କାଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ହଟିଲା ୩୭୦ ଏବଂ ୩୫ଏ ଧାରା

ନୂଆଦିଲ୍ଲୀ (ଏନଟିପି):

ଜାମ୍ମୁ ଓ କାଶ୍ମୀରରୁ ଲଦାଖକୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଏହା ସହିତ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ରହିବ । କିନ୍ତୁ ଅନ୍ୟପକ୍ଷରେ ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଂଚଳ ହେବ ମାତ୍ର ସେଠାରେ ବିଧାନସଭା ରହିବ ନାହିଁ ବୋଲି କେନ୍ଦ୍ର ଯୋଜନା କରିଛି । 

ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍‌ ଉପସ୍ଥାପନ ବେଳେ ଶାହା କହିଛନ୍ତି ଯେ ଧାରା ୩୭୦ ରାଜ୍ୟକୁ ଦେଶ ସହିତ ଯୋଡ଼ୁ ନାହିଁ ବରଂ ତାହା ବିଚ୍ଛିନ୍ନ କରିକି ରଖିଛି । ଲଦାଖରେ ରହୁଥିବା ଝିଅ, ବୋହୁ ଓ ପିଲାଙ୍କୁ କାଶ୍ମୀର ବାସିନ୍ଦା କହିବାର ଅଧିକାର ନାହିଁ । ସେହିପରି ସେମାନଙ୍କ କୌଣସି ରାଜନୈତିକ ସଂରକ୍ଷଣ ଅଧିକାର ନାହିଁ । ତେଣୁ ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ପଦକ୍ଷେପ ବୋଲି ଶାହା କହିଛନ୍ତି । କାଶ୍ମୀର ବାସିନ୍ଦା ଆଜି ବହୁତ ବଡ଼ୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 
ଦେଶର ରାଜନୈତିକ ମହଲରେ ଧାରା 370କୁ ନେଇ ସମୟ ସମୟରେ ଅନେକ ବାଦ ବିବାଦ ସୃଷ୍ଟି ହୋଇଛି । ଅନେକ ବର୍ଷର ପ୍ରଚେଷ୍ଠା ପରେ ସୋମବାର ଦିନ ଗୃହମନ୍ତ୍ରୀ  ଅମିତ ଶାହା ରାଜ୍ୟସଭାରେ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯାଇଛି ବୋଲି ଘୋଷଣା କରିଛନ୍ତି  । ଏହାସହ ଜାମ୍ମୁ ଓ କାଶ୍ମୀର ଏବଂ ଲଦାକକୁ ଅଲଗା କରାଯାଇଛି । ବର୍ତ୍ତମାନଠାରୁ ଜମ୍ମୁ ଓ କାଶ୍ମୀର ଏବଂ ଲଦାକ ପୃଥକ-ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି । 

ଜମ୍ମୁ-କାଶ୍ମୀରକୁ  ଅନୁଚ୍ଛେଦ 370ରୁ କଣ ଲାଭ ମିଳୁଛି ?

୧…ମୋଦୀ ସରକାରଙ୍କ ଏହି ବଡ ନିଷ୍ପତି ପରେ କାଶ୍ମୀରରେ ହଠାତ ସବୁ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଯାଣନ୍ତୁ ଅନୁଚ୍ଛେଦ 370 ଉଚ୍ଛେଦ ପରେ କାଶ୍ମୀରରେ କଣ କଣ ପରିବର୍ତ୍ତନ ହେବ ।

• ବର୍ତ୍ତମାନ ଜମ୍ମୁ ଓ କାଶ୍ମୀରର ନାଗରୀକଙ୍କ ପାଖରେ ଦୁଇଟି ନାଗରିକତା ଅଧିକାର ରହିଛି । ଏହି ରାଜ୍ୟରେ ସ୍ୱତନ୍ତ୍ର ପତାକା ମଧ୍ୟ ରହିଛି । 370 ଉଚ୍ଛେଦ ହେବା ପରେ ଏହା ସବୁ ଅଧିକାର ଶେଷ ହୋଇଯିବ । 

• ଜାମ୍ମୁ ଓ କାଶ୍ମୀରରେ  ଭାରତର ଜାତୀୟ ପତାକା ଅବା ରାଷ୍ଟ୍ରୀୟ ପ୍ରତୀକର ଅପମାନ କରିବା ଅପରାଧ ଶ୍ରେଣୀ ଭୁକ୍ତ ନୁହେଁ, କିନ୍ତୁ 370 ଉଚ୍ଛେଦ ହେବା ପରେ ଦେଶର ଅନ୍ୟ ସ୍ଥାନ ପରି ଏଠାରେ ମଧ୍ୟ ଏପରି ଗତିବିଧି ଅପରାଧ ଶ୍ରେଣୀରେ ସାମିଲ ହେବ ।

