ଡିଏଭି ସ୍କୁଲର ମନମାନି,ଚିନ୍ତାରେ ଅଭିଭାବକ Posted on 11/08/201911/08/2019 by NTP Bureau Report ଅନୁଗୋଳ(ଏନଟିପି): ତାଳଚେର ସ୍ଥିତ ଏମସିଏଲ ଦ୍ୱାରା ପରିଚାଳିତ ଡେରା ଡିଏଭି ସ୍କୁଲରେ ଦୀର୍ଘ ଦିନ ଧରି ଶିକ୍ଷା ସମ୍ବଧିୟ ବିଭିନ୍ନ ସମସ୍ୟାକୁ ନେଇ ଅଭିବାବକ ମାନେ ଚିନ୍ତିତ ଥିବା ବେଳେ ଏହାର ସମାଧାନ ନିମନ୍ତେ ଏକ ବୈଠକ ସାଇ ମନ୍ଦିର ପରିସରରେ ଡିଏଭି ସ୍କୁଲ ର ଛାତ୍ରଛାତ୍ରଛାତ୍ରୀ ଙ୍କ ଅଭିଭାବକ ଏକ କମିଟି ଗଠନ କରାଯାଇଛି।ଉପସ୍ଥିତି ସମସ୍ତ ସଭ୍ଯ ମାନଙ୍କର ସନମତିକ୍ରମେ ସଙ୍ଘର ସଭାପତି ଦୟାସାଗର ମିଶ୍ର ଏବଂ ସଂପାଦକ ଦେବରଞ୍ଜନ ସାମଲ ଙ୍କୁ ମନୋନିତ କରାଯାଇଛି । ସେହି ପରି କମିଟି ର ସଦସ୍ୟ ପଦାରବିନ୍ଦ ବାଇ , ମାନସ ରାୟ , ଗିରିଶ ଚନ୍ଦ୍ର ସାମଲ, ଦୀପ ରଞନ ମିଶ୍ର, ମାନସ ରଞନ ସାହୁ, ମାନଭଞ୍ଜନ ମହାପାତ୍ର, ଜିତେନ୍ଦ୍ର ମହାନ୍ତିଙ୍କୁ ମନୋନିତ କରାଯାଇଛି। ସଭାପତି ଭାବେ ମନୋନିତ ହେବା ପରେ ଦୟାସାଗର ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଳଚେର ସ୍ଥିତ ଏମସିଏଲ ଦ୍ୱାରା ପରିଚାଳିତ ଡେରା ଡିଏଭି ସ୍କୁଲରେ ଦୀର୍ଘ ଦିନ ଧରି ଶିକ୍ଷା ସମ୍ବଧିୟ ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ ନିମନ୍ତେ ସ୍ଥାୟୀ ପଦକ୍ଷେପ ନିଆଯିବ ସହ କିଭଳି ଭାବରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଅଣାଯାଇ ପାରିବ ସେ ନେଇ ଗୁରୁତ୍ୱ ଦିଆଯିବ।ଅନ୍ୟ ପଟେ ସମ୍ପାଦକ ଦେବରଂଜନ ସାମଲ କହିଛନ୍ତି ଡିଏଭି ସ୍କୁଲ ସୁପ୍ରିମକୋର୍ଟର ଆଦେଶକୁ ବେଖାତିର କରି ଯେଉଁ ଭଳି ଭାବେ ଅହେତୁକ ଫିସ ବୃଦ୍ଧି କରିବାକୁ ଚକ୍ରାନ୍ତ କରିଛି ତାକୁ ସହଜରେ ବରଦାସ୍ତ କରାଯିବ ନାହିଁ ଦରକାର ପଡ଼ିଲେ ହାଇକୋର୍ଟର ଦ୍ଵାରସ୍ତ ହେବାକୁ ପଛେଇବ ନାହିଁ।କାର୍ଯ୍ୟକ୍ରମ ଶେଷରେ ପଦାରବିନ୍ଦ ବାଇ ଧନ୍ୟବାଦ ଜ୍ଞାପନ କରିଥିଲେ । Share on FacebookTweetFollow usSave Post Views: 401
Odisha ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ NTP Bureau Report 16/02/2020 0 ଅନୁଗୋଳ(ଏନଟିପି): ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁଗୋଳ ତରଫରୁ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜି ଅନୁଗୋଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମୌଳିକ କର୍ତ୍ତବ୍ୟ ବିଷୟରେ ସରକାରୀ ଉଚ୍ଛ ପ୍ରାଥମିକ […]
Odisha ଧରାପଡ଼ିଲା କି ସାଇକୋ କିଲର ? NTP Bureau Report 29/07/2019 0 କଟକ(ଏନ୍ ଟି ପି): ଧରାପଡ଼ିଲା କି ସାଇକୋ କିଲର ? କଟକରେ ଚାଞ୍ଚଲ୍ୟ ଖେଳାଇଥିବା ସାଇକୋ କିଲର ସନ୍ଦେହରେ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । କଟକ ରାଣୀହାଟ ନିକଟରୁ ଏକ […]
Odisha ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବେ ବିରୋଧୀ; କଂଗ୍ରେସ ପାଳିବ କଳା ଦିବସ, ସେପଟେ ବିଜେପିର ଜବାବ ମାଗୁଛି ଓଡିଶା NTP Bureau Report 26/12/2018 0 ଭୁବନେଶ୍ବର ୨୬|୧୨: ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବାକୁ ବିରୋଧୀଙ୍କ ଯୋଜନା । ଆଜି ରାସ୍ତାକୁ ଓହ୍ଲାଇବେ ଉଭୟ କଂଗ୍ରେସ ଓ ବିଜେପି । ରାଜ୍ୟର ବିଜେଡି ସରକାରର ୧୯ ବର୍ଷର ଶାସନରେ ରସାତଳକୁ ଯାଇଛି […]