ଶବର ଆଖି ମେଡିକାଲରୁ ଗାଏବ, କିଏ ତାଡିଲା ଆଖି ?

ଅନୁଗୋଳ (ଏନଟିପି):

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ରଖିବା ଗୃହରୁ ପୁଣି ମୃତଦେହର ଆଖି ଗାଏବ । ଏଥର କେବଳ ଡାହାଣ ଆଖି ଗାଏବ ହୋଇଥିବା ଦେଖା ଦେଇଛି । ଘଟଣାରୁ ପ୍ରକାଶ ଯେ ଗତ କାଲି ସନ୍ଧ୍ୟାରେ ମୋନେଟ କମ୍ପାନୀ ଫାଟକ ସମ୍ମୁଖରେ ଜରପଡା ଥାନା କୁଶକିଳା ଗାଁର ଜମ୍ବେଶ୍ୱର ନାଏକଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ଶବ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ତାଙ୍କ ମୃତ ଦେହକୁ ଶବ ଗୃହର ଫ୍ରିଜରରେ ରଖା ଯାଇଥିଲା । ଆଜି ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଜମ୍ବେଶ୍ୱରଙ୍କ ମୃତଦେହ ବାହାରକୁ କାଢ଼ିବା ପରେ ତାଙ୍କର ଡାହାଣ ଆଖିଟି ଗାଏବ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେବା ସହ ଡାକ୍ତରଖାନା ପରିସରରେ ଏକ ଚାପା ଉତ୍ତେଜନା ଦେଖା ଦେଇଛି ।

ଅନୁଗୁଳ ମେଡ଼ିକାଲ ଶବଗୃହରୁ ପୁଣି ଶବରୁ ଆଖି ଗାଏବ ଥିବା ଘଟଣାର ତଦନ୍ତ ଦାବୀ କରଛି ବିଜେପି । ଏହି ପରି ନୀନ୍ଦନୀୟ ଘଟଣାକୁ ବିରୋଧ କରି ଜିଲ୍ଲା ବିଜେପି ଆସନ୍ତାକାଲି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି । 

ସୂଚନାନୁସାରେ, ନିକଟରେ  ୪ବର୍ଷ ଝିଅର ଅନୁଗୁଳ ମେଡ଼ିକାଲରେ ଆଖି ତାଡ଼ି ନେବାର ପୁଣି ସମାନ ଦୃଶ୍ୟ ଆଜି ଜଣେ ବ୍ୟକ୍ତିଙ୍କର ଆଖି ଗାଏବ ହୋଇଥିବା ଦେଖିବାକୁ ମିଳିଥିଲା । ଏପରି ଘଟଣା ବାରମ୍ବାର ଘଟୁଥିବା ହେତୁ ବିଜେପି ପକ୍ଷରୁ ଆନୁଗଳ ଚିକିତ୍ସାଳୟକୁ କଡ଼ା ସମାଲୋଚନା କରାଯାଇଛି । ଏହା ସହ ଜିଲ୍ଲା ବିଜେପି ଲଗାତାର ଶବଗୃହରୁ ଏହି ଆଖି ଗାଏବ ଘଟଣାର ତଦନ୍ତ ଦାବୀ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି । ଏହି ଘଟଣାକୁ ପ୍ରତିୀବାଦ କରି ଆସନ୍ତାକାଲି ୧୨ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦିଆଯାଇଛି । 

ଗତକାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଅନୁଗୁଳ ମେଡ଼ିକାଲ ଅଣାଯାଇ ମର୍ଗରେ ରଖାଯାଇଥିଲା । ଆଜି ସକାଳେ ଶବକୁ ପୋର୍ଷ୍ଟମର୍ଟମ ପାଇଁ ନିଆଯିବା ବେଳେ ଶବରୁ ଆଖି ଗାଏବ ଥିବା ଦେଖିବାକୁ ମିଳିଥିଲା । କାଲି ରାତିରେ ମୃତଦେହରୁ ଆଖି ତାଡିନେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ନେଇ ଏଯାଏଁ ଅନୁଗୁଳ ଚିକିତ୍ସାଳୟ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।   ମୃତକ ହେଲେ କୁଶକିଳାଗାଁର ୩୫ ବର୍ଷ ବୟସ୍କ ଜମ୍ବେଶ୍ୱର ନାୟକ ।

Follow by Email
WhatsApp