ପରଲୋକ ରେ ସୁଷମା ସ୍ୱରାଜ

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ।୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍‌ସରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ।ହୃଦଘାତ ରେ ତାଙ୍କର ପରଲୋକ ହୋଇଛି।ସୁଷମା ସ୍ୱରାଜ ହେଉଛନ୍ତି ଜଣେ ଭାରତୀୟ ରାଜନେତ୍ରୀ,ପୂର୍ବୋକ୍ତ ସୁପ୍ରିମକୋର୍ଟ ଓକିଲ ଏବଂ ଏବେକାର କେନ୍ଦ୍ର ବୈଦେଶିକ ମନ୍ତ୍ରୀ(୨୬ମଇ ୨୦୧୪ ରୁ୨୦୧୯ ପର୍ଯ୍ୟନ୍ତ ଥିଲେ)। ଇନ୍ଦିରାଗାନ୍ଧୀଙ୍କ ପରେ ସ୍ୱରାଜ ହେଉଛନ୍ତି ଦ୍ୱିତୀୟ ମହିଳା ଯିଏକି ଭାରତର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ଦାୟିତ୍ୱ ନେଇଛନ୍ତି। ସେ ଭାରତୀୟ ଜନତା ପାର୍ଟିର ଏକ ଦଳୀୟ ନେତା ମଧ୍ୟ । ସେ ୭ ଥର ସଂସଦ ରସବ୍ୟ ହିସାବରେ ଏବଂ ତିନି ଥର ଆଇନ୍ ପ୍ରଣୟନ ସଭାର ସଦସ୍ୟ ଭାବେ ବଛା ହୋଇଛନ୍ତି। ସେ ୨୫ ବର୍ଷରେ ୧୯୯୭ ମସିହାରେ ହରିୟାଣାର ସବୁଠୁ କନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହିସାବରେ ଯୋଗଦାନ ଦେଇଥିଲେ। ସେ ଏକ ସଂକ୍ଷିପ୍ତ ସମୟ ପାଇଁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ପଦବୀରେ ଥିଲେ।ଉଲ୍ଲେଖଯୋଗ୍ୟ, ସୁଷମା ସ୍ଵରାଜ ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ଥିଲେ ଏବଂ ଗତ ବର୍ଷ ତାଙ୍କର କିଡନୀ  ପ୍ରତିରୋପଣ ହୋଇଥିଲା। ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିନଥିଲେ।
ସୁଷମା ସ୍ୱରାଜଙ୍କ ସ୍ଵାସ୍ଥ୍ୟ ଅଧିକ ବିଗିଡିବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା।  ଡାକ୍ତରଙ୍କ ଏକ ଦଳ ସ୍ଥିତି ଉପରେ କ୍ରମାଗତ ନଜର ରଖିଥିଲେ। ମାତ୍ର ତାଙ୍କୁ ବଞ୍ଚାଯାଇ ପାରିନଥିଲା ଏବଂ ୬୭ ବର୍ଷ ବୟସରେ ତାଙ୍କର ଦୁଃଖଦ ଦେହାନ୍ତ ଘଟିଛି। 
କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, ହର୍ଷବର୍ଦ୍ଧନ ସିଂହଙ୍କ ସମେତ ବିଜେପିର ବରିଷ୍ଠ ନେତ ଏମ୍ସରେ ପଞ୍ଚିବାରେ ଲାଗିଛନ୍ତି। କିଛି ଘଣ୍ଟା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜାମ୍ମୁ-କାଶ୍ମୀରର ବିଶେଷ ମାନ୍ୟତା ସମାପ୍ତ ନେଇ ଅଭିନନ୍ଦନ ଜଣାଇଥିଲେ।
୬୭ ବର୍ଷୀୟ ସୁଷମା ସ୍ଵରାଜ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବୈଦେଶିକ ମନ୍ତ୍ରୀ ଥିଲେ। ସେ ୧୬ମ ଲୋକସଭାରେ ମଧ୍ୟ ପ୍ରଦେଶରୁ ବିଦିଶାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ଖରାପ ସ୍ଵାସ୍ଥ୍ୟ କାରଣରୁ ଏଥର ସେ ଲୋକସଭା ନିର୍ବାଚନ ଲଢି ପାରିନଥିଲେ।
 ସୁଷମା ସ୍ଵରାଜ ବିଦେଶରେ ଫସିଥିବା ଭାରତୀୟଙ୍କ ସାହାଯ୍ୟ କରିବା ଏବଂ ଗୋଟିଏ ଟ୍ଵିଟରେ ଲୋକଙ୍କୁ ସହାୟତା କରିବା ନେଇ ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଥିଲେ। ମୋଦୀ ସରକାରରେ ଏକ କର୍ମଯୋଗୀ ମନ୍ତ୍ରୀଙ୍କ ମଧ୍ୟରୁ ସେ ଜଣେ ଥିଲେ। ସୁଷମା ଅନେକ ଥର ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଅସଲମୁଖା ଖୋଲିଥିଲେ।

Last Tweets

Follow by Email
WhatsApp