ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ନେତମାନେ ଦଳବଦଳ କରୁଥିବା ଦେଖା ଯାଉଛି । ପ୍ରାୟ ପ୍ରତି ଦଳରେ ପୁରୁଣା ନେତା ବାହାରୁଥିବା ବେଳେ କିଛି ନୂଆ ମୁହଁ ରାଜନୀତିରେ ସାମିଲ ହେଉଥିବା ଦେଖା ଯାଉଛି । କିଛି ଦିନ ତଳେ କଂଗ୍ରେସ ସକ୍ରିୟ ରାଜନୀତକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଆଣି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରାଇଥିଲା । ଯାହାକୁ ନେଇ ଅନେକ ମହଲରେ ବିଭିନ୍ନ ଚର୍ଚ୍ଚା ହୋଇଥିଲା । ଏବେ ବିଜେପିରେ ବଲିଉଡ୍ ଅଭିନେତ୍ରୀ ଇଶା କୋପିକରଙ୍କ ସାମିଲକୁ ନେଇ ଚର୍ଚ୍ଚା ଜୋର ଧରିଛି ।ରବିବାର ଇଶା କୋପିକର ବିଜେପି ସହ ହାତ ମିଳାଇଥିବା ଜଣା ପଡ଼ିଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଇଶାଙ୍କୁ ଦଳରେ ସଦସ୍ୟତା ଦେଇଥିବା ସୂଚନା ମିଳିଛି । ମେଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଇଶା ବଲିଉଡ୍ରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ରବିବାର ମୁମ୍ବାଇରେ ଆୟୋଜିତ କରାଯାଇଥିବା ଏକ କାର୍ୟ୍ୟକ୍ରମରେ ବିଜେପିର ବରିଷ୍ଠ ନେତା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଇଶାଙ୍କୁ ଦଳରେ ସାମିଲ କରାଇଥିଲେ । ସୂଚନା ମୁତାବକ, ୧୯୯୮ରେ ତାମିଲ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଇଶା ୨୦୦୦ ମସିହାରେ ଫିଜା ଫିଲ୍ମ ଜରିଆରେ ବଲିଉଡ୍ରେ ପ୍ରବେଶ କରିଥିଲେ । ସେ ‘ସଲାମ-ଏ-ଇସ୍କ’, ‘କ୍ୟା କୁଲ ହୈ ହମ୍’, ‘ହମ୍-ତୁମ୍’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।
Related Posts
ବର୍ତ୍ତମାନ ୨୪ ଘଣ୍ଟା ଉଡ଼ିପାରିବ ତିରଙ୍ଗା, ଫ୍ଲାଗ୍ କୋଡ୍ ସଂଶୋଧନ ସୁଦୂରପ୍ରସାରୀ ନବୀନ ଜିନ୍ଦଲଙ୍କ ମତ
- NTP Bureau Report
- 25/07/2022
- 0
ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ଏହା ଦେଶବାସୀଙ୍କୁ ସରକାରଙ୍କ ବଡ ଉପହାର: ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଭୁବନେଶ୍ବର / ନୂଆଦିଲ୍ଲୀ, ଜୁଲାଇ ୨୫, ୨୦୨୨ – ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ପ୍ରତୀକ ତିରଙ୍ଗାକୁ ଉତ୍ତୋଳନ କରିବାର ଅଧିକାର […]
ଆଦି ମହୋତ୍ସବରେ ଯୋଗଦେଇ କହିଲେ ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
- NTP Bureau Report
- 26/11/2019
- 0
ନୂଆଦିଲ୍ଲୀ(ଏନଟିପି): ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ […]
ସଂସଦରେ ଆଗତ ହେଲା ବଜେଟ : ବଜେଟ୍ କେଉଁ ଜିନିଷ ହେଲା ମହଙ୍ଗା କେଉଁଟା ହେଲା ଶସ୍ତା ପଢ଼ନ୍ତୁ
- NTP Bureau Report
- 05/07/2019
- 0
ନୂଆଦିଲ୍ଲୀ (ଏନଟିପି) :(ସ୍ମୃତିଲିପି ସାହୁଙ୍କ ସ୍ୱତନ୍ତ୍ର ରିପୋର୍ଟ) ସଂସଦରେ ଆଗତ ହେଲା ବଜେଟ : ବଜେଟ୍ କେଉଁ ଜିନିଷ ହେଲା ମହଙ୍ଗା କେଉଁଟା ହେଲା ଶସ୍ତା ପଢ଼ନ୍ତୁ।ସଂସଦରେ ଆଗତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ […]