ଶ୍ରାବଣ ଦ୍ଵିତୀୟ ସୋମବାରରେ ଶୈବାଳୟରେ କାଉଡିଆଙ୍କ ଭିଡ

ଭୁବନେଶ୍ବର(ଏନ ଟି ପି):ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ଏହି ମାସରେ କାଉଡ଼ିଆ ମାନେ ହାତରେ କାଉଡ଼ି ଭାର ଧରି ଶିବାଳୟରେ ମହାଦେବ ଙ୍କୁ ଜଳାଭିଷେକ କରିଥାନ୍ତି ।ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ଦେବ ଦେବ ମହାଦେବଙ୍କୁ ଜଳ ଲାଗି ପାଇଁ ଶୈବାଳୟରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ବାବା ଲୋକନାଥ, ଭଦ୍ରକର ଆରଡି, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଢେଙ୍କାନାଳର କପିଳାସ ଓ ନୟାଗଡ଼ର ଶରଣକୂଳ ପୀଠରେ ବୋଲବମ ଭକ୍ତଙ୍କ ଲମ୍ବାଲାଇନ । ମହାଦେବଙ୍କୁ ଜଳାଭିଷେକ ପାଇଁ ଗତକାଲି ବିଳମ୍ବିତ ରାତିରୁ ସେମାନେ ଲମ୍ବା ଲାଇନ ଲଗାଇଛନ୍ତି । ବିଶ୍ୱାସ ରହିଛି, ମହାଦେବଙ୍କ ପ୍ରିୟ ବାର ସୋମବାର ଜଳାଭିଷେକ କଲେ ମନୋସ୍କାମନା ପୂର୍ଣ୍ଣ ହୁଏ । ଏଥିପାଇଁ ନିଷ୍ଠାର ସହ ଉପବାସ ରଖି କାଉଡ଼ିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ବାବା ଭୋଳାନାଥଙ୍କୁ ଲାଗି କରିବା ପାଇଁ ଖାଲି ପାଦରେ ଚାଲି ଚାଲି ବିଭିନ୍ନ ଶିବ ମନ୍ଦିରକୁ ଆସିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରମୁଖ ଶୈବପୀଠରେ ପୋଲିସ ମୁତୟନ ସହ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Follow by Email
WhatsApp