କରୋନା ସଚେତନତା ପାଇଁ କିଟ୍ର ୫ ହଜାର ନନ ଟିଚିଂ କର୍ମଚାରୀଙ୍କୁ ଦିଆଗଲା ଛୁଟି Posted on 20/03/202020/03/2020 by NTP Bureau Report ଭୁବନେଶ୍ୱର(ଏନ ଟି ପି): କରୋନା ସଚେତନତା ପାଇଁ କିଟ୍ର ୫ ହଜାର ନନ ଟିଚିଂ କର୍ମଚାରୀଙ୍କୁ ଦିଆଗଲା ଛୁଟି।ପ୍ରତି ଜିଲ୍ଲାରେ କରିବେ ସଚେତନ ।କରୋନା ପାଇଁ ସଚେତନତା ସୃଷ୍ଟି କରିବା ଦିଗରେ ଆଉ ଗୋଟିଏ ପାଦ ରେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ କରୋନା ପ୍ରତି ସମଗ୍ର ରାଜ୍ୟରେ ସଚେତନତା ସୃଷ୍ଟି କରାଯାଇଛି। ଏଥିପାଇଁ କିଟ୍ର ୫ ହଜାର ଅଣଶିକ୍ଷକ କର୍ମଚାରୀଙ୍କୁ ସବୈତନିକ ଛୁଟି ଦିଆଯାଇ ନିଜ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ନିଜ ବ୍ଲକ ଓ ପଞ୍ଚାୟତ ତଥା ଗାଁରେ ଲୋକମାନଙ୍କୁ କରୋନା ସଂପର୍କରେ ସଚେତନ ହେବାକୁ ପରାମର୍ଶ ଦେବେ। ସେହିପରି କିଟ୍ ଓ କିସ୍ର ୧୫ ହଜାର ସ୍ନାତକ ଓ ଅନ୍ୟ ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ମଧ୍ୟ ନିଜ ନିଜ ଗ୍ରାମ, ଜନଜାତି ସଂପ୍ରଦାୟ , ପଞ୍ଚାୟତ ଓ ବ୍ଲକରେ କରୋନା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଛି। କିଟ୍ର କର୍ମଚାରୀ ଏବଂ କିସ୍ର ଛାତ୍ରଛାତ୍ରୀମାନେ ନିଜ ନିଜ ବ୍ଲକ ଓ ପଞ୍ଚାୟତରେ ପ୍ରଶିକ୍ଷଣ ଓ ଲୋକଙ୍କ ମଧ୍ୟରେ କରୋନା ସଚେତନତା ବାର୍ତ୍ତା କିଭଳି ଠିକ୍ ଭାବେ ପହଞ୍ଚିପାରିବ ସେଥିପାଇଁ କାର୍ଯ୍ୟରେ ଲାଗିଛନ୍ତି। ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି ବର୍ତ୍ତମାନ ସମୟରେ କରୋନାର ମୁକାବିଲା ପାଇଁ ତୃଣମୂଳସ୍ତରରେ ସ୍ଥାନୀୟ ଲୋକ ଓ ସମୁଦାୟ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏ ଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏହା ସହିତ ଓଡିଶାର ୩୦ଟି ଜିଲ୍ଲାରେ ଥିବା କିସ୍ର ଜିଲ୍ଲା ସଂଯୋଜକ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି ବୋଲି କହିଛନ୍ତି କିଟ ଓ କିସ ର ପ୍ରତିଷ୍ଟାତା।ଶ୍ରୀ ସମଣ୍ତ କହିଛନ୍ତି ଏ ସମୟରେ ସମସ୍ତେ ସଚେତନ ହେବା ସହ କରୋନାକୁ ନିଜ ଠାରୁ ଦୁରରେ ରଖିବା। Share on FacebookTweetFollow usSave Post Views: 352
Odisha ପେଟ୍ରୋଲ ପମ୍ପ ଡକାୟତି ଯୋଜନା ପଣ୍ଡ , ୫ ଗିରଫ NTP Bureau Report 12/03/2020 0 ତାଳଚେର(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେରର ଏକ ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ଏକ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ କୋଲିୟରି ପୋଲିସ କାବୁ କରିଛି । ଖବର ନେବାରେ ଜଣାପଡିଛି ୧୧ […]
Odisha ନୂଆକ୍ଷେତା ଠାରୁ ବଡ଼କନ୍ତକୁଳ ରାସ୍ତାର ଅନ୍ଧାରୀ ନାଳ ଉପରେ ବିଜୁ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି NTP Bureau Report 04/01/2022 0 ଅନୁଗୋଳ(ଏନ ଟି ପି): ଅନୁଗୋଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୁଳ ପଞ୍ଚାୟତ ସ୍ଥିତ ନୂଆକ୍ଷେତା ଠାରୁ ବଡ଼କନ୍ତକୁଳ ରାସ୍ତାର ଅନ୍ଧାରୀ ନାଳ ଉପରେ ବିଜୁ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ […]
Odisha ଓଡିଶାରେ PM-USHA କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ NTP Bureau Report 31/08/2024 0 ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ଭିତ୍ତିଭୂମି ସହିତ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ଆମର ସଂକଳ୍ପ ପତ୍ର ଅନୁଯାୟୀ ଆମର ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ୱାୟତ୍ତତା ପ୍ରଦାନ କରାଯିବ |ଶିକ୍ଷାର ପରିସର ବ୍ୟାପକ, ଏହା ରାଜନୀତିର […]