନୁଯାୟୀ ଯୋଜନା ପ୍ରସ୍ତୁତ କରି ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା।ଟାଟା ଷ୍ଟିଲ ବି ଏସ ଏଲ କର୍ପୋରେଟ ସେବା ବିଭାଗ ମୁଖ୍ୟ ଶ୍ରୀ ମଣିକାନ୍ତ ନାଏକ ଏହି ଶିବିରକୁ ଉଦ୍ଘାଟନ କରିଥିଲେ।ମୌଳିକ ସ୍ୱାସ୍ଥ୍ୟ ପରୀକ୍ଷା ଗୁଡିକ ହେଲା ଲିପିଡି ପ୍ରୋଫାଇଲ ,ମଧୁମେହ,ବି ଏମ ଆଇ,ରକ୍ତ ଚାପ ଓ ହିମୋଗ୍ଲୋବିନ ଇତ୍ୟାଦି।ଏହି ଅଭିଯାନ ମାଧ୍ୟମରେ ଟାଟାଷ୍ଟିଲ ବିଏସଏଲର ପର୍ଶ୍ୱବର୍ତୀ ୧୫ ଟି ଗ୍ରାମର ୨୦୦ ସ୍ୱୟଂ ସହାୟକ ଗୋଷ୍ଠୀ ରେ ଥିବା ୨୨୦୦ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।ଏହି ଯୋଜନା ମାଧ୍ୟମରେ ବର୍ତମାନ ସୁଧା ୫ ଟି ଗ୍ରାମର ୫୦୦ ରୁ ଅଧିକ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇସାରିଲାଣି।ଆଗାମୀ ୧୫ ଦିନରେ ଏହି ଭଳି ଶିବିର ମାନ ଆୟୋଜିତ କରାଯିବାର ଲକ୍ଷ ରଖାଯାଇଛି।ଏହି ସବୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବା ପାଇଁ ଟାଟା ଷ୍ଟିଲ ବିଏସ ଏଲ ର ସି ଏସ ଆର ବିଭାଗ ତରଫରୁ ବିଭାଗ ନାମକ ଏକ ବେସରକାରୀ ସଂସ୍ଥା କୁ ନିୟୋଜନ କରାଯାଇଛି।ଅନ୍ୟମାନଙ୍କ ମଧ୍ୟରେ ଟାଟାଷ୍ଟିଲ ବିଏସ ଏଲ ର ସିଏସଆର ବିଭାଗ ମୁଖ୍ୟ ଦିବ୍ୟାହାସ ରାୟ ଏବଂ ସହକର୍ମୀ ଆଶୁତୋଷ ଦାସ,ରେଣୁକା ସିଂ,ସାଗରିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Follow by Email
WhatsApp