ଅଗଷ୍ଟ ୩୧ ଯାଏଁ ଅନୁଗୋଳରେ କରୋନା କଟକଣା; ବଳବତ୍ତର ରହିବ ରାତ୍ରି କାଳୀନ କର୍ଫ୍ୟୁ

ଅନୁଗୋଳ(ଏନଟିପି):

ଅନୁଗୁଳ ଜିଲ୍ଲାର କରୋନା କଟକଣାରେ କୌଣସି ପରିବର୍ତ୍ତନ ନାହିଁ । ଜିଲ୍ଲାରେ କୌଣସି ନିୟମ କୋହଳ ହେବ ନାହିଁ ବୋଲି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ଅନଲକ-୩ ରେ ରାତ୍ରିକାଳିନ କର୍ଫ୍ୟୁ ହଟାଇଥିବା ବେଳେ ଅନ୍ୟାନ୍ୟ କଟକଣା ଉପରେ ମଧ୍ୟ ସାମାନ୍ୟ କୋହଳ କରିଥିଲେ ।ତେବେ ଅନୁଗୁଳ ଜିଲ୍ଲାରେ ପୂର୍ବରୁ ଲାଗିଥିବା କଟକଣାରେ କୋୖଣସି ପରିବର୍ତ୍ତନ ହେବ ନାହିଁ କି ରାତ୍ରି କାଳିନ କର୍ଫ୍ୟୁ ମଧ୍ୟ କୋହଳ ହେବ ନାହିଁ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏପରିକି ଜିଲ୍ଲାରେ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବା ସହ ଦୋକାନ ବଜାର ସକାଳ ୭ ଟାରୁ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେ ତାଙ୍କ ନିର୍ଦେଶନମାରେ ଉଲ୍ଲେଖ କରିଛନ୍ତି ।

Follow by Email
WhatsApp