ବାଜା ବାଣ ରୋଷଣୀରେ ମାଲକାନଗିରି ରୁ ଏସପି ଙ୍କୁ ଦିଆଗଲା ବିଦାୟ Posted on 22/08/201922/08/2019 by NTP Bureau Report ମାଲକାନଗିରି(ଏନଟିପି): ମାଲକାନଗିରି ରୁ ଏସ ପି ଜଗମୋହନ ମିନାଙ୍କ ବଦଳି ହେଲା ସତ କିନ୍ତୁ ମାଲକାନଗିରି ବାସୀଙ୍କ ହୃଦୟରେ ରହିଗଲେ ମିନା।ବିଦାୟ ବେଳକୁ ଛଳ ଛଳ ରେ ଲୁହରେ ଦିଆଗଲା ଏସ ପି ଙ୍କୁ ବିଦାୟ।ବାଜା ବାଣ ରୋଷଣୀରେ ମାଲକାନଗିରିରୁ ଲୋକପ୍ରିୟ ଏସ ପି ଙ୍କୁ ଦିଆଗଲା ବିଦାୟ।ସାଧାରଣତଃ ପୁଲିସ କିମ୍ବା ଏସ୍ପିଙ୍କ ନାଁ ଶୁଣିଲେ ଲୋକଙ୍କ ଭିତରେ ଏକ ନକାରାତ୍ମକ ଧାରଣା ସୃଷ୍ଟି ହୁଏ। ଆଜି ନୁହେଁ ବ୍ରିଟିଶ ଶାସନ ଅମଳରୁ ଲୋକଙ୍କ ମନରେ ଏମିତି ଭାବନା ରହି ଆସିଛି। ହେଲେ ଆଜି ଆପଣ ଏମିତି ଏକ ଦୃଶ୍ୟ ଦେଖିବେ ଯାହା ଆପଣଙ୍କୁ ଚକିତ କରିଦେବ। ଭାବିବେ ସତରେ କ‘ଣ ଏମିତି ନିଷ୍ଠାପର ଅଫିସର ଅଛନ୍ତି। ହଁ, ଆମେ କହୁଛୁ ମାଲକାନଗିରିର ବିଦାୟୀ ଏସ୍ପି ଜଗମୋହନ ମୀନାଙ୍କ କଥା। ଏଠାରୁ ବଦଳି ହୋଇଥିବା ଏସ୍ପିଙ୍କୁ ଫୁଲମାଳ ପିନ୍ଧାଇ ଓ କାନ୍ଧରେ ବସାଇ ବିଦାୟ ଦେଇଥିଲେ ଯବାନ। କେବଳ ଯବାନ ନୁହନ୍ତି, ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ମଧ୍ୟ ସାମିଲ ହୋଇଥିଲେ। ଏସପି ଜଗମୋହନଙ୍କ ପ୍ରତି ସେମାନଙ୍କ ମନରେ କେତେ ସ୍ନେହ,ଶ୍ରଦ୍ଧା ଓ ଭଲପାଇବା ଥିଲା ତାହା ଏହି କାର୍ଯ୍ୟକ୍ରମରୁ ସ୍ପଷ୍ଟ ବାରି ହୋଇଥିଲା।ଏସପି ସିନା ମାଲକାନଗିରି ରୁ ବିଦାୟ ନେଲେ କିନ୍ତୁ ମାଲକାନଗିରି ବାସୀଙ୍କ ହୃଦୟରେ ରହିଛନ୍ତି।ମାଲକାନଗିରି ରୁ ଅନୁଗୋଳ କୁ ବଦଳି ହୋଇଛନ୍ତି ଏସ ପି ଶ୍ରୀ ଜଗମୋହନ ମୀନା। Share on FacebookTweetFollow usSave Post Views: 465
Odisha NATIONAL ଦେଶର ସର୍ବପ୍ରଥମ ସମସ୍ତ ଆଇଆଇଟି ଆର୍ ଆଶ୍ଚ ଡି ପ୍ରଦର୍ଶନୀ “ ଇନଭେନଟିଭ୍ ୨୦୨୨ ” ରେ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର – ଧର୍ମେନ୍ଦ୍ର ପ୍ରଧାନ NTP Bureau Report 15/10/2022 0 ଦେଶର ସର୍ବପ୍ରଥମ ସମସ୍ତ ଆଇଆଇଟି ଆର୍ ଆଶ୍ଚ ଡି ପ୍ରଦର୍ଶନୀ “ ଇନଭେନଟିଭ୍ ୨୦୨୨ ” ରେ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର – ଧର୍ମେନ୍ଦ୍ର ପ୍ରଧାନ ● . . […]
Odisha KIIT Student Trishna Ray Crowned Miss Teen Universe 2024 in South Africa NTP Bureau Report 12/11/2024 0 Odisha’s Pride Triumphs on the Global Stage Bhubaneswar: KIIT-DU is celebrating a proud moment as Trishna Ray, a student from the KIIT School of Fashion Technology, […]
Odisha Business ରାଜ୍ୟସରକାରଙ୍କ COVID 19 ଫଣ୍ଡକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା ଦେଲେ ବିଶିଷ୍ଟ ଶିଳ୍ପପତି ତାରା ପଟ୍ଟନାୟକ NTP Bureau Report 24/03/2020 0 ଭୁବନେଶ୍ୱର(ଏନ ଟି ପି): କରୋନା ଏବେ ବିଶ୍ୱ ମହାମାରୀ।କରୋନାର ମୁକାବିଲା କେବଳ ସଚେତନ ରହିପାରିଲେ ହିଁ ରୋକାଯାଇପାରିବା।ରାଜ୍ୟରେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରାଯାଇଛି।କିନ୍ତୁ ଲୋକେ ଲକଡାଉନ କୁ ମାନିବାର […]