ମହିଳାଙ୍କ ପାଇଁ ଗୀତ ଗାଇ ଚର୍ଚ୍ଚାରେ ଏସ ପି ସାରା ଶର୍ମା Posted on 26/06/201926/06/2019 by NTP Bureau Report ଭୁବନେଶ୍ୱର (ଏନ ଟି ପି) : ପୁଣି ଚର୍ଚ୍ଚାରେ ଗଜପତି ଏସ୍ପି ସାରା ଶର୍ମା। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଆରମ୍ଭ କଲେ ସି-ଟିମ୍ ଯୋଜନା। ନିଜେ ଗୀତ ଗାଇ କ୍ରାଇମ ଉପରେ ଲଗାମ ଲଗାଇବାକୁ ପ୍ରଚେଷ୍ଟା କରିଛନ୍ତି ଏସ୍ପି। ନିଜେ ଗୀତ ଗାଇ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି । ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ରଘୁନାଥ ପାତ୍ର। ହାଇଦ୍ରାବାଦରେ ପ୍ରଚଳିତ ସି ଟିମ୍ ରୁ ପ୍ରୋତ୍ସାହିତ ହୋଇ ସାରା ଶର୍ମା ଗଜପତି ଜିଲ୍ଲା ପାରଳାଖେମୁଣ୍ଡରେ ସ ଟିମ୍ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ଗତ ୨୪ ତାରିଖରୁ ଆରମ୍ଭ କରିଛନ୍ତି ସି ସପ୍ତାହ ପାଳନ। ଦ୍ୱିତୀୟ ଦିନରେ ପାରଳାଖେମୁଣ୍ଡି ଥାନାର ଶୋଭା ଗୃହରେ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ। ବର୍ତ୍ତମାନ ଘରେ ଘରେ ସବୁ ମୋବାଇଲରେ ଶୁଭୁଛି ସାରାଙ୍କ କଣ୍ଠ ସ୍ୱର। ସାରାଙ୍କ ଏପରି ଅଭିନବ ପ୍ରୟାସ ପାଇଁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି। ପୂର୍ବରୁ ମଧ୍ୟ ସାରା ଶର୍ମା ଫନି ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଥିଲେ। ଥାଳ ଧରି ନିଜେ ଘର ଘର ବୁଲି ସାହାଯ୍ୟ ଭିକ୍ଷା କରିଥିଲେ।ସି ଟିମ ଗଠନ କରି ମହିଳାଙ୍କ ସୁରକ୍ଷା ପାଇଁ ଗଠନ କରାଯିବା ଦିଗରେ ଗୀତ ଗାଇ ଚର୍ଚ୍ଚାରେ ଏସ ପି। Share on FacebookTweetFollow usSave Post Views: 272
Odisha JSPL takes up various initiatives to fight 2nd Wave of COVID-19 NTP Bureau Report 19/04/2021 0 ANGUL(NewsTimePro): In line with the Guidelines issued by Central and State Governments, Jindal Steel & Power Ltd (JSPL) has taken up multipronged initiatives to curb […]
Odisha Political Tadka ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ୨୦୨୩ ନେଇ ସମୀକ୍ଷାଯୁବ ଭୋଟରଙ୍କୁ ତାଲିକାରେ ସଂଯୋଗ ନେଇ ପ୍ରାଧାନ୍ୟ Smrutilipi 21/12/2022 0 ଅନୁଗୋଳ,୨୧।୧୨: ଅନୁଗୋଳ ଜିଲା ପାଇଁ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ପରିଷଦ ଓଡ଼ିଶାର ଅତିରିକ୍ତ ସଚିବ ସରୋଜ କୁମାର ସାହୁ ଦ୍ୱିତୀୟ ଥର ପାଇଁ ଅନୁଗୋଳ ଜିଲା ଗ୍ରସ୍ତ […]
Odisha NATIONAL ଖଣିବନ୍ଦ ଆନ୍ଦୋଳନ ପାଇଁ NTPC କୋଇଲା ଷ୍ଟକ ଖାଲି NTP Bureau Report 05/08/2019 0 ଅନୁଗୋଳ(ଏନଟିପି): ଖଣିବନ୍ଦ ଆନ୍ଦୋଳନ ପାଇଁ ଏନଟିପିସି କୋଇଲା ଷ୍ଟକ ଖାଲି।ଅନୁଗୋଳ ଜିଲ୍ଲା ତାଳଚେର ଭରତପୁର କୋଇଲାଖଣିରେ ଅଘଟଣ ପରେ ୧୪ ଦିନ ଧରି ଖଣିବନ୍ଦ ଆନ୍ଦୋଳନ ଚାଲିଛି। ଖଣି ବନ୍ଦ ଆନ୍ଦୋଳନର ପ୍ରଭାବ ପଡିଛି […]