ଟିକରପଡାରେ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ Posted on 16/08/201916/08/2019 by NTP Bureau Report ଅନୁଗୋଳ ( ଏନ ଟି ପି): ବନ୍ୟା ରେ ବେହାଲ ହୋଇଛି ସାରା ରାଜ୍ୟ। ରାଜ୍ୟର ବିଭିନ୍ନ ଅଂଚଳରେ ଦେଖାଦେଇଛି ବନ୍ୟା ପରିସ୍ଥିତି।ସାରା ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା କାରଣ ରୁ ବନ୍ୟା ସ୍ଥିତି ଦେଖା ଦେଇଥିଲା । ଅନୁଗୋଳ ଜିଲ୍ଲା ଟିକରପଡା ମଧ୍ୟ ଦେଇ ମହାନଦୀ ଦୀର୍ଘ ପଥ ଅତିକ୍ରମ କରି ଯାଉଥିବା ବେଳେ ନଦୀ କୂଳରେ ଥିବା ଟିକରପଡା, ଗଇଁଦି,ବେହେରା ସାହି,ମଝିପଡା ସମସ୍ତ ଗ୍ରାମ ଗୁଡିକ ଜଳବନ୍ଦୀ ରେ ରହିଥିଲା । ଗଇଁଦା,ବେହେରା ସାହି,ମଝିପଡାଆଦି ଗ୍ରାମ ଗୁଡିକ ବିଶେଷ କ୍ଷତି ହୋଇନଥିବା ସୂଚନା ମିଳିଛି । ଟିକରପଡା ର ୮୫ପରିବାରର ୪୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନୀୟ ବିଦ୍ୟାଳୟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ଔଷଧ,ଜରୁରୀ ଜିନିଷ ପତ୍ର ଯୋଗାଇ ଦିଆଯାଇଛି । ବନ୍ୟା ପରିସ୍ଥିତି ଜିଲ୍ଲା ପ୍ରଶାସନ ଅନୁଧ୍ୟାନ କରିଥିବା ବେଳେ ଆଜି ଆଠମଲ୍ଲିକ ବିଧାୟକ ରମେଶ ସାଏ ଜଳମଗ୍ନ ରୁ ସ୍ତାନାନ୍ତରିତ ହୋଇଥିବା ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ପଚାରି ବୁଝିଥିଲେ । ବିଧାୟକ ପରିଦର୍ଶନ ରେ ଯାଇଥିବା ବେଳେ ଟିକରପଡାରେ ବନ୍ୟା ଜଳ କମି ଯାଇଥିଲା। ଲୋକ ମାନେ ସ୍ଥାନାନ୍ତରିତ ହୋଇଥିବା ବିଦ୍ୟାଳୟ କୁ ଯାଇ ଖାଦ୍ୟ ପାନୀୟ ଓ ଲୋକ ମାନେ କିପରି ରହୁଛନ୍ତି ପଚାରି ବୁଝିଛନ୍ତି । ବିଧାୟକ ଙ୍କୁ ଲୋକ ମାନେ ତାଙ୍କର ଦୁଃଖ ରେ ବେଦନା ଜଣାଇଛନ୍ତି । ଲୋକ ମାନଙ୍କ ସମସ୍ୟା ଉପରେ ବିଧାୟକଙ୍କୁ କହିଛନ୍ତି ଯେ ବନ୍ୟା ପାଇଁ ଆସିଥିବା ଚୁଡା, ଗୁଡ ଆଦି ଖାଦ୍ୟ ସଠିକ ଭାବରେ ପାଇ ପାରି ନାହୁଁ । ୪୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଖାଦ୍ୟ ହେଉଥିବା ରୁ ବିଳମ୍ବ ହେଉଛି ବୋଲି ବନ୍ୟା ପୀଡିତ ମାନେ କହିଛନ୍ତି । ବନ୍ୟା ପୀଡ଼ିତ ମାନଙ୍କ ପାଇଁ ତିଆରି ହେଉଥିବା ଖାଦ୍ୟର ମାନ ମଧ୍ୟ ଯାଞ୍ଚ କରିଛନ୍ତି ବିଧାୟକ । ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଆଲୋଚନା ପରେ ମେଡିକାଲ ବିଭାଗର ଡାକ୍ତର ଡ଼ଃ.ବିରେନ କୁମାର ସାହୁ, ଡ଼ଃ.ରାସେଶ୍ୱରି ପାଢ଼ୀ, ସୁପରଭାଇଜର ଙ୍କ ସହିତ ବନ୍ୟାପୀଡିତଙ୍କୁ କିପରି ଔଷଧ ସଠିକ ଭାବେ ଯୋଗାଇ ଦେଇ ପାରିବେ ସେ ବିଷୟରେ ଆଲୋଚନା କରିଛନ୍ତି । ଟିକରପଡା ରେ କ୍ଷତି ହୋଇଥିବା ଫସଲ ଓ ଲୋକମାନେ ବର୍ତ୍ତମାନ କିପରି ଚାଷ କାର୍ଯ୍ୟ ସୁରୁଖୁରୁ ରେ କରିପାରିବେ ସେ ବିଷୟରେ କୃଷି ବିଭାଗର ସହକାରୀ କୃଷି ଅଧିକାରୀ ଅନୁଗୋଳ ପ୍ରଦୀପ କୁମାର ନନ୍ଦ, ବନ୍ତଳା ସହକାରୀ କୃଷି ଅଧିକାରୀଣି ଲୋପାମୁଦ୍ରା ସାହୁଙ୍କ ସହ ଆଲୋଚନା କରିବା ସହଜମି ଗୁଡିକ ପରିଦର୍ଶନ କରିଛନ୍ତି ।ପରେ ଟିକରପଡା ଘାଟ ସହିକୁ ଯାଇ ଲୋକ ମାନଙ୍କର ଘର ଗୁଡିକ ପରିଦର୍ଶନ କରିଛନ୍ତି । ପରିଦର୍ଶନ କରିବା ପରେ ଟିକରପଡା ରେ ଥିବା ଗେଷ୍ଟ ହାଉସ କୁ ଯାଇ କିଛି ସମୟ ଲୋକଙ୍କ ସମସ୍ୟା ଉପରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପରିଦର୍ଶନ ପରେ ଲୋକଙ୍କ ସମସ୍ୟା କୁ ନେଇ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା ନେଇ ସୂଚନା ଦେଇଛନ୍ତି ବିଧାୟକ । Share on FacebookTweetFollow usSave Post Views: 346
Odisha ହୋମ ଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ NTP Bureau Report 12/11/2024 0 ଖୁବ୍ ଶୀଘ୍ର ପୂରଣ ହେବ ଖାଲି ପଦବୀ ଭୁବନେଶ୍ୱର ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ban […]
Odisha Tata Steel BSL supplies Liquid Medical Oxygen for treatment Of COVID-19 patients NTP Bureau Report 25/04/2021 0 Dhenkanal(NewsTimePro): 56 tons of Liquid Medical Oxygen (LMO) supplied for various hospitals in Odisha • 185 tons of Liquid Medical Oxygen (LMO) supplied to the […]
Odisha ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ ଉଦ୍ ଘାଟିତ NTP Bureau Report 11/02/2020 0 ଅନୁଗୋଳ(ଏନଟିପି): ଓଡିଶାର ମଧ୍ୟଭାଗରେ ଅବସ୍ଥିତ ଅନୁଗୋଳ ଜିଲ୍ଲା ୧୯୯୩ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏକ ଅଂଶ ଥିଲା ।ଅନୁଗୋଳ ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଏକ […]