ଜଙ୍ଗଲ ଜଗୁଆଳିକୁ ଦଳିଦେଲା ହାତୀ

ଛେଣ୍ଡିପଦା(ଏନଟିପି):

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅଧିନ କଣଲୋଇ ଜଙ୍ଗଲ ଇଲାକା ମଧ୍ୟରେ ଥିବା ଆଉଁଳି ଜଳସେଚନ ପ୍ରକଳ୍ପ ନିକଟରେ ଶନିବାର ସକାଳ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ଜଙ୍ଗଲ ଜଗୁଆଳି ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଣଲୋଇ ମଝିସାହି ବନ ସୁରକ୍ଷା ସମିତି ସଦସ୍ୟ ତଥା ଜଗୁଆଳି କିଶୋର ସାହୁ (୫୦ ବର୍ଷ) ।ସେ ଜଙ୍ଗଲ ମଧ୍ୟରେ ଚାଲି ଚାଲି ଯାଉଥିବା ସମୟରେ ପଛପଟୁ ସେହି ହାତୀ ଆକ୍ରମଣ କରିଥିଲା । ତାଙ୍କୁ ଶୁଣ୍ଢରେ କଚାଡି ମାରି ଦେଇଥିବା ଏପରିକି ପାଦରେ ଦଳି ଚକଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏତଦବ୍ୟତିତ ମୃତକଙ୍କ ସାଙ୍ଗରେ ଜଙ୍ଗଲକୁ ପାଳି କରି ଜଗାରଖା କରିବା ପାଇଁ ଯାଇଥିବା ଅନ୍ୟ ଜଣେ ସହଯୋଗୀ କୁମର ମାଝୀ (୫୦ ବର୍ଷ ) ।ସୈାଭାଗ୍ୟ ବଶତଃ ଅଳ୍ପକେ ହାତୀ କବଳରୁ ବର୍ତ୍ତି ଯାଇଛନ୍ତି । ଖବର ପାଇ ମୃତକଙ୍କ ପରିବାରବର୍ଗଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ତଥା ବନ ସୁରକ୍ଷା ସମିତି ସଦସ୍ୟ ଏବଂ କର୍ମକର୍ତ୍ତାମାନେ ଘଟଣା ସ୍ଥଳରେ ପହଞ୍ଚି ରକ୍ତମୁଖା ହାତୀକୁ ଛେଣ୍ଡିପଦା ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ମିଳିତ ଭାବରେ  ଘ୍ଉଡାଇ ଥିଲେ । ତେବେ ମୃତକଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସକାଶେ ଗ୍ରାମବାସୀ ଜିଦ କରିଛନ୍ତି,୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ସାଙ୍ଗକୁ ତାଙ୍କ ପୁଅକୁ ଜଙ୍ଗଲ ବିଭାଗ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦିଆଯିବା ପରେ ଯାଇ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ବନାଞ୍ଚଳ ଅଧିକାରୀ ମନମୋହନ ସ୍ୱାଇଁ, ଛେଣ୍ଡିପଦା ଥାନା ଏସ୍ ଆଇ ପ୍ରତାପ ଚନ୍ଦ୍ର ଦଳାଇ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ଛେଣ୍ଡିପଦାରୁ ବୁଦ୍ଧଦେବ ବେହେରାଙ୍କ ରିପୋର୍ଟ କଳିଙ୍ଗ ଟିଭି।

Follow by Email
WhatsApp