ବିଧାୟକ ବ୍ରଜଙ୍କ ପୈତୃକ ବାସଭବନରେ ଦୁର୍ବୁର୍ତ୍ତ ନିଆଁ ଲଗାଇବାକୁ ଉଦ୍ୟମ Posted on 01/11/201901/11/2019 by NTP Bureau Report ଅନୁଗୋଳ(ଏନଟିପି): ଦିନକୁ ଦିନ ତାଳଚେରରେ ବଢିଚାଲିଛି ଟେନସନ।ଲୋକଙ୍କ ନ୍ୟାୟ ପାଇଁ ଖଣିବନ୍ଦ ଆନ୍ଦୋଳନ ପରେ ତାଳଚେର ବନ୍ଦ ।ଯାହାଫଳରେ କୋଟି କୋଟି ଟଙ୍କା ରାଜସ୍ବ ହାନ୍ଯ ହେଉଛି।ଗତ ଦୁଇଦିନ ତଳେ ଖଣିବନ୍ଦ ଆନ୍ଦୋଳନ ସମୟରେ ତାଳଚେର ବିଧାୟକ ଓ ଶତାଧିକ ଗ୍ରାମବାସୀଙ୍କୁ ପୋଲିସ ଅଟକ ରଖି ପରେ ଛାଡି ଦେଇଥିଲେ।ପରେ ଭାଲୁଗାଡ଼ିଆ ଗ୍ରାମବାସୀ ଓ ବିଧାୟକ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।ତାଳଚେର ବନ୍ଦ ସମୟରେ ବିଭିନ୍ନ କାର୍ଯ୍ୟାଳୟ ଭଙ୍ଗରୁଜ୍ଜା ଅଭିଯୋଗରେ ବିଜେଡି ର ୫ ଜଣଙ୍କୁ ପୋଲିସ ଗିରଫ କରିଛି।ଗତକାଲି ପୋଲିସ ଯୁବ ବିଜେଡ଼ିର ୫ ଜଣଙ୍କୁ ଗିରଫ କରିବା ପରେ ଆଜି ତାଳଚେର ବିଧାୟକ ଙ୍କ ହାଣ୍ଡିଧୂଆଁ ବାସଭବନ ରେ କେହି ଦୁର୍ବୁର୍ତ୍ତ ନିଆଁ ଲଗାଇ ଦେଇଥିବା ଖବର ଆସିଛି।ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ବାସଭବନରେ ଦୁର୍ବୃତ୍ତ ମାନେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଏ ନେଇ ବିଧାୟକଙ୍କ ଭାଇ ରାଜ କିଶୋର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜ କିଶୋର ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ରଜ କିଶୋର ପ୍ରଧାନଙ୍କ ହାଣ୍ଡିଧୂଆଁସ୍ଥିତ ପୈତୃକ ବାସଭବନ ଆସି ତାଙ୍କ ବାପା ଶୋଇଥିବା ବଖରାର ଝରକାରେ ଟାୟାର ଓ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ସୌଭାଗ୍ୟ ବଶତଃ ଟାୟାରଟି ପଡି ଯିବାରୁ ଝରକାଟିରେ ନିଆଁ ଲାଗି ପାରି ନଥିଲା । ଏବଂ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଓ ଅଘଟଣରୁ ତାଙ୍କ ବାପା ରକ୍ଷା ପାଇ ଯାଇଥିଲେ । ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ରାଜନୈତିକ ଶତ୍ରୁତା କିମ୍ବା କୋଇଲା ମାଫିଆ ମାନେ ଉଦ୍ୟେଶ ମୂଳକ ଭାବେ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ବାସ ଭବନରେ ମଧ୍ୟ ଦୁର୍ବୃତ୍ତ ମାନେ ନିଆଁ ଲଗାଇ ଦେଇଥିଲେ । ଯେଉଁଥିରେ ତାଙ୍କର ଦୁଇଟି କାର ଏବଂ ଗୋଟିଏ ମୋଟରସାଇକେଲ ସମେତ କିଛି ଆସବାବପତ୍ର ପୋଡି ଯାଇଥିଲା ।ଏଠି ପ୍ରଶ୍ନ ଉଠୁଛି କାହିଁକି ତାଳଚେର ବିଧାୟକ ଙ୍କ ବାସ ଭବନ ରେ କିଏ କାହିଁକି ଲଗାଉଛି ନିଆଁ।ବିଧାୟକ ଙ୍କ ଜୀବନ ପ୍ରତି ରହିଛି କି ବିପଦ।ବିଧାୟକ ଙ୍କ ଭୁବନେଶ୍ୱର କ୍ୱାଟର ରେ ଦୁର୍ବୁର୍ତ୍ତ ନିଆଁ ଲଗାଇବା ଘଟଣା ୪ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏଁ ଦୁର୍ବୁର୍ତ୍ତ ଙ୍କୁ ଠାବ କରିପାରିନଥିବା ବେଳେ ଆଜି ପୁଣି ବିଧାୟକ ଙ୍କ ବାସଭବନରେ ନିଆଁ ଲଗାଇବାକୁ ଉଦ୍ୟମ ଘଟଣା ପୋଲିସ ର କାର୍ଯ୍ୟକାରୀତାକୁ ନେଇ ଉଠାଇଛି ପ୍ରଶ୍ନ ।କିଏ କାହିଁକି ବିଧାୟକ ଙ୍କ କ୍ୱାର୍ଟର ରେ ନିଆଁ ଲଗାଇବାକୁ ଉଦ୍ୟମ କଲା।ଏହା ପଛରେ କାହାର ଅଦୃଶ୍ୟ ଶକ୍ତି କାମ କରୁଛି।ପୋଲସ ର ତଦନ୍ତର ଦିଗ କଣ କହୁଛି ଏ ତମାମ ପ୍ରସଙ୍ଗ ଏକ ବଡ ପ୍ରଶ୍ନ ବାଚି ଛିଡା କରୁଛି। Share on FacebookTweetFollow usSave Post Views: 382
Odisha ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହ NTP Bureau Report 31/08/2024 0 ୩୦ଟି ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ପୌରପ୍ରଶାସନ ସହ ଯୋଡି ହୋଇ ଜନପ୍ରତିନିଧିମାନେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କ […]
Odisha କେଉଁ କେଉଁ ଦୋକାନ ଖୋଲିବାକୁ ଅନୁମତି ଦେଲେ କେନ୍ଦ୍ରସରକାର NTP Bureau Report 25/04/2020 0 ନୂଆଦିଲ୍ଲୀ(ଏନଟିପି): ସାରା ଦେଶରେ ଖୋଲିବ ଦୋକାନ । ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମହାନଗର ନିଗମ ଓ ପୌରାଞ୍ଚଳ ବାହାରେ ଆବାସିକ […]
Odisha ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ବିଜେଡି ନେତା ଅରୁଣାଭ Smrutilipi 21/12/2022 0 ଅନୁଗୋଳ(ଏନ ଟି ପି): ଅନୁଗୋଳ ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗ୍ରାମର ଦର୍ବ ଭୋଇଙ୍କ ଘର ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡି ନଷ୍ଟ ହେଇଯାଇଛି। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନି […]