ଧରାପଡ଼ିଲା କି ସାଇକୋ କିଲର ? Posted on 29/07/201929/07/2019 by NTP Bureau Report କଟକ(ଏନ୍ ଟି ପି): ଧରାପଡ଼ିଲା କି ସାଇକୋ କିଲର ? କଟକରେ ଚାଞ୍ଚଲ୍ୟ ଖେଳାଇଥିବା ସାଇକୋ କିଲର ସନ୍ଦେହରେ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । କଟକ ରାଣୀହାଟ ନିକଟରୁ ଏକ ମାନସିକ ଭିନ୍ନକ୍ଷମକୁ ଧରିବା ସହିତ ତା ନିକଟରୁ କେତେକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ସନ୍ଦିଗ୍ଧକୁ ଧରିବା ପରେ ତାକୁ ପୋଲିସର ଜିମା ଦିଆଯାଇଥିବା ଜଣାପଡିଛି । ପୋଲିସ ଏବେ ସନ୍ଦିଗ୍ଧକୁ ପଚରା ଉଚରା କରିବା ସହ ତା’ଠାରୁ ଜବତ ହୋଇଥିବା ମାରଣାସ୍ତ୍ରକୁ ଫରେନସିକ ଲାବ୍ କୁ ଟେଷ୍ଟ ପାଇଁ ପଠାଯାଇଛି । ସିଲଭର୍ ସିଟିରେ ତିନି ତିନି ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଷ୍ଟୋନମ୍ୟାନକୁ ଗତ ୨୪ ତାରିଖରୁ ଖୋଜୁଛି ପୋଲିସ୍ । ଦିନ ରାତି ପାଟ୍ରୋଲିଂ କରିବା ସହ ସ୍ୱତନ୍ତ୍ର ଟିମ କରି ତଦନ୍ତ ଚଳାଇଛି । ଏତେ ଦିନର ତନାଘନା ପରେ ଜଣେ ସନ୍ଦିଗ୍ଧ ଧରାପଡ଼ିଛି । ହେଲେ ଧରାପଡିଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣକ ପ୍ରକୃତ ସାଇକୋ କିଲର କି ନୁହେଁ ତାହା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡିନାହିଁ । Share on FacebookTweetFollow usSave Post Views: 438
Odisha ରାଇସିନା ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇବେ ଓଡ଼ିଶାର ୨୩ ଜଣ ବିଧାୟକ NTP Bureau Report 03/08/2022 0 ନୂଆଦିଲ୍ଲୀ(ଏନ ଟି ପି): ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରାୟ ୨୩ ଜଣ ବିଧାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆଜି ତାଙ୍କୁ ଅଭିନନ୍ଦନ ଜଣାଇବେ। ଓଡ଼ିଶା ବିଧାନସଭା ସଦସ୍ୟମାନେ ଗତକାଲି […]
Odisha ସାମ୍ବାଦିକ ସାଜିଲେ ଦେବଦୂତ;ଭାରରେ ବୋହିଲେ ରୋଗୀ… NTP Bureau Report 19/01/2019 0 ମାଲକାନଗିରି (ଏନ ଟି ପି) ସାମ୍ବାଦିକ ଭାରରେ ବୋହିଲେ ରୋଗୀ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ।ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ସାମ୍ବାଦିକ ବଢ଼ାଇଲେ ସହାୟତାର ହାତ […]
Odisha Business A NEW AGE JOHNSON EXPERIENCE CENTRE OPENS IN THE CITY OF BHUBANESWARH & R Johnson launches its new state-of-the art Experience Centre “House of Johnson” Smrutilipi 22/01/2023 0 Bhubaneswar, 22thJanuary 2023: H & R Johnson (India), the leading ceramic tiles manufacturer and division of Prism Johnson Limited, opened its latest Experience Centre in […]