ଡିଏଭି ସ୍କୁଲ ଫିସ ନେଇ ବଢୁଛି ଅସନ୍ତୋଷ। ଜଗନ୍ନାଥ ଜିଏମ ଅଫିସ ଆଗରେ ଧାରଣା

ଅନୁଗୋଳ(ଏନଟିପି)

ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମସିଏଲ ଦ୍ୱାରା ପରିଚାଳିତ ଡିଏଭି ସ୍କୁଲ ଫିସକୁ ନେଇ ଦିନକୁ ଦିନ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି । ଯାହାର ଫଳ ସ୍ୱରୂପ ଆଜି ଡେରା ସ୍ଥିତ ଜଗନ୍ନାଥ ମହାପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଡିଏଭି ଅଭିଭାବକ ସଙ୍ଘ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଧାରଣା ଦିଆ ଯାଇଥିଲା ।ଦୀର୍ଘ ୨ ଘଣ୍ଟା ଧାରଣ ଦେବା ପରେ ସମସ୍ୟାର ସମାଧାନ ନିମନ୍ତେ ଜିଏମ କଂ ଅଧକ୍ଷତାରେ ଏକ  ଉଚ୍ଚସ୍ତରୀୟ ବୈଠକ ବସିଥିଲା।ଉକ୍ତ ବୈଠକରେ ଡେରାଓ ଅନନ୍ତ ଡ଼ିଏଭିର ଅଧ୍ୟକ୍ଷଦ୍ୱୟ ,ଏପିଏମ ଜଗନ୍ନାଥ ଉପସ୍ଥିତ ଥିଲେ । ଫିସ ସମ୍ପର୍କରେ ଆଲୋଚନା କରି ଜଗନ୍ନାଥ ମହାପ୍ରବନ୍ଧକ କହିଲେ ଯେ,ଏମସିଲ  ଆପଣଙ୍କ ଦ୍ଵାରା ଫିସବୃଦ୍ଧିକୁ ନେଇ ଆଣି ଥିବା ଅଭିଯୋଗକୁ ନେଇ ଉପରିସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଯେ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ  ବିଂଜ୍ଞପ୍ତି ପ୍ରକାଶ ନ ପାଇଛି ସେ ପର୍ଯ୍ୟନ୍ତ କୌଣସି ଅଭିଭାବକ ଫିସ ଦେବାକୁ ବାଧ୍ୟନୁହଁନ୍ତି । ଅନ୍ୟପଟେ ଅଭିବାବକ ମାନେ ଫିସ ପୈଠ କରିଛନ୍ତି ସେମାନଙ୍କ ଫିସକୁ ଆସନ୍ତା ବର୍ଷରେ ବାଦ କରା ଯିବ। ଖାଲି ସେତିକି ନୁହେଁ ବରଂ ବସ ପରିବହନ ନେଇ ଯେଉଁ ବିବାଦ ଦେଖାଯାଯାଇଛି ସେ ନେଇ ବର୍ତ୍ତମାନ ଦୁଇଟି ବସ ଖୁବଶୀଘ୍ର ଯୋଗାଇ ଦିଆଯିବ।ଡେରା  ଡ଼ିଏଭିରେ ଶିକ୍ଷା ଓ ପରିମଳ ସମ୍ବଧିୟ ବିଭିନ୍ନ ସମସ୍ୟା ନେଇ ଅଭିବାବକମାନେ ଆଣି ଥିବା ଅଭିଯୋଗର ଉତ୍ତର ଦେଇ ଅଧ୍ୟକ୍ଷ କହିଲେ ଯେ ଖୁବଶୀଘ୍ର ଏହାର ସମାଧାନ କରାଯିବ । ଆଜିର ଉକ୍ତ ବୈଠକରେ ଡ଼ିଏଭି ଅଣ ଏମସିଏଲ ଅଭିଭାବକ ସଙ୍ଘର ସମ୍ପାଦକ ଦେବରଂଜନ ସାମଲ,ବିଜୁଛାତ୍ର ଜନତା ଦଳର ଜିଲ୍ଲା ରାଜେଶ ଦାଶ, ପଦାରବିନ୍ଦ ବାଇ ,  ମାନସ ରାୟ , ଗିରିଶ ଚନ୍ଦ୍ର ସାମଲ,  ଦୀପ ରଞନ ମିଶ୍ର,  ମାନସ ରଞନ ସାହୁ,  ମାନଭଞ୍ଜନ ମହାପାତ୍ର,  ଜିତେନ୍ଦ୍ର ମହାନ୍ତିଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

Follow by Email
WhatsApp