ଦିଲ୍ଲୀ ଦଙ୍ଗାରେ ଓଡ଼ିଆ BSF ଯବାନଙ୍କ ଘର ପୋଡିଲେ ଦଙ୍ଗାକାରୀ, ନବୀନ ଦେଲେ ସହାୟତା

ନୂଆଦିଲ୍ଲୀ/ଭୁବନେଶ୍ୱର(ଏନଟିପି):

ସୀମା ଟପିଲା ଦିଲ୍ଲୀ ହିଂସା। ଦିଲ୍ଲୀ ଦଙ୍ଗାରେ କନଷ୍ଟେବଳ ମହମ୍ମଦ ଆନିଶଙ୍କ ଘର ପୋଡି ପାଉଁଶ ହୋଇଯାଇଛି । ମହମ୍ମଦ ଆନିଶ ଓଡ଼ିଶା ସ୍ୱାଭିମାନ ଅଂଚଳରେ କାର୍ଯ୍ୟରତ ଥିବାରୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଦଙ୍ଗାରେ ପ୍ରଭାବିତ ହୋଇଥିବା ଖଜୁରୀଖାସ ଅଞ୍ଚଳରେ ଥିବା ଭାରତୀୟ ସୀମା ସୁରକ୍ଷା ବଳର ଯବାନ ମହମ୍ମଦ ଆନିଶଙ୍କ ଘରକୁ ମଧ୍ୟ ନିଆଁ ଲଗାଇ ସମ୍ପୂର୍ଣ୍ଣ ପୋଡି ଦେଇଛନ୍ତି ଦଙ୍ଗାକାରୀ ମାନେ । ମେ ମାସରେ ଅନିଶଙ୍କର ବିବାହ ହେବାକୁ ଥିବା ବେଳେ ତା ପୂର୍ବରୁ ଦଙ୍ଗାକାରୀମାନେ ତାଙ୍କ ଘରକୁ ସମ୍ପୂର୍ଣ୍ଣ ଭାବରେ ପୋଡି ପାଉଁଶ କରିଦେଇଛନ୍ତି । ତେବେ ବର୍ତ୍ତମାନ ଅନୀଶ ଓଡିଶା ମାଲକାନଗିରି ସୀମାନ୍ତରେ ମୁତୟନ ଥିବା ବିଏସଏଫ ୯ମ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ଘର ପୋଡି ଯାଇଥିବା ଖବର ପାଇ ଅନିଶ ଦୁଃଖିତ ହୋଇଥିଲେ ମଧ୍ୟ ଡ୍ୟୁଟିରେ ଥିବାରୁ ଘରକୁ ଆସିପାରିନାହାଁନ୍ତି । ତେଣୁ ତାଙ୍କୁ ଟ୍ରାନ୍ସଫର କରି  ଦିଲ୍ଲୀ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ଆନିଶଙ୍କ ନାଁରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । 

ବିଏସଏଫ ପକ୍ଷରୁ ମଧ୍ୟ ତାଙ୍କ ଘରର କ୍ଷୟକ୍ଷତି ଆକଳନ କରାଯାଉଛି । ଏହା ସହ ବିଏସଏଫ ପକ୍ଷରୁ ଆନୀଶଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହୟତା ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।୨୦୧୩ ମସିହାରୁ ବିଏସଏଫରେ କାର୍ଯ୍ୟରତ ଅଛନ୍ତି ଆନୀଶ । ନିଜ କାର‌୍ୟ୍ୟକାଳ ମଧ୍ୟରେ ୩ ବର୍ଷ ଜମ୍ମୁ କାଶ୍ମୀରରେ ମଧ୍ୟ କାର୍ଯ୍ୟ କରିଛନ୍ତି ଆନୀଶ ।

Follow by Email
WhatsApp