ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ, ଜଣେ ଯବାନ ସହିଦ

ଜମ୍ମୁ-କଶ୍ମୀର : ଜମ୍ମୁ-କାଶ୍ମୀର ସୋପିଆନ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହି ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ସେପଟେ ଆଜି ସକାଳେ ରାଷ୍ଟ୍ରୀୟ ରାଇପଲ୍ସର ଗାଡି ଉଡାଇବାକୁ ଯୋଜନା କରିଥିଲେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀର ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଗାଡ଼ିର କାଚ ଭାଙ୍ଗିଛି । ଏହି ଘଟଣାରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

Follow by Email
WhatsApp