‘ପିଏମ କିଷାନରେ’ ଚାଷୀଙ୍କୁ ୬୦୦୦ ନୁହଁ ୧୨୦୦୦ ମିଳିବ… Posted on 04/02/201904/02/2019 by NTP Bureau Report ନୂଆଦିଲ୍ଲୀ (ଏନ ଟି ପି) ଫେବୃୟାରୀ ୧ ଥିଲା ମୋଦି ସରକାର ପାଇଁ ଏସିଡ଼ ଟେଷ୍ଟ । ଟେଷ୍ଟରେ ମୋଦି ସରକାର ପାସ ହୋଇଗଲେ ବୋଲି ଦମ୍ଭ ଦେଖାଉଥିବା ବେଳେ ବିରୋଧୀ ସରକରାଙ୍କୁ ସମାଲୋଚନା କରିଛନ୍ତି । ୨୦୧୯ ବଜେଟରେ ସରକାର ଚାଷୀଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନା ଘୋଷଣା କରିଥିଲେ । ଯେଉଁଥିରେ ଅନୁନ୍ୟ ୨ ହେକ୍ଟର ଜମିଥିବା ଚାଷୀଙ୍କୁ ବର୍ଷକୁ ୬୦୦୦ ଟଙ୍କା ଆର୍ଥିକ ରାଶି ଯୋଗେଇ ଦେବାକୁ ଘୋଷଣା ହୋଇଥିଲା । ତେବେ ଚାଷୀଙ୍କୁ ବାର୍ଷିକ ଛଅ ହଜାର ଅତି କମ୍ ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚାଷୀଙ୍କ ସହାୟତା ରାଶି ଆଗକୁ ବଢ଼ିବ ବୋଲି ସୂଚନା ଦେଇଛନ୍ତି । ସରକାରଙ୍କ ଆର୍ଥିକ ମାନଦଣ୍ଡ ବଢ଼ିଲେ ଚାଷୀଙ୍କ ସହାୟତା ରାଶି ମଧ୍ୟ ଆଗକୁ ବଢିବ ବୋଲି କହିଛନ୍ତି । ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ଅର୍ଥାତ ମାସକୁ ୫୦୦ଟଙ୍କା ମିଳିବ ବୋଲି ଘୋଷଣା ହୋଇଥିଲା । ଏହି ରାଶିକୁ ଦ୍ବିଗୁଣିତ କରାଯାଇ ଆଗକୁ ବାର୍ଷିକ ୧୨,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି ।ଏତଦବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କଂଗ୍ରେସ ସରକାର ତାଙ୍କ ଶାସନ କାଳରେ ଚାଷୀଙ୍କ ପାଇଁ କ’ଣ କରିଥିଲେ ବୋଲି ମଧ୍ୟ ପଲଟା ତୀର ମାରିଛନ୍ତି Share on FacebookTweetFollow usSave Post Views: 173
NATIONAL ୩ ଟି ଦ୍ୱୀପର ନୂତନ ନାମ ଦେଲେ ପ୍ରଧାନମନ୍ତ୍ରୀ…. NTP Bureau Report 30/12/2018 0 ପୋର୍ଟବ୍ଲେୟାର: ଅବିଭକ୍ତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କୁହାଯାଉଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ କରିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ୩ଟି ଦ୍ୱୀପର ନୂତନ ନାମ ଦେଇଛନ୍ତି ପ୍ରଧାନମନ୍ତ୍ରୀ […]
NATIONAL ଇତିହାସ ରଚିଲା ଇସ୍ରୋ ,ଚନ୍ଦ୍ରାୟାନ ୨ ର ସଫଳ ପରୀକ୍ଷଣ NTP Bureau Report 20/08/2019 0 ନୂଆଦିଲୀ(ଏନଟିପି): ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡ଼ିହେଲା।ଇତିହାସ ରଚିଲା ଇସ୍ରୋ। ଚନ୍ଦ୍ରକକ୍ଷରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାୟାନ-୨। ଏ ନେଇ ଇସ୍ରୋ ଦେଇଛି ସୂଚନା। ଚନ୍ଦ୍ରଯାନ-୨ର କକ୍ଷ ପଥରେ ଇସ୍ରୋ ଚାରିଥର ପରିବର୍ତ୍ତନ […]
NATIONAL ସୁପ୍ରିମକୋର୍ଟ ରେ ଅଯୋଧ୍ୟା ଶୁଣାଣି ଆରମ୍ଭ NTP Bureau Report 06/08/2019 0 ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ରାମ ଜନ୍ମ ଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲା ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଜୁଲାଇ ୩୧ ତାରିଖରେ ଏହି ମାମଲାର ସମାଧାନ ପାଇଁ ଚେଷ୍ଟା […]