ଶିକ୍ଷକ ଓ ଅଙ୍ଗନାୱାଡି କର୍ମୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଲେ ଗ୍ରାମବାସୀ

ତାମିଲନାଡୁ(ଏନଟିପି)
ଯୌନ ପିପାସୁଙ୍କ ବିଷୟରେ ଶୁଣିଥିବେ ଆପଣ।ସ୍କୁଲ ପରିସରରେ ପ୍ରେମୀ ଯୁଗଳ ଅସଂଯତ ଅବସ୍ଥାରେ ଖବର ମଧ୍ୟ ଆପଣ ଶୁଣିଥିବେ ।କିନ୍ତୁ ଶିକ୍ଷା ର ମନ୍ଦିର ଶିକ୍ଷାନୁଷ୍ଠାନରେ ଯେଉଁ ଶିକ୍ଷକ ଶିକ୍ଷୟତ୍ରି ଶିକ୍ଷା ର ଆଲୋକ ବାଣ୍ଟିଥାନ୍ତି ସେମାନେ ଜଦି ଏମିତି ଲଜ୍ଜା ଜଙ୍କ କାମ କରିବେ ତେବେ କହିବା କାହାକୁ।ଏମିତି ଘଟଣା ତାମିଲନାଡୁର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଓ ଅଙ୍ଗନବାଡିଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀ ଉତ୍ତେଜନା ସୃଷ୍ଟି କରିଛନ୍ତି। ପୁଦନସଂଦାଇ ପୁଲିସ ଘଟଣାର ଯାଞ୍ଚ କରୁଛି। ଅଭିଯୁକ୍ତ ଶିକ୍ଷକଙ୍କ ବୟସ ୩୮ବର୍ଷ ଓ ତାଙ୍କ ନାମ ବି ସର୍ବନନ ବୋଲି ଜଣାପଡ଼ିଛି।
ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏସ୍‌ ଉଡ୍ଡୁପ୍ପମ ପଞ୍ଚାୟତର ସରକାରୀ ସ୍କୁଲରେ ଶିକ୍ଷକ ଥିବା ସର୍ବନନ ଜଣେ ଅଙ୍ଗନବାଡି କର୍ମୀଙ୍କ ସହିତ ରିଲେସନ୍‌ସିପ୍‌ରେ ଥିଲେ। ମଙ୍ଗଳବାର ସ୍କୁଲ ବନ୍ଦ ହେବା ପରେ ଦୁହେଁ ସ୍କୁଲରେ ହିଁ ଅଟକି ଯାଇଥିଲେ। ଗ୍ରାମବାସୀ ଏହି ଘଟଣା ବିଷୟରେ ଜାଣିବା ପରେ ସ୍କୁଲରେ ପହଁଞ୍ଚିଥିଲେ । ଏବଂ ଶିକ୍ଷକ ଓ ଅଙ୍ଗବାଡିକର୍ମୀଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଦେଖି ଉତ୍ତେଜନା ସୃଷ୍ଟି କରିଥିଲେ। ଶିକ୍ଷକଙ୍କୁ ସେଠାରୁ ଧରି ନିସ୍ତୁକମାଡ ମାରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ସର୍ବନନକୁ ଉଦ୍ଧାର କରି ବିଚାରବିଭାଗୀୟ ହେପାଜତକୁ ନେଇଛି।ଶିକ୍ଷକ ଶିକ୍ଷୟତ୍ରୀ ଯଦି ଏଭଳି ଲଜ୍ଜା ଜନକ କାମ କରିବେ ତେବେ ସମାଜରେ ଶିକ୍ଷକଙ୍କ ପ୍ରତି ଥିବା ମର୍ଯ୍ୟାଦା ର ମୂଲ୍ୟ କଣ ରହିବ।
Follow by Email
WhatsApp