ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ବାହାରିଲେ ବିଧାୟକ

ଅନୁଗୋଳ(ଏନଟିପି):

ମାନବ ସେବା ହିଁ ମାଧବ ସେବା।ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ତାଳଚେର ବିଧାୟକ।ଅନୁଗୋଳ ଜିଲ୍ଲା ତାଳଚେର ର ବ୍ରଜନାଥପୁର ଗ୍ରାମର ମାନସିକ ଭାରସାମ୍ୟ ହରାଇଥିବା ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ମଧ୍ୟପ୍ରଦେଶ ବାହାରିଲେ ବିଧାୟକ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ ଲୋକ ପ୍ରତିନିଧି ଲୋକଙ୍କ ନିକଟତର ହେବା ସହ ଲୋକଙ୍କ ସମସ୍ୟା ସମାଧାନ କରିବା।ଏହାକୁ ପ୍ରମାଣ କରି ଦେଖାଇଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ। କିଛି ଦିନ ପୂର୍ବେ ତାଳଚେର ବ୍ରଜନାଥପୁର ଗ୍ରାମର ନୁହୁରୀ ବେହେରାଙ୍କର ମାନସିକ ସନ୍ତୁଳନ ହରାଇ ମଧ୍ୟପ୍ରଦେଶ ସହର କୁ ଚାଲିଯାଇଥିଲେ । ନୁହୁରୀ ସେଠାରେ ଦୁର୍ଘଟଣାରେ ଆହତ ହୋଇ ଏକ ସରକାରୀ ମେଡ଼ିକାଲ ରେ ଚିକିସ୍ତିତ ହେଉଥିବା ଖବର ତାଙ୍କ ଘର ଲୋକ ପାଇଥିଲେ ଏହା ପରେ ପରିବାର ଲୋକେ ତାଳଚେର ବିଧାୟକ ଶ୍ରୀ .ବ୍ରଜକିଶୋର ପ୍ରଧାନଙ୍କୁ ସାହାଯ୍ୟ ପାଇଁ ତଆଙ୍କ ପରିବାର ଲୋକ ଗୁହାରୀ କରିଥିଲେ। ତାଳଚେର ବିଧାୟକ ନିଜେ ଆଜି ଉକ୍ତ ପରିବାର ରୁ ୨ଜଣ ଙ୍କୁ ସାଙ୍ଗରେ ନେଇ ମଧ୍ୟପ୍ରଦେଶ ଇଣ୍ଡୋର ସହର କୁ ଗସ୍ତ କରିବା ସହିତ ନୁହୁରୀ ବେହେରା ଙ୍କ ସମସ୍ତ ଚିକିତ୍ସା ଖର୍ଚ ବହନ କରିବା ସମେତ ତାଙ୍କୁ ଘରକୁ ଫେରେଇ ଆଣିବା ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଇଣ୍ଡୋର ର MG ମେଡିକାଲ୍ ରେ ବିଧାୟକ ପହଂଚି ନୁହୁରୀଙ୍କ ସ୍ୱାସ୍ଥ୍ୟ ବସ୍ତା ପଚାରି ବୁଝିବା ସହ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ ବିଧାୟକ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Follow by Email
WhatsApp