• ସୁପ୍ରିମକୋର୍ଟର ଆଦେଶ ବର୍ତ୍ତମାନ ଜମ୍ମୁ ଓ କାଶ୍ମୀରରେ ମାନ୍ୟ ନୁହେଁ । ଏବେ ସେଠାର ନାଗରକ ମଧ୍ୟ ସର୍ବୋଚ୍ଚ ଅଦଲତର ନିର୍ଦ୍ଦେଶ ମାନବାକୁ ବାଧ୍ୟ ହେବେ ।

• ପ୍ରତିରକ୍ଷା,ବିଦେଶ, ଦୂରସଞ୍ଚାର ଛାଡ଼ି ଅନ୍ୟ ସମସ୍ତ ମାମଲାରେ ବର୍ତ୍ତମାନ ଜମ୍ମୁ ଓ କାଶ୍ମୀର ବିଧାନସଭାର ବିନା ସହମତିରେ କୌଣସି ଆଇନ କାର୍ଯ୍ୟକାରୀ ହୋଇ ପାରିବ ନାହିଁ । କିନ୍ତୁ ଏହି ବିଲ ପାସ ହେବା ପରେ ଏବେ କେନ୍ଦ୍ର ସରକାର ସେଠାରେ ନିଜର ଆଇନ ଲାଗୁ କରିପାରିବେ । 

• ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀର ବିଧାନସଭାର କାର୍ଯ୍ୟକାଳ 6 ବର୍ଷ, ଧାରା 370 ଉଚ୍ଛେଦ କରିବା ପରେ ଏଠାରେ ମଧ୍ୟ ଦେଶର ଅନ୍ୟ ରାଜ୍ୟ ପରି ବିଧାନସଭାର କାର୍ଯ୍ୟକାଳ 5 ବର୍ଷ ହେବ । 

• ବର୍ତ୍ତମାନ ଜମ୍ମୁ ଓ କାଶ୍ମୀରରେ ହିନ୍ଦୁ ଏବଂ ଶିଖ ଅଳ୍ପସଂଖ୍ୟକ ମାନଙ୍କୁ  16 ପ୍ରତିଶତ ଆରକ୍ଷଣ ମିଳୁ ନଥିଲା । ଅନୁଚ୍ଛେଦ 370 ଉଚ୍ଛେଦ ହେବା ପରେ ସେଠାରେ ମଧ୍ୟରେ ଅଳ୍ପସଂଖ୍ୟକଙ୍କୁ ଏହି ଲାଭ ମିଳି ପାରିବ ।   

୩୭୦ ଉଛେଦ ପରେ କାହାର ସମର୍ଥନ ,କାହାର ବିରୋଧ :

Order

ବିଜେଡି ସମେତ ବହୁଜନ ସମାଜବାଦୀ ପାର୍ଟି, ଶିବସେନା, ଏଆଇଏଡିଏମକେ ଆଦି ଦଳ ଏହି ବିଲକୁ ସମର୍ଥନ କରିଥିବା ବେଳେ କଂଗ୍ରେସ, ପିଡିପି ଏବଂ ଜେଡିୟୁ ଆଦି ଦଳ ଏହାକୁ ବିରୋଧ କରିଛନ୍ତି

ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶ।ହା ଧାରା ୩୭୦,୩୫(ଏ) ବିଲ ଉପସ୍ଥାପନା ବେଳେ ୨ଜଣ ପିଡିପି ସାଂସଦ ନାଜିର ଅହମ୍ମଦ ଲାୱେ ଓ ଏମଏମ ଫୟାଜ ହଙ୍ଗାମା କରିଥିଲେ । ଏହା ସହ ସେ ଦୁହେଁ ରାଜ୍ୟ ସଭାରେ ପ୍ରବଳ ପାଟିତୁଣ୍ଡ କରିବା ସହ ସମ୍ଭିଧାନ ଚିରିବାକୁ ଉଦ୍ୟମ କରିଥିଲେ । ଗୃହରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବାରୁ ଉଭୟଙ୍କ ଅଧ୍ୟକ୍ଷ ବିତାଡ଼ିତ କରିଛନ୍ତି । ଏହାପରେ ଦୁହେଁ ସଂସଦ ବାହାରେ ହାତରେ କଳାପଟି ବାନ୍ଧି ପ୍ରତିବାଦ କରୁଥିବା ଜଣାପଡ଼ିଛି ।

Follow by Email
WhatsApp