ଆସନ୍ତାକାଲି ବିଜେପୁର ପ୍ରଚାରରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Posted on 10/10/201910/10/2019 by NTP Bureau Report ଭୁବନେଶ୍ୱର(ଏନଟିପି): ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସିବେ । ସେ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଂଚି ଏକ ସାଧାରଣ ସଭାରେ ଯୋଗଦେବେ । ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ସହ ରୋଡ ଶୋ ରେ ସାମିଲ ହେବେ । କେନ୍ଦ୍ରମନ୍ତ୍ରୀ ପ୍ରଧାନ ରୋଡ ଶୋ ମାଧ୍ୟମରେ ବିଜେପୁରବାସୀଙ୍କୁ ସନତଙ୍କ ପାଇଁ ଭୋଟ ମାଗିବେ । ଏହି ରୋଡ ଶୋ ବିଜେପୁର ଏବଂ ବରପାଲି ବ୍ଲକର ପଥରଲା, ସାଇପାଲି, ମହୁଲପାଲି, ମହୁଲପାଲି ଛକ, ମାମା ଛକ, ଖରମୁଣ୍ଡା, ବୈରଖପାଲି ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ଅପରାହ୍ନ ୪ ଟାରେ ବରପାଲି ବ୍ଲକ ଅଗଲପୁରଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାଧାରଣ ସଭାରେ ଯୋଗ ଦେଇ ଜନମାନସଙ୍କୁ ସମ୍ବୋଧିତ କରିବେ ବୋଲି ଗୋଲକ ମହାପାତ୍ର କହିଛନ୍ତି । Share on FacebookTweetFollow usSave Post Views: 551
Odisha 500-Bedded Odisha COVID-19 Hospital Becomes Operational in KIMS NTP Bureau Report 02/04/2020 0 Bhubaneswar(News Time Pro): India’s First Exclusive #Covid19 Hospital Opens In Odisha’s KIMS. 500 bedded hospital, 50 critical care units. A 500-Bedded Odisha COVID-19 Hospital managed […]
Odisha JSPL takes up various initiatives to fight 2nd Wave of COVID-19 NTP Bureau Report 19/04/2021 0 ANGUL(NewsTimePro): In line with the Guidelines issued by Central and State Governments, Jindal Steel & Power Ltd (JSPL) has taken up multipronged initiatives to curb […]
Odisha ନବ ଦମ୍ପତିଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ l NTP Bureau Report 21/04/2020 0 ତାଳଚେର(ଏନଟିପି) କରୋନା ମହାମାରୀ ସର ବିଶ୍ୱକୁ ଗ୍ରାସ କରିଛି।ଗୋଟିଏ ପରେ ଗୋଟିଏ ଦେଶକୁ କରୋନା ତାର କାୟା ବିସ୍ତାର କରିଚାଲିଛି।କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଆଜି ଏକାଠି ହୋଇଛି । କେନ୍ଦ୍ର […]