ପଟ୍ଟନାଇକିଆ ଟ୍ରିପଲ ମର୍ଡର ଘଟଣା,୨ ମୁଖ୍ୟ ଅଭିଯୁକ୍ତ ଗିରଫ Posted on 29/07/201929/07/2019 by NTP Bureau Report ପିପିଲି(ଏନ ଟି ପି): ବହୁଚର୍ଚ୍ଚିତ ପିପିଲି ପଟ୍ଟନାଇକିଆ ଟ୍ରିପଲ ମର୍ଡର ଘଟଣା।ବିଚ ରାସ୍ତାରେ ଗୋଡେଇ ଗୋଡେଇ ୩ ଜଣଙ୍କୁ ହାଣିଥିଲେ ।ପିପିଲି ପଟ୍ଟନାଇକିଆ ଟ୍ରିପଲ୍ ମର୍ଡର ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ। ସେମାନଙ୍କୁ ଗିରଫ କରିଛି ପୁରୀ ପୋଲିସ। ଦୁଇ ଅଭିଯୁକ୍ତ ହେଲେ ମିଟୁ ବେହେରା ଓ ପୁନିଆ ଓରଫ ପ୍ରହ୍ଲାଦ ବେହେରା। ସିସିଟିଭି ଫୁଟେଜରୁ ଏମାନଙ୍କୁ ଚିହ୍ନଟ କରାଯାଇଥିଲା। ଏକ ଜଙ୍ଗଲରୁ ଦୁହିଁଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ସୂଚନା ଆଧାରରେ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଲୁହାରଡ୍ କୁ ଜବତ କରାଯାଇଛି। ପୂର୍ବରୁ ହତ୍ୟାକାଣ୍ଡରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ। ପାରିବାରିରକ ଶତ୍ରୁତାରୁ ଗତ ୧୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ପଟ୍ଟନାୟକିଆ ଛକ ସ୍ଥିତ ସରଦେଇପୁର ଗାଁରେ ୩ଜଣଙ୍କୁ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା କରାଯାଇଥିଲା। ମୃତକମାନେ ଗୋଟିଏ ପରିବାରର ତିନି ଭାଇ ଥିଲେ। Share on FacebookTweetFollow usSave Post Views: 456
Odisha ସୋର ପାଣିସିଆ ଗାଁରେ ମହିଳାଙ୍କୁ କେମିତି ହେଲା ଆକ୍ରମଣ ! NTP Bureau Report 19/01/2019 0 ବାଲେଶ୍ୱର(ଏନ ଟି ପି) ସୋର ପାଣିସିଆ ଗାଁରେ ଅଭାବନୀୟ କାଣ୍ଡ । ମହିଳାଙ୍କୁ ବ୍ଲେଡରେ ଆକ୍ରମଣ କରିବା ସହ ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ । ଶୌଚ ହେବା ପାଇଁ ଯିବାବେଳେ ଆକ୍ରମଣ କରିଥିବା ଅଭିଯୋଗ […]
Odisha NATIONAL Will the Chief Minister solve the problems of the Samal displaced people? NTP Bureau Report 25/03/2021 0 Bhubaneswar (NewsTime Pro): Has the Chief Minister angered the entire displaced people? Will Union Minister Dharmendra write a letter to the Chief Minister for the […]
Odisha ଭାରତୀୟ ବାୟୁସେନାର ବିମାନ AN-32 ର ନିଖୋଜ ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତି ନିଖୋଜ NTP Bureau Report 07/06/2019 0 ଭାରତୀୟ ବାୟୁସେନାର ବିମାନ AN-32 ର ନିଖୋଜଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତି । ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ବଳିଆପଲ୍ଲୀ ଗାଁରେ । ତେବେ ସୁନୀତଙ୍କ ବାପା […]