ଏନ ଏଚ ଏ ଆଇ ଓ ନାଲକୋ କୁ ସାଂସଦଙ୍କ କଡା ଚେତାବନୀ, ସମାଧାନ କର ନଚେତ ଆନ୍ଦୋଳନ

ଅନୁଗୋଳ(ଏନ ଟି ପି):

୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା ।ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଯାଇଥିବା ୫୫ନଂ ଜାତୀୟ ରାଜପଥ ସହ ପାଲଲହଡାରୁ କେନ୍ଦୁଝର ପର୍ଯ୍ୟନ୍ତ ଯାଇଥିବା ରାଜପଥ , ଏବଂ ବଲ୍ଲର ଠାରୁ ଯାଜପୁର ଯାଇଥିବା ରାଜପଥ ସହ ନାଲକୋର ପରିପାର୍ଶ୍ଵିକ ଗାଁ ଗୁଡିକୁ ଯାଇଥିବା ରାସ୍ତା   ପାଲଟିଛି ମରଣଜନ୍ତା । ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ସାଧାରଣ ଲୋକ ଏହି ସବୁ ରାସ୍ତାରେ ଯିବା ଆସିବା କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ରାସ୍ତା ପ୍ରସସ୍ତି କରଣ ପାଇଁ କାର୍ଯ୍ୟ କରୁଥିବା କମ୍ପାନୀ ଗୁଡିକ ମନ୍ଥର ଗତିରେ ରାସ୍ତା ନିର୍ମାଣ ଓ ମରାମତି କରୁଛନ୍ତି । ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସରୁନାହିଁ ଓ ମନମୁତାବକ କାର୍ଯ୍ୟ କରା ଯାଉଛି ବୋଲି ଢେଙ୍କାନାଳ ସାଂସଦ ମହେଶ ସାହୁ ଅଭିଯୋଗ କରିଛନ୍ତି । ଏକ ଖବରଦାତା ସମ୍ମିଳନୀରେ ମହେଶ ସାହୁ ଏହି ଅଭିଯୋଗ ଆଣିବା ସହ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା କହିଛନ୍ତି । ତେବେ ସମସ୍ୟା ସମାଧାନ ପାଇଁ ସରକାର ଓ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଏହା ସହ ନାଲ୍ କୋ କର୍ତ୍ତୁପକ୍ଷଙ୍କୁ ମଧ୍ୟ ପାରିପାର୍ଶ୍ଵିକ ଗାଁ ଗୁଡିକୁ ଯାଇଥିବା ରାସ୍ତା ମରାମତି ପାଇଁ ତାଗିଦ କରଯାଇଛି । ଏହି ସବୁ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ମହେଶ ସାହୁ କହିଛନ୍ତି ।ସାଂସଦ ଲୋକସଭାର ପବିତ୍ର ଗୃହରେ ତ ପ୍ରଶ୍ନ ପଚାରିଲେ।ସମସ୍ୟା ସମାଧାନ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ କିନ୍ତୁ ପ୍ରେସ ମିଟ କାହିଁକି କଲେ ସାଂସଦ ।ଏଥିରୁ ବୁଝାପଡୁନି।ପୁଣି ସାମ୍ବାଦିକ ସମ୍ମିଳନୀରେ ବିଜେପିର ପ୍ରସଂଶା ପଛର କଣ ରହିଛି ରହସ୍ୟ ।କେଉଁ ଉଦ୍ଧେଶ୍ୟ ସାଧନ ପାଇଁ ଢେଙ୍କାନାଳ ବିଜେଡି ସାଂସଦ କଲେ ବିଜେପିର ଗୁଣଗାନ।

Follow by Email
WhatsApp