ସାମ୍ବାଦିକ ରବିଶ କୁମାରଙ୍କୁ ‘ରମନ ମାଗାସେସେ ଆୱାର୍ଡ’ Posted on 02/08/201902/08/2019 by NTP Bureau Report ସାମ୍ବାଦିକ ଜଗତରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏନଡିଟିଭି ଇଣ୍ଡିଆର ମୁଖ୍ୟ ପରିଚାଳନା ସମ୍ପାଦକ ରବିଶ କୁମାରଙ୍କୁ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ‘ରମନ ମାଗାସେସେ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ହିନ୍ଦୀ ଟିଭି ସାମ୍ବାଦିକତାରେ ଉଲ୍ଲେଖନୀୟ ଯୋଗଦାନ ସହ ନିସହାୟ ଓ ଅସହାୟ (ସ୍ୱରହୀନ)ଙ୍କ ପାଇଁ ସ୍ୱର ହୋଇଥିବାରୁ ରବିଶଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଷଷ୍ଠ ସାମ୍ବାଦିକ ଭାବେ ରବିଶ କୁମାର ଏହି ପୁରସ୍କାର ବିଜେତା ହୋଇଛନ୍ତି। ଏହା ପୂର୍ବରୁ ଅମିତାଭ ଚୌଧୁରୀ (୧୯୬୧), ବିଜି ଭର୍ଗିଜ (୧୯୭୫), ଅରଣୁ ଶୌରୀ (୧୯୮୨), ଆରକେ ଲକ୍ଷ୍ମଣ (୧୯୮୪) ଏବଂ ପି ସାଇନାଥ (୨୦୦୭)ଙ୍କୁ ଏହି ପୁରସ୍କାର ମିଳିଛି। ଏସିଆର ନୋବେଲ ପୁରସ୍କାର ଭାବେ ପରିଚିତ ‘ରମନ ମାଗାସେସେ ଆୱାର୍ଡ’ରେ ଚଳିତ ବର୍ଷ ୫ ଜଣଙ୍କୁ ସମ୍ମାନିତ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏସିଆର ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ରମନ ମାଗାସେସେ ଆୱାର୍ଡ ପ୍ରଦାନ କରାଯାଇଥାଏ। ଫିଲିପିନ୍ସର ପୂର୍ବତନ ରାଷ୍ଟ୍ରପତି ରମନ ମାଗାସେସେଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ରବିଶଙ୍କ ବ୍ୟତୀତ ମିଅାଁମାରର ସାମ୍ବାଦିକ କୋ ସ୍ୱି ୱିନ, ଥାଇଲାଣ୍ଡର ମାନବାଧିକାର କର୍ମୀ ଅଙ୍ଗଖାନା ନୀଲାପାଜିତ, ଫିଲିପାଇନ୍ସର ସଂଗୀତଜ୍ଞ ରାୟମୁଣ୍ଡୋ ପୁଜାଣ୍ଟେ କାୟାବୟାବ ଏବଂ ଦକ୍ଷିଣ କୋରିଆର ମାନସିକ ରୋଗଗ୍ରସ୍ତ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା କିମ ଜୋଙ୍ଗ କି’ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। Share on FacebookTweetFollow usSave Post Views: 327
NATIONAL ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ NTP Bureau Report 03/12/2019 0 ୱାସିଂଟନ ଡିସି : ମିଳିଲା ଲ୍ୟାଣ୍ଡର ବିକ୍ରମ ର ସନ୍ଧାନ।ନାସା ଟ୍ୱିଟ ଜାରି କଲା ବିକ୍ରମର ଫଟୋ।ନାସାର ମୁନ ମିଶନ ପାଇଲା ବିକ୍ରମର ଭଗ୍ନାବଶେଷ।୭ ସେପ୍ଟେମ୍ବର ରେ ବିକ୍ରମ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା।ଚନ୍ଦ୍ରପୃଷ୍ଠରେ […]
NATIONAL Amazon CEO Jeff Bezos will go into space on July 20 NTP Bureau Report 07/06/2021 0 NewDelhi(NewsTimePro): Amazon founder Jeff Bezos is heading into space. Jeff Bezos also owns a space company called Blue Origin. Jeff Bezos has announced that he […]
Odisha NATIONAL କାଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ହଟିଲା ୩୭୦ ଏବଂ ୩୫ଏ ଧାରା NTP Bureau Report 05/08/2019 0 ନୂଆଦିଲ୍ଲୀ (ଏନଟିପି): ଜାମ୍ମୁ ଓ କାଶ୍ମୀରରୁ ଲଦାଖକୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଏହା ସହିତ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା […]