ଖଣିବନ୍ଦ ଆନ୍ଦୋଳନ ପାଇଁ NTPC କୋଇଲା ଷ୍ଟକ ଖାଲି

ଅନୁଗୋଳ(ଏନଟିପି):

ଖଣିବନ୍ଦ ଆନ୍ଦୋଳନ ପାଇଁ ଏନଟିପିସି କୋଇଲା ଷ୍ଟକ ଖାଲି।ଅନୁଗୋଳ ଜିଲ୍ଲା ତାଳଚେର ଭରତପୁର କୋଇଲାଖଣିରେ ଅଘଟଣ ପରେ ୧୪ ଦିନ ଧରି ଖଣିବନ୍ଦ ଆନ୍ଦୋଳନ ଚାଲିଛି। ଖଣି ବନ୍ଦ ଆନ୍ଦୋଳନର ପ୍ରଭାବ ପଡିଛି NTPC ଉପରେ। NTPC ର ୬ ଟି ୟୁନିଟ ରୁ ୩୦୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥାଏ।ଖଣି ବନ୍ଦ ଆନ୍ଦୋଳନ ଫଳରେ NTPC ରେ ଦେଖାଦେଇଛି କୋଇଲା ଶଙ୍କଟ।NTPC ର ୪ ଟି ୟୁନିଟ ବନ୍ଦ ଥିବା ବେଳେ ଆଜି ୨ ଟି ୟୁନିଟ ରୁ ଆଂଶିକ ଭାବେ ୭୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି।ଗତକାଲି NTPC କୁ ଇବ ଭ୍ୟାଲି ,ECL ଓ ସିଙ୍ଗରେଣି ରୁ ୧୪୦୦୦ ମେଟ୍ରିକ ଟନ କୋଇଲା ଆସିଥିଲା।ntpc ର ଷ୍ଟକ ଖାଲି ଅଛି ।ଷ୍ଟକ ରେ କୋଇଲା ନାହିଁ।NTPC କୁ ଦୈନିକ ୫୫ହଜାର ମେଟ୍ରିକ ଟନ କୋଇଲାର ଆବଶ୍ୟକତା ରହିଛି।

Follow by Email
WhatsApp